ପାଟକୁରା,୨୭/୦୫ : ଅନଲାଇନ ଗେମ ଖେଳି ରାତା ରାତି କୋଟିପତି ବନିଯାଉଥିବା କାଁ ଭା କେତେକ ଖବରକୁ ନେଇ ବର୍ତ୍ତମାନ ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ଆଗ୍ରହ ବଢିବଢି ଚାଲିଛି। କିନ୍ତୁ ଏହି ଅନଲାଇନ ଗେମ୍ରେ ଲକ୍ଷ ଲକ୍ଷ ଟଙ୍କା ଆର୍ଥିକ କ୍ଷତି ଘଟାଇ ପରିବାର ଲୋକଙ୍କ ଆକ୍ରଶର ଶିକାର ହୋଇ ଶେଷକୁ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି ଅନେକ ଯୁବପିଢ଼ୀ। ଏହିପରି ଏକ ଘଟଣା ସ୍ଥାନୀୟ ଗରଦପୁର ବ୍ଲକ ଅନ୍ତର୍ଗତ ତଳକୁସୁମାର ବଙ୍ଗାରୀ ଗାଁରେ ଦେଖିବାକୁ ମିଳିଛି।
ଖବରଅନୁସାରେ, ଏହି ଗାଁର ଉମାକାନ୍ତ ଜେନାଙ୍କ ୧୮ ବର୍ଷର ପୁଅ ସାହିଲ ଜେନା +୨ ପଢ଼ନ୍ତି। ସେ ଅନଲାଇନ ଗେମୟର ଶିକାର ହୋଇ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ଛି । କିଛି ଦିନ ହେବ ସାହିଲ ଅନଲାଇନ ଗେମ ଖେଳି ପ୍ରାୟ ୨/୩ ଲକ୍ଷ ଟଙ୍କା ହରାଇଥିଲେ। ଏଥିଲାଗି ପରିବାର ଓ ସାଙ୍ଗସାଥୀମାନେ ବାରଣ କରିବା ସ୍ୱତେ ସେ ଅନଲାଇନ ଗେମ ଖେଳିଚାଲିଥିଲେ। ଏଥିରେ ପରିବାର ଲୋକ ତାଙ୍କ ପ୍ରତି ଅସନ୍ତୋଷ ମନଭାବ ପୋଷଣ କରି ବିରକ୍ତ ପ୍ରକାଶ କରିଥିଲେ । ସାହିଲ ବାରମ୍ବାର ଏତେଗୁଡିଏ ଟଙ୍କା ହରାଇ ଓ ପରିବାର ଲୋକଙ୍କ କଟୁ ସମାଲୋଚନା ସହି ନପାରି ନିଜର ମାନସିକ ଭାରସାମ୍ୟ ହରାଇଥିଲେ।
ମଙ୍ଗଳବାର ସାହିଲ ବିଷ ପିଇ ଆତ୍ମହତ୍ୟା କରିଥିଲେ। କିଛି ସମୟ ପରେ ପରିବାର ଲୋକ ଜାଣିପାରି ତାଙ୍କୁ ପ୍ରଥମେ ପାଟକୁରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ସାହିଲଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ରେଫର କରାଯାଇଥିଲା । କିନ୍ତୁ ପରିବାର ଲୋକ ସାହିଲକୁ ଜିଲ୍ଲା ଡାକ୍ତରଖାନା କେନ୍ଦ୍ରାପଡାକୁ ନନେଇ କଟକ ନେଇଯାଉଥିଲେ । ସାହିଲ କଟକରେ ପହଞ୍ଚିବା ପୁର୍ବରୁ ଅଧାବାଟରେ ତାଙ୍କର ଜୀବନ ଚାଲଯାଇଥିଲା।