ନବରଙ୍ଗପୁର,୮।୬: ଆମ ସଂସ୍କୃତି ଓ ପରମ୍ପରାକୁ ନେଇ ଆମର ପରିଚୟ । ଜାତି ଓ ପରିଚୟକୁ ନେଇ ଗର୍ବ କରିବାକୁ ପଡିବ । ସ୍ଥାନୀୟ ଏକ କଲ୍ୟାଣମଣ୍ଡପ ଠାରେ ଆୟୋଜିତ ଶୌଣ୍ଢିକ ସମାଜର ଜିଲ୍ଲା ସମ୍ମିଳନୀର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସାମାଜର ସାମଗ୍ରୀକ ବିକାଶ ପାଇଁ ଆଗାମୀ ପୀଢିକୁ ପ୍ରୋତ୍ସାହିତ କରିବାକୁ ପଡିବ । ଶିକ୍ଷା,ଦୀକ୍ଷା, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ପ୍ରତି ଆମକୁ ହିଁ ଆଗେଇବାକୁ ପଡିବ।
ଆମ ସମାଜ ପାଇଁ ଆମେ ହିଁ ଦାୟିତ୍ଵ ନେବାକୁ ପଡିବ। ସେଭଳି ଯେକୌଣସି ଜାତି ଓ ସମାଜରେ ଶେଷଧାଡିରେ ଥିବା ଲୋକଙ୍କର ସାମଗ୍ରୀକ ବିକାଶ ପାଇଁ ଉଦ୍ୟମ କଲେ ସମାଜର ବିକାଶ ହୋଇପାରିବ ବୋଲି କହିଛନ୍ତି। ସେଭଳି ଯୋଗ୍ୟ ପ୍ରତିଭାକୁ ପ୍ରତ୍ସାହିତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ପଡିବ। ତେବେ ଯାଏଁ ଜାତି ଓ ସମାଜର ବିକାଶ ସମ୍ଭବ। ଏହି ଅବସରରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କ ମାଝୀଙ୍କ ପକ୍ଷରୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୌଣ୍ଢକ ସମାଜର ଭବନ ପାଇଁ ୫ଲକ୍ଷ ଟଙ୍କା ଓ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ରାଶି ପାଣ୍ଠିରୁ ୫ଲକ୍ଷ ଟଙ୍କା ଘୋଷଣ କରିଛନ୍ତି।ସେଭଳି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସାଂସଦ ପାଣ୍ଠିରୁ ସମାଜର ଭବନ ପାଇଁ ୧୦ଲକ୍ଷ ଟଙ୍କା ଘୋଷଣା କରିଥିଲେ । ଏହି ଅବସରରେ ଶୌଣ୍ଢକ ସମାଜର ଗୌତମ ବିଷୋୟୀ ଆଇଆଇଟି ମୁମ୍ବାଇରେ ପାଠ ପଢିବା କୁ ଚୟନ ହୋଇଥିବା ଯୋଗୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୌତମଙ୍କୁ ମଞ୍ଚ ଉପରେ ସମ୍ବନ୍ଧିତ କରିଥିଲେ । ସେଭଳି ସମାଜର ୩୮ଜଣ ବରିଷ୍ଠ ନାଗରିକଙ୍କୁ ସମ୍ମାନୀତ କରାଯାଇଥିଲା।
ଏହି ସମ୍ମିଳନୀକୁ ନବରଙ୍ଗପୁର ଜିଲ୍ଲା ଶୌଣ୍ଢକ ସମାଜର ସଭାପତି ବାଙ୍କବିହାରୀ ବିଷୋୟୀଙ୍କ ସଭାପତିତ୍ୱରେ ସମ୍ମାନୀତ ଅତିଥି ବିଜେପିର ଜିଲ୍ଲାସଭାପତି କୁଞ୍ଜବିହାରୀ ଦାସ, ମାଧବ ଚୌଧୂରୀ, ପରମେଶ୍ଵର ବିଷୋୟୀ, ହରେକୃଷ୍ଣ ବିଷୋୟୀ, ରାମଚନ୍ଦ୍ର ବେହେରା, ଜେମାମଣୀ ବିଷୋୟୀ, ଜଗଦିଶ ବିଷୋୟୀ ପ୍ରମୁଖ ଯୋଗଦେଇଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଳକରୁ ଶୌଣ୍ଢକ ସମାଜର ମହିଳା ଓ ପୁରୁଷ ଯୋଗଦେଇଥିଲେ । ଶୌଣ୍ଢିକ ଭବନ ପାଇଁ ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ପକ୍ଷରୁ ୨୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିବା ଯୋଗୁ ଶୌଣ୍ଢିକ ସମାଜର ସଭାପତି ବାଙ୍କବିହାରୀ ବିଷୋୟୀ ସରକାରଙ୍କୁ ସମାଜ ପକ୍ଷରୁ କୃତଜ୍ଞତା ଜଣାଇଥିଲେ।