ନୂଆଦିଲ୍ଲୀ, ୨/୨ : ଟି-୨୦ ବିଶ୍ବକପକୁ ଆଉ ମାତ୍ର ଦିନ କେଇଟା ରହିଛି । ମାତ୍ର ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିଛି ପାକିସ୍ତାନ । ବିଶ୍ବକପ ପୂର୍ବରୁ ପାକିସ୍ତାନର ଏଭଳି ନାଟକକୁ ସବୁଠି ନିନ୍ଦା କରାଯାଉଛି । ତେବେ ଶ୍ରୀଲଙ୍କାରେ ପାକିସ୍ତାନ ନିଜର ସମସ୍ତ ମ୍ୟାଚ ଖେଳିବ । ଏହା ପାକିସ୍ତାନ ଛାଡ଼ିବା ପୂର୍ବରୁ ଅଧିନାୟକ ସଲମାନ ଅଲ୍ଲୀ ଅଘା କହିଛନ୍ତି କି, ଆମେ ୧୫ ତାରିଖରେ ଭାରତ ବିପକ୍ଷରେ ହେବାକୁ ଥିବା ମ୍ୟାଚରେ ବୋର୍ଡ ଏବଂ ସରକାର ଯାହା ନିଷ୍ପତ୍ତି ନେବେ ସେଥିରେ ରାଜି ।
ସଲମାନ କହିଛନ୍ତି କି, କେବଳ ଭାରତ କାହିଁକି ଆମେ ସବୁ ସମସ୍ତ ମ୍ୟାଚରେ ଜିତିବା ପାଇଁ ଲକ୍ଷ୍ୟ ରଖିଛୁ । ସବୁ ମ୍ୟାଚ ଜିତି ଆଗକୁ ବଢ଼ିବୁ । ବିଜୟ ଲକ୍ଷ୍ୟ ନେଇ ଆମେ ଶ୍ରୀଲଙ୍କା ବାହାରିଛୁ । ଭାରତ ବିପକ୍ଷ ମ୍ୟାଚ ଛାଡ଼ିଲେ ଆମେ ତିନୋଟି ଲିଗ୍ ମ୍ୟାଚ ଖେଳିବୁ । ସମସ୍ତ ମ୍ୟାଚ ବିଜୟୀ ହୋଇ ଆଗାମୀ ପର୍ଯ୍ୟାୟରେ ପ୍ରବେଶ କରିବା ଆମର ମୂଳ ଲକ୍ଷ୍ୟ । ଆମ ବୋର୍ଡର ନିଷ୍ପତ୍ତି ସହ ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦ, ମହମ୍ଦ ୟ୍ୟୁସୁଫ ଏବଂ ରସିଦ ଲତିଫ ମଧ୍ୟ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ ସମର୍ଥନ କରିଛନ୍ତି । ମାତ୍ର ଶେଷ ପର୍ଯ୍ୟାୟରେ ବୋର୍ଡ ଯାହା ନିଷ୍ପତ୍ତି ନେବ ଆମେ ସେଥିରେ ରାଜି । ସେପଟେ ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ଭାରତ ସହ ଆଇସିସିକୁ ସମାଲୋଚନା କରିଥିବାବେଳେ ପାକିସ୍ତାନର ଏଭଳି ନିଷ୍ପତ୍ତିକୁ ବିଶ୍ବରେ ନିନ୍ଦା କରାଯାଉଛି । ପାକିସ୍ତାନ ନିଜର ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡକୁ ଭେଟିବ । ଫେବ୍ରୁଆରୀ ୭ ତାରିଖରେ ଏହି ମ୍ୟାଚ କଲୋମ୍ବେରେ ହେବ । ଭାରତ ବିପକ୍ଷରେ ଫେବୃଆରୀ ୧୫ରେ ରହିଛି ।
ଏହାସହ ପଢ଼ନ୍ତୁ : ବିଶ୍ବକପ ଇତିହାସ : ବର୍ଜନ କରିଥିବା ଦଳଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି ICC