​​​​​​​ପୁରୁଷୋତ୍ତମପୁର,୨୬।୪ : ପୋଲସରା ବ୍ଳକ ଅନ୍ତର୍ଗତ  ବାଲିଘାଇ ଗ୍ରାମରେ ବଡ଼ ଭାଇର ବାହାଘର ପ୍ରୋସେସନ ବେଳେ ସାନଭାଇକୁ ସଂଘବଦ୍ଧ ଆକ୍ରମଣ l ଗୁରୁତର ଯୁବକ ଜଣକ ହେଲେ ଆକାଶ ଜେନା l ତାଙ୍କୁ ପ୍ରଥମେ ପୋଲସରା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l

ବଡ ଭାଇ ରିଙ୍କୁ ଜେନାର ବାହାଘର ବରଯାତ୍ରୀ ଯାଉଥିବା ବେଳେ କୌଣସି କଥାକୁ ନେଇ ସେହି ଗ୍ରାମର ଗୌର ହରି ବିଷୋୟୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗୌରହରି ଅନ୍ୟ ସହଯୋଗୀ ମିଶି ଆକାଶକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଆକାଶ ର ଅନ୍ତଃ ବୁଜୁଳା ବାହାରକୁ ଆସିଯାଇଥିଲା। ପରିବାର ଲୋକେ ତୁରନ୍ତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆକାଶଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆକାଶଙ୍କ ଅବସ୍ଥା  ସଙ୍କଟାପନ୍ନ ରହିଛି | ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ  କରୁଛି