ନୂଆଦିଲ୍ଲୀ,୧୪।୭:  ଆଫଗାନିସ୍ତାନକୁ ଅସ୍ଥିର କରିବା ପାଇଁ ପାକିସ୍ତାନ ବହୁ ଦଶଦ୍ଧି ହେବ ଯୋଜନା କରୁଛି। ଲକ୍ଷ୍ୟ କେବଳ ଗୋଟିଏ, ତାହା ହେଲା ଅଫଗାନିସ୍ତାନକୁ ଭାରତ ବିରୋଧି ଆଡ୍ଡା ଭାବରେ ବ୍ୟବହାର କରାଯାଉ। ଏହି ଉଦେଶ୍ୟ ସେ ତାଲିବାନକୁ ତିଆରି କରିବାରେ ଲଗାଇ ଦେଇଥିଲା ନିଜର ସବୁ ଶକ୍ତି। ୫ ବର୍ଷ ପୂର୍ବରୁ ଯେତେବେଳେ ତତ୍କାଳୀନ ରାଷ୍ଟ୍ରପତି ଅଶରଫ୍ ଗନିଙ୍କ ଇସଲାମିକ୍ ରିପବ୍ଳିକ୍ ଅଫ୍ ଆଫଗାନିସ୍ତାନ ସରକାରଙ୍କୁ କ୍ଷମତାଚ୍ୟୁତ କରି ତାଲିବାନକୁ ଆଣିଥିଲା, ପାକିସ୍ତାନକୁ ଲାଗିଥିଲା ତା ରାସ୍ତାର ସବୁ କଣ୍ଟା ଦୂର ହୋଇସାରିଛି। କିନ୍ତୁ ଠିକ୍ ୫ ବର୍ଷ ପରେ ପାକିସ୍ତାନ, ଭାରତର କୁଟନୀତି ଆଗରେ ଏବେ ରକ୍ତର ଲୁହ ଗଡାଉଛି।

ପାକିସ୍ତାନ ସେନା ଓ ତାଲିବାନର ସମ୍ପର୍କ ଦୀର୍ଘ ଦିନ ଧରି ନିମ୍ନ ସ୍ତରରେ ରହିଛି। ଦୁହେଁ ପରସ୍ପରର ସବୁଠାରୁ ବଡ଼ ଶତ୍ରୁ। ପାକିସ୍ତାନରେ ଶରଣାର୍ଥୀ ଭାବରେ ଥିବା ଆଫଗାନିସ୍ତାନୀଙ୍କ ସହିତ ପାକିସ୍ତାନ ସର୍ବାଧିକ ପାତରଅନ୍ତର କରଛି। ତାଙ୍କୁ ବଳପୂର୍ବକ ବାହାର କରି ଦିଆଯାଉଛି। ତାଙ୍କର ସାହାଯ୍ୟ ପାଇଁ ଭାରତ ମଧ୍ୟ ଠିଆ ହୋଇଛି। ଯଦି ଗତ ୫ ବର୍ଷରେ ତାଲିବାନ ଶାସନ ବେଳେ ଭାରତ, ଆଫଗାନିସ୍ତାନ ଓ ପାକିସ୍ତାନର ସମ୍ପର୍କକୁ ବୁଝିବା ତେବେ ସବୁ କିଛି ସ୍ପଷ୍ଟ ହୋଇପାରିବ।

ପାକିସ୍ତାନର ତାଲିବାନ ନୀତି ଫେଲ୍

-ଅଗଷ୍ଟ ୨୦୨୧ ରେ ଯେତେବେଳେ ଆଫଗାନିସ୍ତାନ ତାଲିବାନର କନଟ୍ରୋଲରେ ଆସିଥିଲା ପାକିସ୍ତାନକୁ ଲାଗୁଥିଲା ତା’ର ପଶ୍ଚିମ ସୀମା ସୁରକ୍ଷିତ ହୋଇ ଯାଇଛି। ତାକୁ ଲାଗୁଛି ଯେ, ଏବେ ଏହି କ୍ଷେତ୍ରରେ ତା’ର ପ୍ରଭାବ ବଢିବା ସୁନିଶ୍ଚିତ। କିନ୍ତୁ ଜୁଲାଇ ୨୦୨୬ ରେ ଏହି ଆଶା ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ସାରିଛି। ସବୁକିଛି ପାକିସ୍ତାନର ଚିନ୍ତାଧାରର ବିପରୀତରେ ଚାଲିଛି। ପାକିସ୍ତାନରେ ତେହରିକ୍-ଇ-ତାଲିବାନ-ପାକିସ୍ତାନ(ଟିଟିପି) ବିନାଶ ଘଟାଇବାରେ ଲାଗିଛି। ଆଫଗାନିସ୍ତାନ-ପାକିସ୍ତାନ ଦ୍ବିପାକ୍ଷିତ ସମ୍ପର୍କ ନଷ୍ଟ ହୋଇସାରିଛି। ତାଲିବାନ, ପାକିସ୍ତାନର କଥା ମାନିବା ଜାଗାରେ ନିଜ ରାଷ୍ଟ୍ରହିତକୁ ଗୁରୁତ୍ବ ଦେଉଛି। ପାକିସ୍ତାନକୁ ଆଶା ରହିଛି ଯେ, ଆଫଗାନିସ୍ତାନରେ ଭାରତର ପ୍ରଭାବ କମ୍ ହେବ। ତଥ୍ୟ ଏହା ଯେ, ଭାରତର ଆଫଗାନିସ୍ତାନ ଉପରେ ନା କେବଳ ପ୍ରଭାବ ଜାରି ରହିବ, ବଂର ଆଜି ବି ଏହା ତା’ର ସବୁଠାରୁ ବଡ଼ ସଙ୍କଟ ସାଥୀ ପାଲଟିଛି।

ଭାରତର ସଠିକ୍ ତାଲିବାନୀ ରଣନୀତି

ଗଷ୍ଟ ୨୦୨୧ ରେ ତାଲିବାନ ଆସିବା ପରେ ଭାରତର ଚିନ୍ତା ବଢିଯାଇଥିଲା। ତାଲିବାନରୁ ଭାରତର ପ୍ରାରମ୍ଭିକ ଆଶା ଏତେ ଅଧିକ ଥିଲା ଯେ, କୌଣସି ପ୍ରକାର ମାନୀବୟ ସମ୍ପର୍କ ରହୁ। ଚାହାବାର କରିଡରକୁ ନେଇ ଏହାର ହିତ ପ୍ରଭାବିତ ନହେଉ ଓ ଆଫଗାନିସ୍ତାନ, ପାକିସ୍ତାନର ନିୟନ୍ତ୍ରଣରେ ଚଲା ନଯାଉ। ଭାରତକୁ ତାଲିବାନର ଲସ୍କର ଓ ଅନ୍ୟ ଭାରତ ବିରୋଧି ଆତଙ୍କବାଦୀ ସଂଗଠନକୁ ନେଇ ମଧ୍ୟ ଚିନ୍ତା ଥିଲା। ଆଜିର ତଥ୍ୟ ଏହା ଯେ, ଭାରତ ତାଲିବାନକୁ ବିନା ରାଜନୈତିକ ମାନ୍ୟତା ଦେଇ, ତା ସହିତ କୁଟନୈତିକ ସମ୍ପର୍କ ରଖୁ ଓ ଏହା ଲଗାତାର ଭଲ ରହୁ।

ତାଲିବାନ ପୂର୍ବରୁ ଭାରତର ରୋଲ୍

ତାଲିବାନର ପୂର୍ବରୁ ଆଫଗାନିସ୍ତାନରେ ପ୍ରାୟ ଦୁଇ ଦଶକ ପର୍ଯ୍ୟନ୍ତ ଭାରତ ଅନୁମାନିତ ୩ ବିଲିୟନ ଡଲାର ନିବେଶ କରିଥିଲା।ଏଥିରେ ସଂସଦ ଭବନ, ସଲମା ଡ୍ୟାମ୍, ଝାରଞ୍ଜ ଡେଲାରାମ ହାଇଓ୍ବେ, ଟ୍ରାନ୍ସମିଶନ୍ ଲାଇନ୍ ଓ ବିଜୁଳି ଘର, ସ୍କୁଲ,ହସ୍ପିଟାଲ, ଜଳସେଚନ ବ୍ୟବସ୍ଥାର ନିର୍ମାଣ ମଧ୍ୟ ରହିଛି।ଏହା ବ୍ୟତୀତ, ଆଫଗାନ ପିଲାମାନଙ୍କ ପାଇଁ ଭାରତରେ ପଢ଼ିବା ପାଇଁ ସୁବିଧା, ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଏବଂ ଏହିପରି ଅନେକ ସହଯୋଗୀ ପ୍ରକଳ୍ପ ଚଲାଯାଇଥିଲା। ଯେତେବେଳେ ଆବଶ୍ୟକ ହେଉଥିଲା, ଭାରତ ତା'ର ପଡ଼ୋଶୀକୁ ଗହମ, ଔଷଧ, ସ୍ୱାସ୍ଥ୍ୟ ସହାୟତା, ବସ୍, ବିଭିନ୍ନ ଯାନବାହାନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଥିଲା। ଏହି ସହାୟତା ସେଠାକାର ଲୋକଙ୍କ ମଧ୍ୟରେ ଭାରତକୁ ଏକ ବିଶେଷ ସମ୍ମାନ ପ୍ରଦାନ କରିଥିଲା। ଆଫଗାନିସ୍ତାନର ବିକାଶର ପ୍ରତ୍ୟେକ ପଦକ୍ଷେପରେ ଭାରତର ପ୍ରଭାବ ଦେଖିବାକୁ ମିଳୁଥିଲା।

ତାଲିବାନ ଶାସନରେ ଭାରତ ଭୂମିକା

ଯଦିଓ ତାଲିବାନ ଆସିବା ପରଠାରୁ ଭାରତ ଆଫଗାନିସ୍ତାନରେ କୌଣସି ବଡ଼ ଭିତ୍ତିଭୂମି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇ ନାହିଁ, ତଥାପି ପ୍ରତ୍ୟେକ ସଙ୍କଟରେ ଆଫଗାନବାସୀଙ୍କ ପାଇଁ ନିଶ୍ଚିତ ଭାବରେ ଏକ ସଙ୍କଟମୋଚକ ଭାବରେ ଠିଆ ହୋଇଛି। ଯେତେବେଳେ ଆଫଗାନିସ୍ତାନକୁ ଏହାର ଆବଶ୍ୟକତା ପଡ଼ିଛି, ଭାରତ କାବୁଲକୁ ହଜାର ହଜାର ମେଟ୍ରିକ୍ ଟନ୍ ଗହମ ପଠାଇଛି। ସେହିପରି, ଭାରତରୁ ଆଫଗାନିସ୍ତାନକୁ ନିରନ୍ତର ଶହ ଶହ ଟନ୍ ଔଷଧ, ଟୀକା ଏବଂ ସ୍ୱାସ୍ଥ୍ୟ ଉପକରଣ ପଠାଯାଇଛି। ଏହା ବ୍ୟତୀତ, ଆଫଗାନ ଚାଷୀଙ୍କ ଫସଲକୁ ପଙ୍ଗପାଳ ଆକ୍ରମଣରୁ ରକ୍ଷା କରିବା ପାଇଁ ହଜାର ହଜାର ଲିଟର କୀଟନାଶକ ମଧ୍ୟ ଯୋଗାଇ ଦେଇଛି ଭାରତ। ୨୦୨୪ ରେ ଆଫଗାନିସ୍ତାନରେ ଭୂମିକମ୍ପ ଆସିଥିଲା। ସେତେବେଳେ ଭାରତ ଜରୁରୀ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ କାବୁଲ ଆଗରେ ଠିଆ ହୋଇଥିଲା। ତାଲିବାନକୁ ପାଳନ-ପୋଷଣ ପାଇଁ ପାକିସ୍ତାନ ତା’ର ସବୁ ଶକ୍ତି ଲଗାଇ ଦେଇଥିଲା। ତେବେ ଭାରତ ଆଫଗାନବାସୀଙ୍କ ସୁଖ ଏବଂ ଦୁଃଖରେ ସାଥୀ ହୋଇ ସେମାନଙ୍କ ହୃଦୟ ଜିତିବା ପାଇଁ କାମ କରିଥିଲା। ଏଠାରେ ଭାରତୀୟ କୂଟନୀତି ଆଗରେ ପାକିସ୍ତାନ ଆତଙ୍କବାଦ ନୀତିକୁ ଏକ ବଡ଼ ପରାଜୟ ବରଣ କରିବାକୁ ପଡିଥିଲା। ଆଜି, ପାକିସ୍ତାନ ସେହି ଆତଙ୍କବାଦୀଙ୍କ ଆକ୍ରମଣର ସମ୍ମୁଖୀନ ହେଉଛି ଯେଉଁମାନଙ୍କୁ ତିଆରି କରିବାରେ କେବେ ନିଜର ସବୁ କିଛି ଶକ୍ତି ଲଗାଇ ଦେଇଥିଲା।

ଆହୁରି ପଢନ୍ତୁ : Iran vs US Tension: 'ମୋଜତବା ତ ୯୦ ପ୍ରତିଶତ ଶେଷ '; ଇରାନ୍ ସହ ଉତ୍ତେଜନା ଭିତରେ ଟ୍ରମ୍ପଙ୍କ ବଡ଼ ଦାବି