ନୂଆଦିଲ୍ଲୀ – ଇରାନ ବିରୁଦ୍ଧରେ ଚାଲୁ ଥିବା ଯୁଦ୍ଧରେ ସ୍ପେନର ବଡ଼ ନିଷ୍ପତ୍ତି। ଆମେରିକୀୟ ବିମାନ ଗୁଡ଼ିକ ପାଇଁ ନିଜର ବିମାନ କ୍ଷେତ୍ରକୁ ବନ୍ଦ କରି ଦେଇଛି ସ୍ପେନ୍‌। ପ୍ରତିରକ୍ଷା ମନ୍ତ୍ରୀ ମାର୍ଗରିଟା ରୋବ୍ଲେସ ସୋମବାର କହିଛନ୍ତି, ସ୍ପେନ୍ ଆମେରିକୀୟ ସେନାକୁ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ, ସାମରିକ ଠିକଣାର ଉପଯୋଗ ମଧ୍ୟ ପୂର୍ବ ସଂଘର୍ଷ ସହ ସମ୍ୱନ୍ଧିତ କୌଣସି ବି କାର୍ଯ୍ୟାନୁଷ୍ଠାନ ପାଇଁ କରାଯାଇ ପାରିବ ନାହିଁ। ଏବେ ଏୟାର ସ୍ପେସ୍ ଉପରେ ମଧ୍ୟ ଏହି ପ୍ରତିବନ୍ଧକ ଲାଗୁ କରିଦିଆ ଯାଇଛି। ଏହା ପୂର୍ବରୁ ସ୍ପେନ୍ ରୋତା ଓ ମୋରାନ ସାମରିକ ଠିକଣାର ବ୍ୟବହାର ଇରାନ ସମ୍ୱନ୍ଧୀୟ ଅପରେସନ ପାଇଁ ମନା କରିଦେଇ ଥିଲା।

ଆମେରିକା ଓ ଇସ୍ରାଏଲର ମଧ୍ୟ ପୂର୍ବର ନୀତି ଗୁଡ଼ିକର ସବୁଠୁ କଡ଼ା ସମାଲୋଚନା କରୁଥିବା ୟୁରୋପୀୟ ସରକାର ସ୍ପେନ୍ ହିଁ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରୋବ୍ଲେସ କହିଛନ୍ତି , ଏହି ନିଷ୍ପତ୍ତି ଆରମ୍ଭରୁ ଆମେରିକୀୟ ସାମରିକ ବାହିନଙ୍କୁ କହି ଦିଆ ଯାଇଥିଲା। ଏଥିପାଇଁ ସାମରିକ କ୍ଷେତ୍ରର ବ୍ୟବହାରର ଅନୁମତି ଦିଆଯିବ ନାହିଁ କି ସ୍ପେନର ବିମାନ କ୍ଷେତ୍ର।ସେ ଇରାନ ଯୁଦ୍ଧକୁ ଅବୈଧ ଓ ଅନ୍ୟାୟ ପୂର୍ଣ୍ଣ କହିଛନ୍ତି। ସ୍ପେନର କହିବାନୁସାରେ , ଆମେରିକା ଓ ଇସ୍ରାଏଲର ଏହି କାର୍ଯ୍ୟାନୁଷ୍ଠାନ ଅନ୍ତର୍ଜାତୀୟ ଆଇନ୍ ଓ ସଂଯୁକ୍ତ ରାଷ୍ଟ୍ର ଚାର୍ଟରର ଉଲ୍ଲଙ୍ଘନ।

ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ସ୍ପେନ୍ ଉପରେ ବ୍ୟାଣିଜ୍ୟ ପ୍ରତିବନ୍ଧକ ନେଇ ଧମକ ଦେଇଥିଲେ, କିନ୍ତୁ ସ୍ପେନ୍ ସରକାର ନିଜର ସ୍ଥିତି ଉପରେ ଦୃଢ ରହିଛନ୍ତି। ପ୍ରଧାନମନ୍ତ୍ରୀ ସାଞ୍ଚେଜ୍ ଯୁଦ୍ଧକୁ ଅନୁଚିତ ଓ ବିପଜ୍ଜନକ ସାମରିକ ହସ୍ତକ୍ଷେପ କହିଛନ୍ତି।

ଏହାସହ ମଧ୍ୟ ପଢନ୍ତୁ : ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ ବୁଡ଼ାଇ ଦେବ କି ୟୁଏସ୍‌କୁ ? ଆମେରିକା ସୈନିକଙ୍କୁ ବାହାର କରି ନେବାକୁ ଉଠିଲା ସ୍ୱର