ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପାକିସ୍ତାନରେ ଅଭାବନୀୟ ଘଟଣା, ଖେଳନା ଭାବି ଉଠାଇବା ବେଳେ ହାତରେ ଫୁଟିଗଲା ବୋମା, ୩ ପିଲାଙ୍କ ମୃତ୍ୟୁ…

Published By : Ladu Kishor | December 2, 2024 5:50 PM

ନୂଆଦିଲ୍ଲୀ: ସୋମବାର ପାକିସ୍ତାନର ଅଶାନ୍ତ ଉତ୍ତର ପଶ୍ଚିମ ରାଜ୍ୟ ଖୈବର ପଖତୁନଖୱା ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖେଳୁଥିବା ସମୟରେ କିଛି ପିଲା ଖେଳନା ଭାବି ଏକ ବୋମାକୁ ଉଠାଇଥିଲେ । ପରେ ଏହା ବିସ୍ଫୋରଣ ହେଲା । ଏହି ବୋମା ବିସ୍ଫୋରଣରେ ୩ ଜଣ ପିଲାଙ୍କର ମୃତ୍ୟୁ ହୋଇଛି । ମୃତ ପିଲାଙ୍କ ଭିତରେ ଦୁଇ ଭାଇ ମଧ୍ୟ ରହିଛନ୍ତି । ଏହି ଘଟଣା ବନ୍ନୁର ୱାଜିର ଉପଖଣ୍ଡର ଜାନି ଖେଳ ପଡିଆ ଅଞ୍ଚଳରେ ଘଟିଛି । ସ୍ଥାନୀୟ ସୂତ୍ର ଅନୁସାରେ, ପିଲାମାନେ ମାଡ୍ରାସାରୁ ଘରକୁ ଫେରୁଥିବା ବେଳେ ଏକ ମୋର୍ଟାର ସେଲ ବିସ୍ଫୋରଣ ହୋଇଥିଲା ଏବଂ ଦୁଇ ଭାଇଙ୍କ ସମେତ ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।

ସୂଚନାନୁସାରେ, ମୋର୍ଟାର ସେଲ ଏକ ନିଛାଟିଆ ଅଞ୍ଚଳରେ ପଡ଼ି ରହିଥିଲା। ପିଲାମାନେ ଏହାକୁ ଏକ ଖେଳନା ବୋଲି ଭାବି ଉଠାଇଥିଲେ, ପରେ ଏହା ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଅତୀତରେ ମଧ୍ୟ ଅନେକ ପିଲା ଏହିପରି ପ୍ରାଣ ହରାଇଛନ୍ତି। କେବଳ ଉତ୍ତର-ପଶ୍ଚିମ ପାକିସ୍ତାନରେ ଏଭଳି ଘଟଣା ରିପୋର୍ଟ କରାଯାଉଛି।

ସୂଚନାଥାଉକି ଯେ, ୧୯୮୦ ଦଶକରେ ସୋଭିଏତ୍ ସେନା ଦ୍ବାରା ପଡୋଶୀ ଆଫଗାନିସ୍ତାନରେ ଆକ୍ରମଣକୁ ବିରୋଧ କରୁଥିବା ଲୋକଙ୍କ ବିରୁଦ୍ଧରେ ଅସ୍ତ୍ର ଭାବରେ ବ୍ୟବହାର କରିବା ପାଇଁ ଏହିପରି ମୋର୍ଟାର୍ ସେଲ୍ ପକାଯାଇଥିଲା। ଏହି ମୋର୍ଟାର ସେଲ ଗୁଡିକ 'ଖେଳନା' ପରି ଦେଖାଯାଏ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.