ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପାକ୍ ଉପରେ ‘ସିନ୍ଦୂର’ ଭାରୀ: ଧରାପଡ଼ିବା ଭୟରେ ଅଣ୍ଡରୱାର୍ଲଡ ଡନ୍‌ ଦାଉଦ୍ ଫେରାର, ଛୋଟା ସକୀଲର ବି ପତ୍ତା ମିଳୁନି

Published By : Prameya | May 10, 2025 7:37 AM

ନୂଆଦିଲ୍ଲୀ,୧୦/୦୫: ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଅଣ୍ଡରୱାର୍ଲଡ ଡନ୍‌ମାନଙ୍କୁ ଛନକା ପଶିଛି । ଗିରଫ ଭୟରେ ସେମାନେ ପାକିସ୍ତାନର ବିଭିନ୍ନ ପ୍ରମୁଖ ସହରରେ ଆତ୍ମଗୋପନ କରିଥିଲେ । ପାକ୍‌ ସରକାର ସେମାନଙ୍କୁ ଆରାମରେ ରହିବାକୁ ଅନୁମତି ଦେଇଥିଲା । କିନ୍ତୁ ଏବେ ଭାରତର ଅପରେସନ  ‘ସିନ୍ଦୂର’ ଯୋଗୁ ପାକିସ୍ତାନ ଥରହର । କରାଚୀଠାରୁ ଲାହୋର ପର୍ଯ୍ୟନ୍ତ ସବୁଠି ଭାରତୀୟ ମିସାଇଲ ଓ ଡ୍ରୋନ୍‌ ହମଲା ହେଉଛି । ଫଳରେ ଅଣ୍ଡରୱାର୍ଲଡ ଡନ୍‌ମାନେ ଥଳକୂଳ ନ ପାଇ ଅନ୍ୟ କେଉଁଆଡ଼େ ପଳାୟନ କରୁଛନ୍ତି । ତାଲିକାର ପ୍ରଥମ ସ୍ଥାନରେ ଥିବା ଦାଉଦ ଇବ୍ରାହିମ କରାଚୀର କ୍ଲିଫ୍‌ଟନ  ଅଞ୍ଚଳରେ ରହୁଥିଲା । ଏବେ ସେଠାରେ ସେ ନ ଥିବା ରିପୋର୍ଟ ଆସିଛି । 

ରିପୋର୍ଟ ମୁତାବକ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦାଉଦ ଇବ୍ରାହିମ ଓ ତା’ର ପରିବାରକୁ ଦେଶର ଅନ୍ୟ କୌଣସି ସ୍ଥାନକୁ ନେଇଯାଇଛି । ୨୦୦୧ରୁ ଦାଉଦ କରାଚୀରେ ରହିଆସୁଥିଲା । ଅନ୍ୟ କେତେକ ସୂତ୍ରରୁ  ପ୍ରକାଶ, ଭାରତ ଅପରେସନ ସିନ୍ଦୂରରେ ଯେଉଁଭଳି ଭାବେ କରାଚୀ ଉପରେ  ବାରମ୍ବାର ଡ୍ରୋନ୍‌ ଓ ମିସାଇଲ ହମ୍‌ଲା କଲା, ତାହାଦ୍ୱାରା ଦାଉଦର ଠିକଣା ଧୂଳିସାତ୍‌ ହୋଇଯାଇଛି । ପ୍ରିସିଜନ୍‌ ଷ୍ଟ୍ରାଇକ୍‌ରେ ଦାଉଦ ପ୍ରାଣ ହରାଇ ଥାଇପାରେ ବୋଲି କୁହାଯାଉଛି । ଏହା ପୂର୍ବରୁ ଭାରତୀୟ ଏଜେନ୍ସିମାନେ ତାକୁ ମାରିବା ପାଇଁ ତିନି ଥର ଉଦ୍ୟମ କରି ବିଫଳ ହୋଇଥିଲେ । 

୧୯୮୬ରେ ଦାଉଦ ଭାରତ ଛାଡ଼ି ଦୁବାଇ ପଳାଇଥିଲା ।  ସେଠାରେ ସେ ‘ହ୍ୱାଇଟ୍‌ ହାଉସ୍‌’ ନାମକ ଏକ ବଙ୍ଗଳା  କିଣି ନିଜ ଗ୍ୟାଙ୍ଗ୍‌ ଚଳାଉଥିଲା । ୧୯୯୩ ମୁମ୍ବାଇ ବୋମା  ବିସ୍ଫୋରଣ ଘଟଣା ନେଇ ତା’ର ବଙ୍ଗଳାରେ ହିଁ ଷଡ଼ଯନ୍ତ୍ର  ହୋଇଥିଲା । ଏହି ସମୟରେ ସେ ଟାଇଗର୍‌ ମେମନ୍‌କୁ  ଭେଟିଥିଲା । ମୁମ୍ବାଇ ବିସ୍ଫୋରଣ ପରେ ଭାରତ ସରକାର  ଦାଉଦକୁ ଆତଙ୍କବାଦୀ ଘୋଷଣା କରିଥିଲେ । ଏହାପରେ ସେ ଦୁବାଇରୁ କରାଚୀ ପଳାଇଥିଲା । 

୨୦୦୧ରେ  ଆମେରିକାରେ ୯/୧୧ ହମଲା ପରେ ବିଶ୍ୱବ୍ୟାପୀ  ଆତଙ୍କବାଦ ବିରୋଧରେ ଜୋରଦାର କାର୍ଯ୍ୟାନୁଷ୍ଠାନ  ଆରମ୍ଭ ହୋଇଥିଲା। ଆମେରିକା ଓ ଭାରତ ମଧ୍ୟରେ  ଏହାକୁ ନେଇ ଘନିଷ୍ଠତା ବଢ଼ିବା ଯୋଗୁ ଦାଉଦ କରାଚୀକୁ  ନିଜ ସୁରକ୍ଷିତ ଆଡ୍ଡା ବନାଇଥିଲା । କରାଚୀରେ ଡିଫେନ୍ସ  କଲୋନି ନିକଟରେ ତା’ର ରହିବା ପାଇଁ ବନ୍ଦୋବସ୍ତ  କରାଯାଇଥିଲା । ଦାଉଦ ସେଠାରେ ପତ୍ନୀ ମହଜାବୀନ୍‌,  ପୁଅ ମୋଇନ, ଭାଇ ଅନିସ, ହୁମାୟୁନ ଏବଂ ନୂର୍‌  ସହ ରହୁଥିଲା । କିଛି ବର୍ଷ ତଳେ ନୂର୍‌ର ମୃତ୍ୟୁ  ଘଟିଥିଲା । ଦାଉଦର ପରିବାର ବ୍ୟତୀତ ଛୋଟା ସକୀଲ  ଭଳି ତା’ର କିଛି ଗ୍ୟାଙ୍ଗ୍‌ ସଦସ୍ୟ ମଧ୍ୟ ରହୁଥିଲେ । 

କୁହାଯାଉଛି ଯେ ପହଲଗାମ୍‌ ଆକ୍ରମଣ ପରେ  ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିବା ଯୋଗୁ  ଦାଉଦ, ତା’ର ପରିବାର ଏବଂ ସହଯୋଗୀମାନେ  କରାଚୀରୁ ପଳାୟନ କରିଛନ୍ତି । ଅପରେସନ ସିନ୍ଦୂର  ପୂର୍ବରୁ ହିଁ ସେମାନେ ସ୍ଥାନାନ୍ତର ହୋଇଥିଲେ । ଡି-କମ୍ପାନି ଶୁଟର୍‌ ମୁନ୍ନା ଝିଙ୍ଗଡ଼ା, ଯେ କି ୨୦୦୦ରେ  ବ୍ୟାଙ୍କକ୍‌ରେ ଛୋଟା ରାଜନ ଉପରେ ଆକ୍ରମଣ  କରିଥିଲା, ସେ ମଧ୍ୟ ଏକ ଅଜଣା ସ୍ଥାନକୁ ଚାଲିଯାଇଛି।

ପାକିସ୍ତାନ ପାଇଁ ଦାଉଦ ଏକ ବଡ଼ ସମ୍ପତ୍ତି ହୋଇ  ଆସିଛି । ତା’ର ଡି-କମ୍ପାନି ଜରିଆରେ ପାକିସ୍ତାନ  ଅନେକ ବେଆଇନ କାର୍ଯ୍ୟ କରାଉଛି । ଚୋରା ଅସ୍ତ୍ରଶସ୍ତ୍ର  ଚାଲାଣ, ନକଲି ମୁଦ୍ରା କାରବାର, ହାଇପ୍ରୋଫାଇଲ  ହତ୍ୟାକାଣ୍ଡ ଭଳି କାର୍ଯ୍ୟରେ ତା’ର ସହାୟତା ନେଉଛି ।  ତେବେ ଦାଉଦ ବିରୋଧରେ ଭାରତ ଇଣ୍ଟରପୋଲ୍‌  ଦ୍ୱାରା ରେଡ୍‌ କର୍ନର ନୋଟିସ ଜାରି କରାଇଥିବାରୁ  ସେ ପାକିସ୍ତାନ ଛାଡ଼ି ଅନ୍ୟ କେଉଁଆଡ଼େ ଯାଇପାରିବ  ନାହିଁ । ଆମେରିକା ମଧ୍ୟ ତାକୁ ଆତଙ୍କବାଦୀ ଘୋଷଣା  କରିସାରିଛି । ଯଦି ସେ ବାହାରକୁ ଚାଲିଯିବାକୁ ଉଦ୍ୟମ  କରେ, ତେବେ ଗିରଫ ହେବା ଆଶଙ୍କା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.