ନୂଆଦିଲ୍ଲୀ,୧୭/୧୨: ଚର୍ଚ୍ଚିତ ଏକ ଦେଶ ଏନ ନିର୍ବାଚନ ସହ ଜଡିତ ବିଧେୟକ ଲୋକସଭାରେ ଆଗତ ହୋଇଛି । ସଂସଦ ଶୀତ ଅଧିବେଶନରେ ଲୋକସଭାରେ ଆଗତ ହୋଇଛି ୱାନ ନେସନ ୱାନ ଇଲେକ୍ସନ ବିଲ୍ । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ ଦେଶ ଏକ ନିର୍ବାଚନ ବିଲ୍ ଉପସ୍ଥାପିତ କରିଛନ୍ତି । କିଛି ଦଳ ଏହି ବିଲକୁ ସମର୍ଥନ କରିଥିବା ବେଳେ କିଛି ବିରୋଧ କରିଛନ୍ତି । 

କଂଗ୍ରେସ, ସପା. ଟିଏମସି, ଏଆଇଏମଆଇଏମ ବିଲର ଦୃଢ ବିରୋଧ କରିଛନ୍ତି । ଗୃହରେ ହୋ ହାଲ୍ଲା ପରିସ୍ଥିିତି ଉପୁଜିଛି । ୧୫ ରାଜନୈତିକ ଦଳ ଏହାକୁ ବିରୋଧ କରିଛନ୍ତି । ବିଲକୁ ନୀତିଶ କୁମାର ଓ ନାୟୁଡୁଙ୍କ ସହ ୱାଇଏସଆର ବିଲକୁ ସମର୍ଥନ କରିଛି । ବିଲ ଆଗତ ହେବା ପରେ ବିଲ ଉପରେ ଗୃହରେ ବିତର୍କ ଚାଲିଛି । ଏହା ପରେ ଏକ ଦେଶ ଏନ ନିର୍ବାଚନ ବିଲକୁ ନେଇ ଇଭିଏମ ଭୋଟିଂ ହୋଇଥିଲା । ଏଥିରେ ବିଲ ସପକ୍ଷରେ ୨୬୯ ଭୋଟ ଯାଇଥିବାବେଳେ ବିପକ୍ଷରେ ୧୯୮ ଭୋଟ ଯାଇଥିଲା ।

ଭାରତୀୟ ରାଜନୀତିରେ ୱାନ ନେସନ, ୱାନ ଇଲେକ୍ସନ ବିଲକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନକୁ କ୍ୟାବିନେଟ ଅନୁମୋଦନ ମିଳିସାରିଥିଲା । ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନରେ ଲୋକସଭାରେ ଏହି ବିଲରୁ ଆଗତ କରାଯାଇଛି । ଏହି ବିଲର ନାମ ବିଦ୍ଧିବଧ ଭାବେ ସମ୍ବିଧାନ ୧୨୯ତମ (ସଂଶୋଧନ)ରେ ରହିଛି । ଏହି ବିଲ୍ ପାରିତ ହେବା ମାତ୍ରେ ସମଗ୍ର ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସହିତ ହେବ। ଆଜି ଲୋକସଭାରେ କେନ୍ଦ୍ର ସରକାର ଏହି ବିଲକୁ ପାରିତ କରିବା ପରେ ଅଧିୟ ବିରାର ବିମର୍ଷ ନେଇ ଜେସିପି ନିକଟକୁ ପଠାଇବାକୁ ପ୍ରସ୍ତାବ ଦେଇଛନ୍ତି ।


କିଏ କଲା ସମର୍ଥନ କିଏ କଲା ବିରୋଧ- ଏକ ଦେଶ ଏନ ନିର୍ବାଚନ ବିଲ୍ ଲୋକସଭାରେ ଆଗତ ହେବା ପରେ କିଛି ଦଳ ଏହାକୁ ସମର୍ଥନ କରିବା ସହ କିଛି ବିରୋଧ କରିଥିଲେ । ୧୫ ରାଜନୈତିକ ଦଳ ଏହାକୁ ବିରୋଧ କରିଛନ୍ତି । ସଂଘୀୟ ବ୍ୟବସ୍ଥା ଉପରେ ଏହା ଆକ୍ରମଣ ବୋଲି କହିଛନ୍ତି ବିରୋଧୀ । ସମାଜବାଦୀ ପାର୍ଟି ସାଂସଦ ଧର୍ମେନ୍ଦ୍ର ଯାଦବ କହିଛନ୍ତି, ମୁଁ ଏହି ବିଲ ବିରୋଧରେ ଛିଡା ହେଉଛି । ମୁଁ ବୁଝି ପାରୁନାହିଁ ୨ ଦିନ ପୂର୍ବେ ସମ୍ବିଧାନକୁ ବଞ୍ଚେଇବାକୁ ଶପଥ ନିଆଯାଉଥିଲା । ମାତ୍ର ଏବେ ଏହାକୁ ଶେଷ କରିବାକୁ ବିଲ୍ ଆଣୁଛନ୍ତି । ଏହି ବିଲ୍ ଦେଶର ସଂସ୍କୃତି,ମୂଳ ଭାବନା, ସମ୍ବିଧାନର ଗଠନ ଶେଷ କରିବାକୁ ଆଣୁଛନ୍ତି । ସେହିପରି ୱାନ ନେସନ ୱାନ ବିଲକୁ ବିରୋଧ କରିଛି କଂଗ୍ରେସ । ଆଗତ ହୋଇଥିବା ବିଲ ସମ୍ବିଧାନର ମୂଳ ଢାଞ୍ଚା ଉପରେ କୁଠାରଘାତ ପାରିତ ନହେଉ ବୋଲି ସାଂସଦ ମନୀଷ ତିୱାରୀ କହିଛନ୍ତି । ସାପା ନେତା ଅଖିଳେଶ ଯାଦବ କହିଛନ୍ତି ଏହା ଅଲୋକତାନ୍ତ୍ରିକ । ସମ୍ବିଧାନକୁ ଶେଷ କରିବାକୁ ଷଡଯନ୍ତ୍ର । ସେପଟେ ବିଲକୁ ନୀତିଶ କୁମାର ଓ ନାୟୁଡୁଙ୍କ ସହ ୱାଇଏସଆର ସମର୍ଥନ କରିଛି । ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି ଏବି ବିଧେୟକ ଏକ ଅଲଟ୍ରା ଭାଇରସ୍ । ସେପଟେ ଏନଡିଏର ଅଂଶ ନୀତିଶ କୁମାରଙ୍କ ଜେଡିୟୁ ଓ ଚନ୍ଦ୍ରବାବୁ ନାୟୁଡୁଙ୍କ ୱାଇଏସଆର ୱାନ ନେସନ ୱାନ ଇଲେକ୍ସନ ବିଲକୁ ସମର୍ଥନ କରିଛନ୍ତି ।