ଭୁବନେଶ୍ଵର, ୦୭/୦୫ : ଭାରତରେ ଲଞ୍ଚ୍ ହେଲା ୱାନ୍ ପ୍ଲସ୍ Nord CE 6 Lite। 7000mAh ବ୍ୟାଟେରୀ, ମିଡିୟାଟେକ ପ୍ରୋସେସର ଏବଂ ଡୁଆଲ୍ ରିୟର କ୍ୟାମେରା ସିଷ୍ଟମ ସହ ଆହୁରି କେତେ କଣ ଫିଚର। ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ ୱାନ୍ ପ୍ଲସ୍‌ ର ନୂଆ ମଡେଲ୍। ଦୀର୍ଘ ଦିନ ପରେ କମ୍ପାନୀ ଲାଇଟ୍ ମଡେଲ୍ ଲଞ୍ଚ୍ କରୁଛି। ତେବେ ୱାନ୍ ପ୍ଲସ୍ ର ଏହି ନୂଆ ମଡେଲ କିଣିବାକୁ ହେଲେ କେମିତି ଡିସକାଉଣ୍ଟ ପାଇବେ ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ୱାନ୍ ପ୍ଲସ୍‌ ର ଏହି ଲ୍ୟାଟେଷ୍ଟ ଫୋନର ୬ ଜିବି ରାମ୍ ଏବଂ ୧୨୮ ଜିବି ଭ୍ୟାରିଆଣ୍ଟ ରହିଛି। ଏହାର ଦାମ୍ ୨୦୯୯୯ ଟଙ୍କା। ସେହିପରି ୮ ଜିବି ରାମ୍ ଏବଂ ୧୨୮ ଜିବି ଭ୍ୟାରିଆଣ୍ଟ ଫୋନର ଦାମ୍ ୨୨୯୯୯ ଟଙ୍କା। ୮ ଜିବି ରାମ୍ ଏବଂ ୨୫୬ ଜିବି ଟପ୍ ଭ୍ୟାରିଆଣ୍ଟ ଫୋନର ଦାମ୍ ୨୫୯୯୯ଟଙ୍କା ରହିଛି। ଲଞ୍ଚ୍ ଅଫର ବିଷୟରେ କହିବାକୁ ଗଲେ ଏଚଡିଏଫସି ବ୍ୟାଙ୍କ କ୍ରେଡିଟ୍ କାର୍ଡ ଜରିଆରେ ପେମେଣ୍ଟ କଲେ ୨୦୦୦ ଟଙ୍କା ରିହାତି ମିଳିବ। ବ୍ୟାଙ୍କ କାର୍ଡ ଡିସକାଉଣ୍ଟ ପରେ ଆପଣଙ୍କୁ ଯଥାକ୍ରମେ- ୧୮୯୯୯, ୨୦୯୯୯, ଏବଂ ୨୩୯୯୯ ଟଙ୍କାରେ ମୋବାଇଲ୍ ମିଳିବ। 

ମେ ୧୨ ଦ୍ଵିପ୍ରହର ୧୨ଟାରୁ ମୋବାଇଲ୍ ବିକ୍ରି ଆରମ୍ଭ ହେବ। ଏହି ଫୋନ ଆପଣଙ୍କୁ କମ୍ପାନୀର ଅଫିସିଆଲ୍ ସାଇଟ୍ ଏବଂ ଆମାଜନରେ ମିଳିବ। ଏହି ପ୍ରାଇସ୍ ରେଞ୍ଜ୍‌ ରେ ଏହି ହ୍ୟାଣ୍ଡସେଟ୍ କୁ  Vivo T5x 5G, MOTOROLA Edge 60 Fusion 5G, OPPO K14 5G ଏବଂ realme P4 5G ଭଳି ଫୋନ ବରାବର ଟକ୍କର ଦେବେ।

OnePlus Nord CE 6 Liteର ବିଶେଷତ୍ତ୍ଵ

ଡିସପ୍ଲେ : ଫୋନରେ ୬.୭୨ ଇଞ୍ଚ ଫୁଲ୍ ଏଚଡି ପ୍ଲସ୍ ଏଲସିଡି ସ୍କ୍ରିନ୍ ମିଳିବ। ଯାହାକି ୧୪୪ ହର୍ଜ ପର୍ଯ୍ୟନ୍ତ ରିଫ୍ରେସ୍ ରେଟ୍ ରହିଛି। ୧୦୦୦ ନିଟ୍ ପର୍ଯ୍ୟନ୍ତ ସର୍ବାଧିକ ବ୍ରାଇଟନେସ୍, ୨୪୦ ହର୍ଟଜ୍ ପର୍ଯ୍ୟନ୍ତ ଟଚ୍ ସାମ୍ପଲିଂ ରେଟ୍ ସପୋର୍ଟ କରିବ।

OS: ଏହି ଡୁଆଲ୍-ସିମ୍ ଫୋନ୍ Android 16 ଉପରେ ଆଧାରିତ OxygenOS 16 ରେ ଚାଲିବ।

ଚିପସେଟ୍: ଗତି ଏବଂ ମଲ୍ଟିଟାସ୍କିଂ ପାଇଁ, ଡିଭାଇସ୍‌ରେ MediaTek Dimensity 7400 Apex ଅକ୍ଟା-କୋର୍ ପ୍ରୋସେସର୍ ଏବଂ ଏକ ARM Mali-G615 GPU ରହିଛି। ଫୋନକୁ ଥଣ୍ଡା ରଖିବା ପାଇଁ, ଏଥିରେ ଏକ VC କୁଲିଂ ସିଷ୍ଟମ୍ ମଧ୍ୟ ରହିଛି।

କ୍ୟାମେରା: ପଛ ଭାଗରେ ଏକ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି, ଯେଉଁଥିରେ 50-ମେଗାପିକ୍ସେଲ OmniVision OV50D40 ସେନ୍ସର୍, 2-ମେଗାପିକ୍ସେଲ ସେକେଣ୍ଡାରୀ ସେନ୍ସର୍ ସହିତ ୧୦ ଗୁଣା ଡିଜିଟାଲ୍ ଜୁମ୍ ସପୋର୍ଟ କରିବ। ଫୋନ୍ 30fps ରେ 4K ଭିଡିଓ ରେକର୍ଡିଂ କରିପାରିବ। ସେଲ୍ଫି ପାଇଁ, ଏଥିରେ ଏକ 8-ମେଗାପିକ୍ସେଲ କ୍ୟାମେରା ସେନ୍ସର୍ ରହିଛି।

ବ୍ୟାଟେରୀ: ଫୋନରେ 7000mAh ରହିଛି। ଏହା 45ୱାଟ୍ ଫାଷ୍ଟ ଚାର୍ଜିଂ ଏବଂ 10ୱାଟ୍ ୱାୟାର ରିଭର୍ସ ଚାର୍ଜିଂ ସପୋର୍ଟ କରେ।

ଏହି ଖବରଟିକୁ ପଢନ୍ତୁପଶ୍ଚିମବଙ୍ଗ ନା ଓଡ଼ିଶା ! ମାଛ ଉତ୍ପାଦନରେ ଏହି ରାଜ୍ୟ କଲା କମାଲ; ଆମେରିକାରୁ ଜାପାନ ଯାଏଁ ମାଛର ଭାରି ଡିମାଣ୍ଡ