ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଓସେପା ଉପନିର୍ଦ୍ଦେଶକଙ୍କ ବଣ୍ଡା ଘାଟି ଗସ୍ତ, ଅଧାରୁ ଛାତ୍ରଛାତ୍ରୀ ପାଠ ଛାଡିବା ନେଇ କଲେ ସମୀକ୍ଷା

Published By : Suraj Kumar | May 8, 2025 10:54 PM

ମାଲକାନଗିରି, ୮।୫(ଆପ୍ର): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡା ଘାଟି ଓସେପା ଉପ ନିର୍ଦେଶକ ପ୍ରଦୋଷ କୁମାର ନାୟକ ଗୁରୁବାର ଗସ୍ତ କରିଛନ୍ତି। ଜନଜାତିର ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକ୍ରୁଷ୍ଟ କରିବା ସହ ଅଧାରୁ ପାଠ ଛାଡୁ ଥିବା ପିଲାଏ କିଭଳି ଭାବେ ବିଦ୍ୟାଳୟକୁ ଫେରିବେ ଓ ଶିକ୍ଷା ଗ୍ରହଣ କରିବେ ସେ ନେଇ ସମୀକ୍ଷା  କରିଥିଲେ।

ବଣ୍ଡାଗୁଡା, ବାଡେଇଗୁଡା, ମୁଦୁଲିପଡା, ଦାନ୍ତୀପଡା ଭଳି ଅଞ୍ଚଳକୁ ଯାଇ ଏହି ଆଦିମ ଜନଜାତିର ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନଙ୍କୁ ଭେଟି ଆଲୋଚନା କରିଥିଲେ। କେଉଁ କାରଣରୁ ଛାତ୍ର ଛାତ୍ରୀ ମାନେ ଅଧାରୁ ପାଠ ପଢା ଛାଡିଛନ୍ତି ସେନେଇ ବୁଝିବା ସହ ଏକ ସ୍ଵତନ୍ତ୍ର ସମୀକ୍ଷା କରିଥିଲେ। ଏହା ସହ ଏନେଇ ସ୍ଥାନୀୟ ଅଧିକାରୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ଯେପରି ୪ବର୍ଷରୁ ୧୫ ବର୍ଷ ଯାଏଁ ସବୁ ପିଲାଏ ବିଦ୍ୟାଳୟକୁ ଯିବେ ଏବଂ ରାଜ୍ୟ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ର ଛାତ୍ରୀଙ୍କୁ କିପରି ଉଚିତ ଶିକ୍ଷା ମିଳିବ ସେନେଇ ଆବଶ୍ୟକ ପଦକ୍ଷେପ ଉପରେ ଗୁରୁତ୍ଵ ଦେବାକୁ ନିର୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ଖଇରପୁଟ ଏବିଓ ସୀବନୀ ମୁଦୁଲି ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.