ଦିଗପହଣ୍ଡି, ୨୫।୧୧ : ମା’ଙ୍କ  ଦ୍ୱାଦଶ ଦିନ ଅଘଟଣ । ଦୁଇ ଭାଇ ସ୍କୁଟିରେ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। ଏଥିରେ ଜଣେ ଭାଇର ମୃତ୍ୟୁ ଘଟିଥିବା ବେଳେ  ଅନ୍ୟ  ଜଣେ ଗୁରୁତର ହୋଇଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ଥାନା ମୌଲାଭଣଜା ସାତଭଉଣୀ ମନ୍ଦିର ସମ୍ମୁଖରେ। ମୃତକ ଜଣକ ହେଲେ ଟିକରପଡାର ସାନ ଭାଇ ମିଟୁ ମହାରଣା।

ଦିଗପହଣ୍ଡି ବ୍ଲକର ସହଦେଵ ଟିକରପଡାର ସାନ ଭାଇ ମିଟୁ ମହାରଣା  ଓ ବଡ଼ ଭାଇ ଅରୁଣ ମହାରଣା ସ୍କୁଟି ଯୋଗେ ନିଜ ଗାଁ କୁ ଯାଉଥିଲେ। ଦିଗପହଣ୍ଡି-ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା ମୌଲାଭଣଜା ସାତଭଉଣୀ ମନ୍ଦିର ନିକଟରେ ବିପରୀତ ଦିଗରୁ ଆସୁଥିବା ଟାଟା ଏସି ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ  ସାନଭାଇର ମୃତ୍ୟୁ ହୋଇଥିବା ବେଳେ  ବଡ଼ ଭାଇ ଗୁରୁତର ହୋଇଛି। ଗୁରୁତର ଆହତକୁ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ଶବ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ଦିଗପହଣ୍ଡି ପୋଲିସ ପଠାଇଛି ।