ଫିରିଙ୍ଗିଆ,୨୨/୧୨ କିଛିଦିନ ହେଲା କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ତରଫରୁ ଅପରେସନ ନୀଳ ଜହର ବା ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଅନୁରୂପ ଭାବରେ ଫିରିଙ୍ଗିଆ ପୋଲିସ ତରଫରୁ ମଧ୍ୟ ଆରମ୍ଭ ହୋଇଥିବା ଏହି ଗଞ୍ଜେଇ କଟା ଅଭିଯାନ ଦଶମ ଦିନ ରେ ପହଞ୍ଚିଛି I ତେବେ ଫିରିଙ୍ଗିଆ ପୋଲିସ ସୋମବାର ଦିନ ଥାନା ଅଧୀନରେ ଥିବା ପବିଙ୍ଗିଆ ପଞ୍ଚାୟତର ସାଇତିଙ୍ଗିଆ, ବବଡଙ୍ଗିଆ ଓ ବେଙ୍ଗେସି ପଦର ଗାଁ ନିକଟରେ ଥିବା ପ୍ରାୟ ୯୨ ଏକର ପରିମିତ ଜଙ୍ଗଲ ଜମି ମାନଙ୍କରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆ ଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି I ଅନ୍ୟପଟେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ପ୍ରତକ୍ଷ ତତ୍ୱାବଧାନରେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଏହି ଗଞ୍ଜେଇ ଗଛ କଟା ଅଭିଯାନ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଫିରିଙ୍ଗିଆ ତହସିଲଦାର ଜ୍ୟୋତିପ୍ରକାଶ ସେଠି, ଅବକାରୀ ବିଭାଗର କର୍ମଚାରୀ ଓ ଥାନାରେ କାର୍ଯ୍ୟରତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ଦୁଇ ପ୍ଲାଟୁନ ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ହୋଇଥିଲା I ଅନ୍ୟପଟେ ସୋମବାର ଅନୁଷ୍ଠିତ ହୋଇଥିବା ଏହି ଅଭିଯାନକୁ ନେଇ ଥାନାରେ ୨୯୨/୨୦୨୫ ରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି I