ଚୌଦ୍ୱାର,୩/୨୫ : ଚୌଦ୍ୱାର ସର୍କଲ ଜେଲରୁ କଏଦି ଫେରାର ଘଟଣାରେ ଜେଲ ଡିଜି ସୁଶାନ୍ତ ନାଥ ଦୁଇ ଜଣଙ୍କୁ ନିଲମ୍ବିତ କରିଛନ୍ତି l ଚିଫ ୱାର୍ଡ଼ର ଭଗତ ରାମ ଓ ୱାର୍ଡ଼ର ସିଦ୍ଧାର୍ଥ ସାହୁ ନିଲମ୍ବିତ l ଏହି ଘଟଣାରେ ଜେଲ୍ ବିଭାଗ ଜେଲ ଡିଆଇଜିଙ୍କୁ ତଦନ୍ତ କରିବାକୁ ଦେଇଥିବାବେଳେ ଫେରାର ହେବା ଘଟଣାରେ ଚୌଦ୍ୱାର ପୁଲିସ ତଦନ୍ତ କରୁଛି l ଜେଲ ଭିତରକୁ ସନ୍ଧାନୀ କୁକୁର ସହ ଭୁବନେଶ୍ୱରରୁ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି l ବିହାରର କୁଖ୍ୟାତ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାରଙ୍କ ଫଟୋ ଜାରି କରିବା ସହ ତାଙ୍କ ନାମରେ ପୁଲିସ ପୁରସ୍କାର ରାଶି ଘୋଷଣା କରିଛି l