ଇସଲାମାବାଦ,୭।୧୦: ପାକିସ୍ତାନର କରାଚୀ ଏୟାରପୋର୍ଟ ନିକଟରେ ରବିବାର ରାତିରେ ହୋଇଥିବା ବୋମା ବିସ୍ଫୋରଣରେ ଦୁଇ ଚୀନ୍ ନାଗରିକଙ୍କ ମୃତ୍ୟୁ ହୋଇଛି ଓ ୧୧ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ ବଲୁଚ ଲିବରେସନ୍ ଆର୍ମିର ସଂଗଠନ ନିଜକୁ ଦାୟୀ କରିଛି। ବଲୋଚ ଲିବରେସନ୍ ଆର୍ମି ପକ୍ଷରୁ ପୂର୍ବରୁ ମଧ୍ୟ ଚୀନ୍ ନାଗରିକଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଉଛି। ଏହାଛଡା ପାକିସ୍ତାନୀ ପଞ୍ଜାବ ଲୋଙ୍କର ମଧ୍ୟ ବହୁ ପରିମାଣରେ ଟାର୍ଗେଟ କିଲିଂ ଏହି ସଂଗଠନ କରିଥାଏ। ପୁଣିଥରେ ବଲୁଚ ସଂଗଠନ ଉପରେ ଏହା ଆକ୍ରମଣ କରିଛି, ଯାହାଫଳରେ ପାକିସ୍ତାନ ସରକାର ଚିନ୍ତାରେ ପଡି ଯାଇଛି।

କେବଳ ସେତିକି ନୁହେଁ ଏହି ସଂଗଠନ ଏଭଳି ସମୟରେ ହୋଇଛି, ଯେତେବେଳେ ପାକିସ୍ତାନର ସେନା ଚୀନ୍ ନାଗରିକ ଓ ପ୍ରତିଷ୍ଠାନର ରକ୍ଷା ପାଇଁ ୪୫ ଆରବ ଟଙ୍କାର ବଜେଟ୍ ଧାର୍ଯ୍ୟ କରିଛି। ଏହାପରେ ବି ଚୀନ୍ ନାଗରିକଙ୍କ ଉପରେ ଆକ୍ରମଣ ତା’ର ଚିନ୍ତା ବଢାଇ ଦେଇଛି। ସୋମବାର ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ କହିଛି, ଚୀନ୍ ନାଗରିକଙ୍କ ହତ୍ୟା କରୁଥିବା ଲୋକଙ୍କୁ କଡା ସଜା ଦିଆଯିବ। 

ରବିବାର ରାତିରେ ଜିନ୍ନା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନିକଟରେ ଜୋରଦାର ବିସ୍ଫୋରଣ ହୋଇଥିଲା। ଏଥିରେ ମୋଟ ତିନି ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ଦୁଇ ଚୀନ୍ ନାଗରିକ ସାମିଲ ଥିଲେ। ଏହାଛଡା ୧୧ ଜଣ ଆହତ ହୋଇଥିଲେ ଓ ସେମାନଙ୍କ ଭିତରୁ କିଛି ଜଣଙ୍କର ସ୍ଥିତି ଗୁରୁତର ରହିଛି।