ଭୁବନେଶ୍ୱର,୨୨/୦୮: ଦେଶର ଅନ୍ୟ  ରାଜ୍ୟଗୁଡ଼ିକରେ ଖରିଫ୍‌ ଭଳି ରବିରେ ଧାନ  କିଣା ପାଇଁ ଇନପୁଟ୍‌ ସହାୟତା ଦିଆଯାଇନଥାଏ । ଫଳରେ ଆମ ରାଜ୍ୟକୁ ଅନ୍ୟ ରାଜ୍ୟରୁ ଧାନ  ବିକ୍ରି ହେବାକୁ ଆସୁଛି । ତେବେ ଏସବୁ ସମସ୍ୟା  ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ଓଡ଼ିଶା ଭଳି ଅନ୍ୟ ରାଜ୍ୟଗୁଡ଼ିକ ରବିରେ ଇନପୁଟ୍‌ ସହାୟତା ଦେଲେ ଆମ  ରାଜ୍ୟକୁ ବାହାର ରାଜ୍ୟର ଧାନ ଆସିବ ନାହିଁ । ତେବେ ଆମ ସରକାର ଧାନ ପାଇଁ ୮୦୦ ଟଙ୍କା  ଇନପୁଟ୍‌ ସହାୟତା ବୃଦ୍ଧି କରିବା ଫଳରେ ଯେଉଁ  ଚାଷୀ ଅନ୍ୟ ଫସଲ ଚାଷ କରୁଥିଲେ ସେମାନେ  ଏବେ ଧାନ ଚାଷ କରୁଛନ୍ତି ।  

ଏଥିପାଇଁ ଅନ୍ୟ ଫସଲ ପ୍ରଭାବିତ  ହୋଇପାରେ । ତେଣୁ ଅନ୍ୟ ଫସଲକୁ କିପରି  ପ୍ରୋତ୍ସାହନ ମିଳିବ ସେଥିପାଇଁ ସରକାର ଯୋଜନା କରୁଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  କହିଛନ୍ତି । ଅପରପକ୍ଷେ ବିଜେଡି ବିଧାୟକ ପ୍ରତାପ  ଦେବ କହିଛନ୍ତି, ସରକାର ନିଜ ଗୋଡ଼କୁ ନିଜେ  ମାରିଛନ୍ତି । ୮ ଶହ ଟଙ୍କା ଇନପୁଟ୍‌ ସହାୟତା  ରାଶି ଦେବା ପରେ ଆଉ କେତେ ବଜେଟ୍‌ ରହିବ  ଯେ ଅନ୍ୟ ଚାଷକୁ ପ୍ରୋତ୍ସାହନ ଯୋଗାଇଦେବେ ।  ଏହାଦ୍ୱାରା ଅଧିକ ଧାନ ଫସଲ କରିବେ ଚାଷୀ ।  କିନ୍ତୁ ଡାଲି ଜାତୀୟ ହେଉ ବା ଚିନାବାଦାମ ଚାଷ  କେମିତି ପ୍ରୋତ୍ସାହିତ ହେବ ବୋଲି ଶ୍ରୀ ଦେବ  ପ୍ରଶ୍ନ କରିଛନ୍ତି ।