ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ରମଜାନ ପର୍ବ ଉପଲକ୍ଷେ ଇଫତାର ପାର୍ଟିର ଆୟୋଜନ

Published By : Gurupada Nath | March 16, 2025 10:04 PM

ଜଳେଶ୍ବର,୧୬/୩ : ଜଳେଶ୍ଵର  ମ୍ୟୁନିସିପାଲଟିର ବିଭିନ୍ନ ମସଜିଦରେ ମୁସଲମାନ ସମ୍ପ୍ରଦାୟର ରୋଜା ରଖିବାର ୧୩ ଦିନରେ ରମଜାନ ପର୍ବ ଉପଲକ୍ଷେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଉଦ୍ଦେଶ୍ୟରେ  ପୌରପାଳିକାର କାଉନସିଲର ଗୋବିନ୍ଦ ଚନ୍ଦ୍ର ସାହୁ, ଗୋପାଳ ଚନ୍ଦ୍ର ସାହୁ, ଗୌରହରି ସାହୁ, ଗିରିଧାରୀ ସାହୁଙ୍କ ନେତୃତ୍ୱରେ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା । ପୌରପାଳିକାର ଝାଡେଶ୍ୱରପୁର, ରାଜପୁର, ବିଦ୍ୟାଧରପୁର, ପଥରପୁରା ଆଦି ଗ୍ରାମର ମସଜିଦ ଓ  ଶାସନବାଡ ଗ୍ରାମର ମଦ୍ରାସା ଫାଇଯାନେ ନସିମରେ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା। 

ମସଜିଦରେ ନମାଜ ପାଠ କରିବା ପରେ ଇଫତାର ପାର୍ଟିରେ ଉପସ୍ଥିତ ସମସ୍ତଙ୍କୁ ଉତ୍ତରୀୟ ପ୍ରଦାନ କରିବା ସହ ଫଳ ଓ ବିରିଆନୀ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୌଲବୀ ସଦ୍ଦାମ୍ ହୋସେନ୍, ଶେଖ କୌସର୍ ମହମ୍ମଦ, ଅବଦୁଲ ରହିମ, ଅବଦୁଲ ସତ୍ତାର, ମିର୍ ମନସୁର୍ ଅଲ୍ଲୀ, ଶେଖ ସୈଫୁଦ୍ଦିନ, ଶେଖ ଅବଦୁଲ ମଜିଦ୍, ଶେଖ ସମୀର, ଶେଖ ହାଫ୍ ବକ୍ସ, ଶେଖ ହାଜିର୍, ଶେଖ ସିରାଜ୍, ଶେଖ ସାଜନ, ଇସମାଇଲ ଖାଁ, ଶେଖ ଗମିରୁଦ୍ଦିନ, ଶେଖ ଫରିଦ୍ ଅହମ୍ମଦ, ସତ୍ୟ ସୁନ୍ଦର ଦାସ, ଜିତାଂଶୁ ନନ୍ଦୀ, ଲକ୍ଷ୍ମୀକାନ୍ତ କର, ଦିଲ୍ଲୀପ ଗିରି, ଶିଶିର ହୁଇ, ଅଭିଜିତ କରଣ,   ଅଜିତ ମହାନ୍ତି, ସୁଶାନ୍ତ ଦାସ, ମଧୁସୂଦନ ଦତ୍ତ, ସୋନାରାମ୍ କିସ୍କୁ, ସୋନାଇ ହେମ୍ବ୍ରମ, ଚନ୍ଦନ ସିଂ, କୁଆଁର ସିଂ, ଖେଲା ମୁର୍ମୁ, ରଘୁନାଥ ଟୁଡୁ, ମୀର ଆୟୁବ, ମୀର୍ ଆବାସ ଅଲ୍ଲୀ ପ୍ରମୁଖ ଯୋଗଦେଇ ସଫଳ କରାଇଥିଲେ । ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଉଦ୍ଦେଶ୍ୟରେ କାଉନସିଲର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ତାଙ୍କର ୪ଜଣ ଭାଇଙ୍କ ଦ୍ଵାରା ଏଭଳି ଇଫତାର ପାର୍ଟିର ଆୟୋଜନକୁ ଜନସାଧାରଣରେ ପ୍ରଶଂସା କରାଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.