ପ୍ରମୂଖ ଖବର
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

''କେବେ କେବେ ହୋଟେଲ୍ ବାଥରୁମ ସଫା କରେ'', ଜାଣନ୍ତୁ କାହିଁକି ଏମିତି କହିଲେ OYO ପ୍ରତିଷ୍ଠାତା

Published By : Ankita S | March 3, 2025 11:27 AM

ନୂଆଦିଲ୍ଲୀ,୦୩/୦୩: ଓୟୋ ଭଳି ଏକ ବୃହତ କମ୍ପାନୀ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ଏବେ ବି ହୋଟେଲ ୱାସରୁମ, ଶୌଚାଳୟ ସଫା କରନ୍ତି । ଏହି ଖୁଲାସା ସେ ନିଜେ କରିଛନ୍ତି  । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚିନ୍ତ । ତୁରନ୍ତ ଆପଣଙ୍କ ମନକୁ ଆସିବ ଏତେ ବଡ କମ୍ପାନୀର ଫାଉଣ୍ଡର ୱାସରୁମ ସଫା କରନ୍ତି ! ଆସିବା ବି ସ୍ବଭାବିକ୍ । ଏହା ପଛର କାରଣ କଣ କାହିଁକି ଏମିତି କରନ୍ତି ରିତେଶ ଅଗ୍ରୱାଲ । ଜାଣନ୍ତୁ ଏହି ରିପୋର୍ଟରେ ।

ବିନମ୍ରତା ବନାମ ପଦର ଅଭିମାନ- ଓୟୋ ସିଇଓ ରିତେଶ ଅଗ୍ରୱାଲ ନେତୃତ୍ବକୁ ପଦ ପଦବୀରେ ସୀମିତ ରଖିନାହାନ୍ତି । ତାକୁ ସର୍ବଦା କାମରେ କରି ଦେଖାନ୍ତି । ରିତେଶ ଅଗ୍ରୱାଲ ଭାବନ୍ତି ଯେ ଗ୍ରାଉଣ୍ଡ ଲେବଲରୁ କିଛି ଶିଖିବା ସହ ବିନମ୍ରତା ସଫଳତା ପାଇଁ ଜରୁରୀ ହୋଇଥାଏ । ମୁମ୍ବାଇ ଟେକ୍ ୱିକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ରିତେଶ କହିଛନ୍ତି, ''ମୁଁ ଆଜି ବି କେବେ କେବେ ଆମ ହୋଟେଲ ୱାସରୁମ ସଫା କରେ । ଏହା ଏକ ରୋଲ ମଡେଲିଙ୍ଗ୍ ଏକ୍ସରସାଇଜ । ସଫଳତା ହାସଲ କରିବାକୁ ହେଲେ ପ୍ରଥମେ ଲଜ୍ଜା, ଗର୍ବ ଓ ଅହଂକାର ଛାଡିବାକୁ ହେବ । ଏ ସବୁ ସଫଳତାର ଶତ୍ରୁ । ''

ଏପରି କରିବା ପଛର କାରଣ କହି ରିତେଶ କହିଛନ୍ତି, ''ନେତୃତ୍ବର ଏକ ଅଂଶ ସ୍ବରୁପ ଅନ୍ୟ ସଦସ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥାଏ । ନେତୃତ୍ବ କେବଳ ବ୍ୟବସାୟରେ ସୀମିତ ନ ରହୁ । ଏହା ବିନମ୍ରତା, କିଛି ଶିଖିବା ଏବଂ ସକାରାତ୍ମକ ପ୍ରଭାବ ପକାଇବା ଚିନ୍ତାଧାରାରୁ ପ୍ରେରିତ ହୋଇଥାଏ । ସେ ବ୍ୟବସାୟ ହେଉ କି କିଛି ଉଦାହରଣ ସୃଷ୍ଟି କରିବା ହେଉ ।''

ଓଡିଶାରେ ଜନ୍ମଗ୍ରହଣ କରିଥିବା ରିତେଶ ଅଗ୍ରୱାଲ ୨୦୧୨ରେ ଓୟୋ ପ୍ରତିଷ୍ଠା କରିଥିଲେ । ୮୦ଟି ଦେଶରେ ୧ ନିୟୁତରୁ ଅଧିକ ଓୟୋ ହୋଟେଲ ଅଛି । ରିତେଶ ଏହାର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.