ନୂଆଦିଲ୍ଲୀ,୨୭/୦୨; ଭାରତ ପଡ଼ୋଶୀ ଦେଶ ମଧ୍ୟରେ ଜୋରଦାର ଲଢେଇ । ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ । ପାକ୍ ଉପରେ ପ୍ରତିଶୋଧ ନେଇ ଆକ୍ରମଣ କରିବା ପରେ ଆଫଗାନ ଉପରେ ପାଲଟା ଆଟାକ କରିଛି । ପାକିସ୍ତାନ ବିରୋଧରେ ଆଫଗାନିସ୍ତାନର ବଡ଼ ସାମରିକ ଅଭିଯାନ । ତାରିବାନ ବିରୋଧରେ 'ଓପନ୍ ୱାର୍' ଘୋଷଣା କରିଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ । ଆଫଗାନିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନର ବୋମାମାଡ଼ କରିଛି । କାବୁଲ, ପାକତିଆ, କାନ୍ଦାହାରରେ ତାଲିବାନ ଟାର୍ଗେଟକୁ ଆକ୍ରମଣ ହୋଇଛି । ପାକିସ୍ତାନ ଆକ୍ରମଣକୁ ସ୍ବୀକାର କରିଛି ଆଫଗାନିସ୍ତାନ । ପାକିସ୍ତାନ 'ଅପରେସନ 'ଗଜାବ ଲିଲ ହକ୍' ସହିତ ପ୍ରତିଶୋଧ ନେଇଛି । ଏହି ଅପରେସନ୍ରେ ୧୩୩ ଆଫଗାନିସ୍ତାନ ସେନାଙ୍କୁ ହତ୍ୟା କରିଥିବା ଦାବି କରିଛି ପାକିସ୍ତାନ । ସେପଟେ ଗତ ସପ୍ତାହରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇ ୧୯ ଚେକ୍ପୋଷ୍ଟ କବ୍ଜା କରିବା ସହ ଆକ୍ରମଣରେ ୫୫ ପାକ୍ ସେନା ନିହତ ହୋଇଥିବା ଦାବି କରିଛି ଆଫଗାନ ।
ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ- ଗତ କିଛି ଦିନ ହେବ ଲାଗି ରହିଥିବା ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି । ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଭୟଙ୍କର ୟୁଦ୍ଧ ଆରମ୍ଭ ହୋଇଛି । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ତାଲିବାନ ବିରୋଧରେ ଖୋଲା ଯୁଦ୍ଧ ଘୋଷଣା କରିଛନ୍ତି । ଆଫଗାନସ୍ତାନ ପ୍ରତିଶୋଧମୂଳକ ଆକ୍ରମଣରେ ଉତ୍ତେଜିତ ହୋଇ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଏକ ପୋଷ୍ଟରେ ଲେଖିଛନ୍ତି, ଯେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆମର ଧୈର୍ଯ୍ୟ ଶେଷ ହୋଇଗଲାଣି । ଏବେ 'ଓପନ୍ ୱାର' । ଏହା ପରେ ଉଭୟ ଦେଶ ପରସ୍ପର ବିରୋଧରେ ଏୟାରଷ୍ଟ୍ରାଇକ୍ ଆରମ୍ଭ କରିଥିଲେ । ଯାହା ଆଜି ପରସ୍ଥିତିକୁ ଆହୁରି ଖରାପ କରିଛି ।
ବିଳିବିଳେଇଲା ପାକିସ୍ତାନ- ଅଚାନକ ହମଲା କରି ପାକିସ୍ତାନ ବିଳିବିଳେଇଛି । ପାକ୍ ସୂଚନା ମନ୍ତ୍ରଣାଳୟ ଏକ ପୋଷ୍ଟ କରି କହିଛି କି, 'ଆଫଗାନିସ୍ତାନ ଖୈବର ପଖତୁନଖ୍ୱା ପ୍ରାନ୍ତରେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଅନେକ ସ୍ଥାନରେ ଗୁଳିଚାଳନା କରିଛନ୍ତି । ପାକିସ୍ତାନ ସୁରକ୍ଷାବାହିନୀ ଏହି କାର୍ଯ୍ୟାନୁଷ୍ଠାନ ତୁରନ୍ତ ଏବଂ ପ୍ରଭାବଶାଳୀ ଜବାବ ଦେଇଛି । ପାକିସ୍ତାନ ତାର କ୍ଷେତ୍ରୀୟ ଅଖଣ୍ତତା ଏବଂ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବ ବୋଲି ପୋଷ୍ଟରେ କୁହାଯାଇଛି ।'
ଏହା ବି ପଢନ୍ତୁ...ପାକିସ୍ତାନ ଉପରେ ପ୍ରତିଶୋଧ ଆରମ୍ଭ କଲା ତାଲିବାନ୍, ସୀମାରେ ପ୍ରବଳ ଗୁଳି ବିନିମୟ, କବଜା କଲା ୭ ଚେକ୍ ପୋଷ୍ଟ…
ଡୁରଣ୍ଡ ଲାଇନ୍କୁ ନେଇ ବିବାଦ- କହି ରଖୁଛୁ କି, ଦୁଇ ଦେଶ ମଧ୍ୟରେ ୨,୬୧୧ କିଲୋମିଟର ଲମ୍ବା ସୀମାକୁ 'ଡୁରଣ୍ଡ ଲାଇନ୍' ନାମରେ ଜଣାଯାଇଥାଏ । ଯାହାକୁ ଆଫଗାନିସ୍ତାନ ଔପଚାରିକ ରୂପରେ ମାନ୍ୟତା ଦେଇନାହିଁ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ଏବଂ ଯୁଦ୍ଧରେ ପରିଣତ ହୋଇଛି । ପାକିସ୍ତାନ ସେନା ଗତ ରବିବାର ଆଫଗାନିସ୍ତାନ ସୀମା ପାଖରେ ଏୟାରଷ୍ଟ୍ରାଇକ୍ କରିଥିଲା । ଦାବି କରାଯାଇଥିଲା କି ଏଥିରେ ୭୦ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଫଗାନିସ୍ତାନ ଏହି ଦାବିକୁ ଖାରଜ କରିଥିଲା । ଆକ୍ରମଣରେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା ଯେଉଁଥିରେ ମହିଳା ଏବଂ ଶିଶୁ ଥିବା କହିଥିଲା ଆଫଗାନ ।