ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଲୋକସଭାରେ ଅନ୍‌ଲାଇନ୍‌ ଗେମିଂ ବିଲ୍‌ ଆଗତ, ନିୟମ ନମାନିଲେ ହୋଇପାରେ ୩ ବର୍ଷ ଜେଲ

Published By : Ankita S | August 20, 2025 2:41 PM

ନୂଆଦିଲ୍ଲୀ,୨୦/୦୮: ଅନ୍‌ଲାଇନ୍‌ ଗେମ୍‌ ଉପରେ ଲାଗିଲା ଅଙ୍କୁଶ । ଅନଲାଇନ୍‌ ଗେମିଂ ଓ ଜୁଆ ଉପରେ ଲାଗିବ ବ୍ରେକ  । ସଂସଦରେ କେନ୍ଦ୍ର ସରକାର ଆଗତ କରିଛନ୍ତି ଅନଲାଇନ ଗେମିଂ ବିଲ୍ ୨୦୨୫ । ଗତକାଲି ଏହି ବିଲକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ଅନଲାଇନ ଜୁଆ ଉପରେ କଟକଣା ଲଗାଇବା ପାଇଁ ଆସିବ ଏହି ବିଲ୍ । ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମେସନ ମିନିଷ୍ଟ୍ରି ପକ୍ଷରୁ ଏହି ବିଲ ଆଗତ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ବିଲ୍ ଉପସ୍ଥାପିତ କରିଛନ୍ତି । ବେଟିଂ ସହ ଜଡିତ ଅନଲାଇନ୍ ଟଙ୍କା ଖେଳକୁ ନିଷିଦ୍ଧ କରିବା ବିଲ୍‌ର ଲକ୍ଷ୍ୟ ରହିଛି ।

ମୁଖ୍ୟତଃ ଅନଲାଇନ ଜୁଆକୁ ରୋକିବା ଦିଗରେ ଏହି ବିଲ୍‌ରେ ପ୍ରାବଧାନ ଥିବା କୁହାଯାଉଛି । ରିଅଲ ମନି ଗେମିଂ ଆପ୍ ଉପରେ ଏହି ବିଲ୍ ଅଙ୍କୁଶ ଲଗାଇବ । କେବଳ ସେତିକି ନୁହେଁ ଏହାର ପ୍ରଚାର ପ୍ରସାର ଉପରେ ବି ରୋକ ଲଗାଇବା ପାଇଁ ବିଲ୍ ଆଣୁଛନ୍ତି କେନ୍ଦ୍ର ସରକାର । ଆଜି ସଂସଦରେ ପ୍ରମୋସନ ଆଣ୍ଡ ରେଗୁଲେସନ ଅଫ ଅନଲାଇନ ଗେମିଂ ବିଲ୍ ୨୦୨୫ ଉପସ୍ଥାପନ ହୋଇପାରେ । ଏହି ବିଲ୍ ସମସ୍ତ ଟଙ୍କା-ଭିତ୍ତିକ ଅନଲାଇନ୍ ଗେମକୁ ବେଆଇନ ଘୋଷଣା କରିବ । 

ଏପରି ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନଗୁଡ଼ିକୁ ନିଷିଦ୍ଧ କରିବ । ନିୟମ ନମାନିଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ଜରିମାନା ହୋଇପାରେ । ସେପଟେ ଲୋକସଭାରେ ଉପସ୍ଥିତ ରହିବାକୁ ହ୍ବିପ୍ ଜାରି କରିଛି ବିଜେପି । ସମସ୍ତ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବାକୁ ଜାରି କଲା ହ୍ବିପ୍ । ଗୁରୁତ୍ବପୂର୍ଣ୍ଣ ସଂସଦୀୟ କାର୍ଯ୍ୟ ଥିବାରୁ ବିଜେପି ହ୍ବିପ୍ ଜାରି କରିଛି ।

ବିଲ୍‌ରେ କ’ଣ ଅଛି ?

ଡ୍ରାଫ୍ଟ ବିଲ୍‌ ଅନୁଯାୟୀ, ଆଇନ ଉଲ୍ଲଂଘନ କରି ଅନଲାଇନ୍ ମନି ଗେମ୍ ସେବା ପ୍ରଦାନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା  ହୋଇପାରେ । ଏପରି ସେବା ବିଜ୍ଞାପନ କରୁଥିବା ବ୍ୟକ୍ତିମାନଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍  କିମ୍ବା ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ମନି ଗେମ୍ ପାଇଁ କାରବାର ସୁବିଧା ପ୍ରଦାନ କରୁଥିବା ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ତିନି ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ୧ କୋଟି ଟଙ୍କା ଜରିମାନା ସହିତ ଦଣ୍ଡ ପାଇଁ ଦାୟୀ ରହିବେ । 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.