ନମୌଜା,୬।୮(ଆପ୍ର):କେନ୍ଦ୍ରାପଡ଼ା ଜିଲ୍ଲା ଆଳି -ଚାନ୍ଦବାଲି ମୁଖ୍ୟ ରାସ୍ତାର ଆଠକୋଣିଆ ଛକ ନିକଟରେ ଏକ ବସ ଜଣେ ବ୍ୟକ୍ତିଙ୍କ ଗୋଡ଼ ଉପରେ ଚଢ଼ିଯିବାରୁ ସେ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣକ ହେଲେ ନଶିପୁର ଅଞ୍ଚଳର ସହଦେବ ବେହେରା।
ପଟ୍ଟାମୁଣ୍ଡାଇ ବ୍ଲକ ମୂଳବସନ୍ତ ଅଧୀନ ନଶିପୁର ଅଞ୍ଚଳର ସହଦେବ ବେହେରା (୪୯) ତାଙ୍କ ସ୍ତ୍ରୀ ପ୍ରମିଳାଙ୍କ ସହ ଆଳିରୁ ନିଜ ଗାଁ ମୂଳବସନ୍ତ ନଶିପୁରକୁ ଫେରିବା ପାଇଁ ବସ କୁ ଅପେକ୍ଷା କରିଥିଲେ l ଅପରାହ୍ନ ୪ ଘଟିକା ସମୟରେ ଏକ ଘରୋଇ ବସ ଆସିବା ପରେ ପତ୍ନୀ ପ୍ରମିଳା ବସ ଭିତରକୁ ଚଢି ସାରିବା ପରେ ସହଦେବ ବସ ମଧ୍ୟକୁ ଯିବା ସମୟରେ ବସଟି ଆଗକୁ ଚାଲିଯିବା ଫଳରେ ସେ ତଳେ ପଡ଼ି ଯାଇଥିଲେ l ସେ ତଳେ ପଡିଯିବା ଫଳରେ ତାଙ୍କ ବାମ ଗୋଡ଼ ରେ ବସଟି ଚଢିଯାଇ ତାଙ୍କ ବାମ ଗୋଡ଼ର ପାଦ ସମ୍ପୂର୍ଣ ଭାଙ୍ଗି ଯାଇଥିଲା l ପଡିଯିବା ଫଳରେ ତାଙ୍କ ହାତ ମଧ୍ୟ ଗଭୀର ଆଘାତ ହୋଇଥିଲା l ପ୍ରଥମେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ପ୍ରଥମେ ଆଳି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା l ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା l