ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ନୂଆ ଚେତାବନୀ ଦେଇଛନ୍ତି ଏବଂ କହିଛନ୍ତି , ଯଦିଓ କଥାବାର୍ତ୍ତା ଚାଲୁ ରହିଛି ,କିନ୍ତୁ ତୁରନ୍ତ ହୋର୍ମୁଜକୁ ଖୋଲ , ନୁହେଁ ତ ଆମେରିକା ଇନାର ଶକ୍ତି କ୍ଷେତ୍ର ଓ ତୈଳ କୂଅ ଗୁଡ଼ିକ ଉପରେ ଜୋରଦାର ଆକ୍ରମଣ ହେବ। ଟ୍ରମ୍ପ କହିଛନ୍ତି,ଯଦି ଯୁଦ୍ଧ ବନ୍ଦ କରିବା ପାଇଁ ଶୀଘ୍ର କୌଣସି ବୁଝାମଣା ନହୁଏ , ତ ଇରାନକୁ ନିଜର ତୈଳ କ୍ଷେତ୍ର ଗୁଡ଼ିକୁ ହରାଇବାକୁ ପଡ଼ିବ, କାରଣ ଆମେରିକୀୟ ସେନା ସେଠାରେ ବଡ଼ ସ୍ତରରେ ଧ୍ୱଂସଲୀଳା କରି ପାରନ୍ତି। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି , ଆମେରିକୀୟ ସୈନିକ ଖାର୍ଗ ଦ୍ୱୀପକୁ ଧ୍ୱଂସ କରିଦେବେ।
ଟ୍ରମ୍ପ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଲେଖିଛନ୍ତି , ଇରାନ ସହ କଥାବାର୍ତ୍ତାରେ ଖୁବ୍ ପ୍ରଗତି ହେଉଛି। କିନ୍ତୁ ସେ ଚେତାବନୀ ଦେଇଛନ୍ତି ଯେ, ଯଦି କୌଣସି ବୁଝାମଣା ନହୁଏ ଏବଂ ଯଦି ରଣନୀତିକ ହୋର୍ମୁଜ ପ୍ରଣାଳୀକୁ ତୁରନ୍ତ ପୁଣି ନଖୋଲା ଯାଏ , ତ ଆମେରିକା ନିଜର ଆକ୍ରମଣକୁ ଆହୁରି ବୃଦ୍ଧି କରିଦେବ, ଏବଂ ତାର ସମସ୍ତ ବିଦ୍ୟୁତ୍ ଉତ୍ପାଦନ କରୁଥିବା ପ୍ଲାଣ୍ଟ , ତୈଳ ଓ ତୈଳ କୂପ ଓ ଖାର୍ଗ ଦ୍ୱୀପକୁ ପୂରା ଧ୍ୱଂସ ବିଧ୍ୱଂସ କରି ଦେବ।
ଅନ୍ୟପଟେ ,ଇରାନ ଧମକ ଦେଇଛି ଯେ, ଯଦି ଏହାର ଅଞ୍ଚଳ ଉପରେ ଆକ୍ରମଣ ହୁଏ , ତ ସେ ପାରସ୍ୟ ଉପସାଗରରେ ବାରୁଦ ସୁଡ଼ଙ୍ଗ ବିଛେଇ ଦେବ। ସେପଟେ ଆମେରିକା ଓ ଇସ୍ରାଏଲ ସୋମବାର ମଧ୍ୟ ତାଙ୍କର ଆକ୍ରମଣ ଜାରି ରଖିଛନ୍ତି, ଇରାନ ସଂପୂର୍ଣ୍ଣ ରୂପେ ପ୍ରଭାବିତ କୁଏତରେ ଏକ ପ୍ରମୁଖ ପାଣି ଓ ବିଦ୍ୟୁତ୍ ପ୍ଲାଣ୍ଟ ଉପରେ ଆକ୍ରମଣ କରିଥିଲା। ଏହା ଉପସାଗରର ଆରବ ଦେଶ ଗୁଡ଼ିକୁ ଟାର୍ଗେଟ୍ କରିବାକୁ ଏହାର ଚାଲି ଥିବା ଅଭିଯାନର ଅଂଶ ଥିଲା। ଇରାନ ସୋମବାର ଇସ୍ରାଏଲର ଏକ ତୈଳ ରିଫାଇନରୀ ଉପରେ ମଧ୍ୟ ଆକ୍ରମଣ କରିଥିଲା।
ଆହୁରି ମଧ୍ୟ ପଢନ୍ତୁ : ଆମେରିକୀୟ ବିମାନ ପାଇଁ ନିଜର ବିମାନ କ୍ଷେତ୍ର ବନ୍ଦ କରି ଦେଲା ସ୍ପେନ୍