ଫିରିଙ୍ଗିଆ,୧୧/୧ : କନ୍ଧମାଳ ଜିଲ୍ଲା ସଦର ଥାନା ପୁଲିସ ଶନିବାର ଏକ କାର୍ ସହ ୧୩୩କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ କରିଥିବାବେଳେ ଗଞ୍ଜେଇ ଚାଲାଣ କରୁଥିବା ଡ୍ରାଇଭରକୁ ଗିରଫ କରିବାରେ ସଫଳ ହୋଇଛି l ସୂଚନା ଅନୁସାରେ ଫିରିଙ୍ଗିଆ ଅଞ୍ଚଳରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ହେଉଥିବା ସଦର ପୁଲିସକୁ ସୂଚନା ମିଳିଥିଲା। ଖବରପାଇ ସଦର ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କ ନିର୍ଦେଶକ୍ରମେ ଥାନାର ଏସଆଇ ପ୍ରଦୀପ କୁମାର ରାଉଳ ଓ ଟିମ୍ ସଦର ଥାନା ଅନ୍ତର୍ଗତ କେଣ୍ଡ୍ରି ଗୁଡା ନିକଟ ରାସ୍ତାରେ ଫିରିଙ୍ଗିଆ ପଟୁ ଦ୍ରୁତଗତିରେ ଆସୁଥିବା ଗାଡ଼ିକୁ ଅଟକାଇଥିଲେ । ଅଟକାଇବା ପରେ ଯାଞ୍ଚରେ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଥିଲା l
ଘଟଣାସ୍ଥଳରୁ ଏକ କାରରୁ ଗଞ୍ଜେଇ ଜବତ କରାଯାଇଥିବାବେଳେ ଗଞ୍ଜେଇ ଚାଲାଣ କରିଥିବା କାରର ଡ୍ରାଇଭରକୁ ଅଟକ ରଖିଥିଲେ l ମାଜିଷ୍ଟ୍ରେଟ ସମାକେଶ ନାୟକଙ୍କ ଉପସ୍ଥିତରେ ଗଞ୍ଜେଇକୁ ଓଜନ କରିବା ପରେ ଗଞ୍ଜେଇର ୧ ଶହ ୩୩କେଜି ୫ଶହ ଗ୍ରାମ ଗଞ୍ଜେଇ ହୋଇଥିଲା l ଗଞ୍ଜେଇ ଚାଲାଣ କରୁଥିବା ଗାଡ଼ିର ଡ୍ରାଇଭର ଫିରିଙ୍ଗିଆ ଥାନା ଅଧୀନ ମାଶ୍ରୀ ପଡ଼ା (ପୁଟୁକି ପଡ଼ା) ଗାଁର ଦେବାଶିଷ ପ୍ରସାଦ ରାଏ ବୋଲି ପୁଲିସ ସୂଚନା ଦେଇଛି l ଅନ୍ୟପଟେ ସଦର ଥାନାରେ ଗଞ୍ଜେଇ ଚାଲାଣକୁ ନେଇ ଏକ ମାମଲା ରୁଜୁ ହୋଇଥିବାବେଳେ ଦେବାଶିଷକୁ କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି l