ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

Pahalgam Attack: ଆଉ ନାହିଁ ଦୟାମାୟା... ଆତଙ୍କୀଙ୍କ ଠିକଣା ଖୋଜି ଖୋଜି ଧ୍ଵସ୍ତ କରୁଛି ସୁରକ୍ଷା ବାହିନୀ

Published By : Rasmita Pradhan | April 26, 2025 8:59 AM

ନୂଆଦିଲ୍ଲୀ, ୨୬/୦୪ : ଆଉ ନାହିଁ ଦୟାମାୟା। ଆକ୍ସନ ମୋଡ୍‌ରେ ସୁରକ୍ଷା ବାହିନୀ। ଆତଙ୍କୀଙ୍କ ଉପରେ କଡ଼ା ଆକ୍ସନ୍। ମାଟିରେ ମିଶୁଛି ଆତଙ୍କବାଦୀଙ୍କ ଘର। ଜାମ୍ମୁ କାଶ୍ମୀରର ପୁଲୱାମା, ସୋପିଆଁ ଏବଂ କୁଲଗାମ୍‌ରେ ଖୋଜି ଖୋଜି ଆତଙ୍କୀଙ୍କ ଘର ଭାଙ୍ଗୁଛି ସୁରକ୍ଷାବାହିନୀ। ପହଲଗାମ୍ ଆଟାକ୍ ପରେ ୫ ଆତଙ୍କୀଙ୍କ ଠିକଣା ନଷ୍ଟ କଲାଣି ସୁରକ୍ଷା ବାହିନୀ।

ସୂଚନାନୁଯାୟୀ, ସୋପିଆଁର ଚୋଟିପୋରାରେ ଲସ୍କର କମାଣ୍ଡର ଶାହିଦ ଅହମ୍ମଦର ଘର ଭାଙ୍ଗାଯାଇଛି। ଦୀର୍ଘ ୩ ରୁ ୪ ବର୍ଷ ହେଲା ବହୁ ରାଷ୍ଟ୍ର ବିରୋଧୀ ଗତିବିଧିରେ ସାମିଲ ଥିଲା ଶାହିଦ। ସେହିପରି କୁଲଗାମର କ୍ଵିମୋହରେ ରହୁଥିବା ଆତଙ୍କୀ ଜାକିର ଗନିର ଘର ଉଡାଇଦେଲେ ସୁରକ୍ଷା ବାହିନୀ। ୨୦୨୩ରୁ ଲସ୍କରେ ସାମିଲ ହୋଇଥିଲା ଜାକିର। ଏହା ପୂର୍ବରୁ ଶୁକ୍ରବାର ଦିନ ପୁଲୱାମାରେ ସେନା ଦ୍ୱାରା ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଏହସାନ ଉଲ ହକର ଘର ଭାଙ୍ଗି ଦିଆଯାଇଥିଲା। ଏହସାନ ୨୦୧୮ ମସିହାରେ ପାକିସ୍ତାନରୁ ତାଲିମ ପାଇଥିଲା ଏବଂ ସେ କାଶ୍ମୀରରେ ପୁନର୍ବାର ପ୍ରବେଶ କରିଥିଲା। ସେ ପହଲଗାମ ଆକ୍ରମଣର ଜଣେ ସନ୍ଦିଗ୍ଧ ଅଭିଯୁକ୍ତ। 

ଏହା ପୂର୍ବରୁ, ଆଉ ଦୁଇ ଆତଙ୍କବାଦୀଙ୍କ ଘର ଧ୍ୱଂସ କରାଯାଇଥିଲା। ଅନନ୍ତନାଗ ଜିଲ୍ଲା ବିଜବେହରାର ତ୍ରାଲ ସ୍ଥିତ ଗୋରୀ ଅଞ୍ଚଳରେ ଜଣେ ଆତଙ୍କବାଦୀର ଘରକୁ ବୋମା ସାହାଯ୍ୟରେ ଉଡ଼ାଇ ଦିଆଯାଇଥିଲା। ସେହିପରି ଅନ୍ୟ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘରକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଥିଲା। ଦକ୍ଷିଣ କାଶ୍ମୀରର ଗୁରିର ଏକ ଗାଁରେ ସର୍ଚ୍ଚ ଅପରେସନ୍ ସମୟରେ ସୁରକ୍ଷା ବାହିନୀ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଆଦିଲର ଘରେ କିଛି ସନ୍ଦିଗ୍ଧ ଜିନିଷ ଦେଖିଥିଲେ। ଏହାକୁ ଯାଞ୍ଚ କରିବାରୁ ତାହା ବୋମା ବୋଲି ଜଣାପଡ଼ିଥିଲା। ସୁରକ୍ଷା ଦୃଷ୍ଟିରୁ ସୁରକ୍ଷା ବାହିନୀ ବୋମାକୁ ସେହିଠାରେ ନଷ୍ଟ କରିଥିଲେ।

ଏହି ଖବରଟିକୁ ପଢନ୍ତୁ-ପହଲଗାମ୍ ଆତଙ୍କୀଙ୍କ ଉପରେ ପ୍ରହାର : ବମ୍‌ରେ ଉଡାଇଦେଲେ ଜଣଙ୍କ ଘର, ଆଉ ଜଣଙ୍କ ଉପରେ ବୁଲଡୋଜର ଆକ୍ସନ୍


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.