ନୂଆଦିଲ୍ଲୀ,୦୧/୦୨; ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୬-୨ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ । ସ୍ୱାସ୍ଥ୍ୟ, କ୍ରୀଡ଼ା, ଚାଷୀ, ଶିକ୍ଷା ସବୁ ସେକ୍ଟର ପାଇଁ ବଜେଟରେ ବଡ଼ ଘୋଷଣା ହୋଇଛି । ଏହାରୁ ବିରୋଧୀ ହଜମ କରିପାରିନାହନ୍ତି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କଠୁ ନେଇ ସପା ସାଂସଦ ଅଖିଳେଶ ଯାଦବଙ୍କ ଯାଏ ବଜେଟରେ କିଛି ନଥିବା କହିଛନ୍ତି । ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ । ପ୍ରିୟଙ୍କା ଗାନ୍ଧୀଙ୍କଠୁ ନେଇ ଶଶି ଥରରୁଙ୍କ ସମେତ ଅନ୍ୟ ନେତା ବଜେଟକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।
ସଂସଦ ମଞ୍ଚରୁ କହିବି...କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଉପରେ ତାଙ୍କର ମତାମତ ବିଷୟରେ ପଚରାଯିବାରୁ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, "ମୁଁ ସଂସଦ ଦ୍ୱାରା ଦିଆଯାଇଥିବା ମଞ୍ଚ ବ୍ୟବହାର କରି ଆସନ୍ତାକାଲି କହିବି। "
#WATCH | On being asked about his comments on Union Budget 2026-27, LoP, Lok Sabha, Rahul Gandhi says," I will speak tomorrow, using the platform provided by Parliament." pic.twitter.com/2DOnjIlF5L
— ANI (@ANI) February 1, 2026
ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ କହିଛନ୍ତି, ଏହି ବଜେଟ୍ ଗରିବ ଏବଂ ଗାଁରେ ରହୁଥିବା ଲୋକଙ୍କ ବୁଝିବା ବାହାରେ। ଏହି ବଜେଟରେ କୌଣସି ଚାକିରି କିମ୍ବା ନିଯୁକ୍ତି ଦିଆଯାଇ ନାହିଁ । ଆଜି ବି ଯୁବଗୋଷ୍ଠୀ ବେରୋଜଗାର । ବିଜେପିର ବଜେଟ୍ ଦେଶର କେବଳ ୫% ଲୋକଙ୍କ ପାଇଁ । ଗରିବଙ୍କ ପେଟ ଭରି ପାରିବ ନାହିଁ ଏହି ବଜେଟ । ଏହା କେବଲ ସ୍ୱପ୍ନ ଦେଖାଇବା ବଜେଟ । "
#WATCH | On Union Budget, Samajwadi Party MP Akhilesh Yadav says," This Budget is beyond the understanding of the poor and those who live in the villages. No jobs or employment have been given in this Budget. BJP's budget is only for 5% people of the people in the country..." pic.twitter.com/WLRZKFfEEk
— ANI (@ANI) February 1, 2026
କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ଆମକୁ ବହୁତ କମ୍ ବିବରଣୀ ମିଳିଲା । ୩-୪ଟି ମୁଖ୍ୟ ଖବର ଥିଲା, କିନ୍ତୁ ଆମେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପାଇଁ ଅପେକ୍ଷା କରିଥିଲୁ। ଏହା କେଉଁଠି ? ଆମେ କେରଳରେ ଏହା ଚାହୁଁଥିଲୁ । ଆମର ଆୟୁର୍ବେଦର ଏକ ଦୀର୍ଘ ପରମ୍ପରା ରହିଛି । କିନ୍ତୁ ଆମେ କେରଳର ନାମ ଶୁଣିଲୁ ନାହିଁ । ଆମେ ମତ୍ସ୍ୟଜୀବୀ ଏବଂ ନଡ଼ିଆର ନାମ ଶୁଣିଲୁ - ତାହା କେରଳ ହୋଇପାରେ କିନ୍ତୁ ଯେତେବେଳେ ସେମାନେ ଜାହାଜ ମରାମତି ବିଷୟରେ କଥା ହେଲେ, ସେମାନେ ବାରାଣସୀ ଏବଂ ପାଟନା ନାମ ଉଲ୍ଲେଖ କଲେ କିନ୍ତୁ କେରଳ ନୁହେଁ । ଏହା ଟିକେ ଆଶ୍ଚର୍ଯ୍ୟଜନକ । ହୁଏତ ବଜେଟ ଡକ୍ୟୁମେଣ୍ଟରେ ଅଧିକ ବିବରଣୀ ଅଛି । ମୁଁ ଏପର୍ଯ୍ୟନ୍ତ ଏହାକୁ ପଢ଼ି ନାହିଁ । ଭାଷଣରେ ବହୁତ କମ୍ ବିବରଣୀ ଥିଲା। "
#WATCH | On #UnionBudget, Congress MP Shashi Tharoor says, "We got very few details. There were 3-4 headlines, but we were waiting for the All India Institute of Ayurveda. Where is it? We wanted this in Kerala. We have had a long tradition of Ayurveda. But we didn't hear Kerala's… pic.twitter.com/xyjt5nG83q
— ANI (@ANI) February 1, 2026
ଏହା ବି ପଢନ୍ତୁ...କ୍ରିଏଟରଙ୍କ ପାଇଁ ବଡ଼ ସୁଯୋଗ; ୧୫ ହଜାର ସ୍କୁଲ ଏବଂ ୫ ଶହ କଲେଜରେ ଖୋଲିବ କଣ୍ଟେଣ୍ଟ 'କ୍ରିଏଟର ଲ୍ୟାବ', ଖେଳରେ ୧୦ ଲକ୍ଷ ନିଯୁକ୍ତି
ଜବାବ ଦେଲେ ରବି- ବିଜେପି ସାଂସଦ ରବି କିଶନ ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏହା ଉତ୍ସାହଜନକ ଯେ ସରକାର ଫିଲ୍ମ ଶିଳ୍ପକୁ AI ସହିତ କିପରି ଯୋଡ଼ିବେ ସେ ବିଷୟରେ ଚିନ୍ତା କରିଛନ୍ତି । କିପରି ତାଲିମ ଯୋଗାଇ ଦିଆଯିବ। ସରକାର ଏସବୁରେ ସାହାଯ୍ୟ କରିବେ । ବିରୋଧୀଙ୍କ କଥା, ଯଦି ଆପଣ ଜାତୀୟ ସ୍ୱାର୍ଥ ପ୍ରତି ଦୃଷ୍ଟି ନଦିଅନ୍ତି, ତେବେ ଆପଣ ମୋତେ ସର୍ବଦା ଏକ ଖରାପ ଜିନିଷ ଭାବରେ ଦେଖିବେ । ବିରୋଧୀ କେବେ ଭଲ ଦେଖିପାରିବ ନାହିଁ । "