ଜାମଗାଁ ୧୫/୫ : ବାଉସେନପାଲି ଜଙ୍ଗଲରେ ଡକାୟତି ଯୋଜନା ଘଟଣାରେ ଫେରାର ଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନା ନୂଆଡିହି ଗାଁର ଦେବାର୍ଚ୍ଚନ ରୋହିଦାସ । ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି।
ଲଖନପୁର ବ୍ଲକ ଭିକମପାଲି ପଞ୍ଚାୟତ ଅନ୍ତର୍ଗତ ବାଉସେନପାଲି (ଖ) ତୁରିପଡ଼ା ଜଙ୍ଗଲରେ ଗତ ମାର୍ଚ୍ଚ ୨୩ ତାରିଖ ରାତିରେ ଡକାୟତି ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ରେଙ୍ଗାଲି ପୁଲିସ ଚଢ଼ାଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ଅଭିଯୁକ୍ତ ଅନ୍ଧାର ସୁଯୋଗ ନେଇ ଫେରାର ହୋଇ ଯାଇଥିଲା । ରେଙ୍ଗାଲି ପୁଲିସ ଥାନାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ବୁଧବାର ରାତିରେ ଚଢ଼ାଉ କରି ଫେରାର ଥିବା ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନା ନୂଆଡିହି ଗାଁର ଦେବାର୍ଚ୍ଚନ ରୋହିଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।