ଭୁବନେଶ୍ୱର,୨୨/୦୬: ରାଜ୍ୟ ସରକାର ସରକାରୀ ଚାକିରି ପାଇଁ  ଆବେଦନର ବୟସ ସୀମାକୁ ୪୨  ବର୍ଷ ବୟସକୁ ବୃଦ୍ଧି କରିଛନ୍ତି । ସର୍ବୋଚ୍ଚ ବୟସ ସୀମା ୪୨ ବର୍ଷ ଥାଇ ମଧ୍ୟ ନିଯୁକ୍ତି  ପାଇଁ ପ୍ରଥମ ବିଜ୍ଞପ୍ତି ଓଡ଼ିଶା ଲୋକସେବା ଅୟୋଗ(ଓପିଏସସି) ପ୍ରକାଶ କରିଛି । 

ରାଜ୍ୟରେ ଦୀର୍ଘ ଦିନ ହେବ ଖାଲି  ପଡ଼ିଥିବା ୫୦୬ଟି ସହକାରୀ ପ୍ରାଣୀ  ଚିକିତ୍ସକ(ଭେଟେରିନାରୀ ଆସିଷ୍ଟାଣ୍ଟ  ସର୍ଜନ/ଅତିରିକ୍ତ ଭେଟେରିନାରୀ  ଆସିଷ୍ଟାଣ୍ଟ ସର୍ଜନ) ପଦବି ପୂରଣ ପାଇଁ  ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।  ଯାହାକୁ ଆଶାୟୀ ଛାତ୍ରମାନଙ୍କ ମଧ୍ୟରୁ ବହୁ ଛାତ୍ରନେତା ସ୍ୱାଗତ କରିଛନ୍ତି ।  ତେବେ ଏହି ପଦବିଗୁଡ଼ିକରୁ ୧୬୭ଟି  ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୩୭ଟି ଅଣସଂରକ୍ଷିତ ରହିଛି। ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ ପାଇଁ ୭୯,  ୧୪୯ଟି ଅନୁସୂଚିତ ଜାତି ଓ ୨୪୧ଟି ଅନୂସୂଚିତ  ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି । ଦିବ୍ୟାଙ୍ଗଙ୍କ  ପାଇଁ ୪୯ଟି ଥିବା ବେଳେ ୧୩ଟି କ୍ରୀଡ଼ାବିତଙ୍କ  ପାଇଁ ସଂରକ୍ଷିତ ରହିଛି । ପ୍ରାଣୀ ବିଜ୍ଞାନ ଓ  ପଶୁଚିକିତ୍ସାରେ ସ୍ନାତକ ଡିଗ୍ରୀ(ବ୍ୟାଚଲର୍‌ ଡିଗ୍ରୀ  ଇନ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମାଲ୍‌  ହଜ୍‌ବେଣ୍ଡାରୀ) ହାସଲ କରିଥିବା ଛାତ୍ରଛାତ୍ରୀ ଏ  ନେଇ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ  ଉଲ୍ଲେଖ କରାଯାଇଛି ।