ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂରର ବଜ୍ର ପ୍ରହାରରେ ପାକିସ୍ତାନର ଭୁଷୁଡି ପଡିଥିବା ଭିତ୍ତିଭୂମି ଏବେ ବି ଅସଜଡା ହୋଇ ପଡିରହିଛି। ଯେଉଁଥିରେ କି ଏହାର ଏୟାରବେସ ଗୁଡିକ ସମ୍ପୂର୍ଣ୍ଣ କ୍ଷୟକ୍ଷତି ହୋଇଯାଇଛି। ଆଉ ପାକିସ୍ତାନ ଏପର୍ଯ୍ୟନ୍ତ ତାର ଏୟାରବେସ ଗୁଡିକର କ୍ଷତି ମରାମତି କରିପାରି ନାହିଁ। ସାଟେଲାଇଟ୍ ଚିତ୍ର ଗୁଡ଼ିକ ନିଶ୍ଚିତ କରିଛି ଯେ, ଚକୱାଲ ନିକଟସ୍ଥ ମୁରିଦ୍ ଏୟାରବେସରେ ଏକ ପ୍ରମୁଖ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ମରାମତି ପାଇଁ ପାକିସ୍ତାନୀ ବାୟୁସେନାର ପ୍ରୟାସ ବିଫଳ ହୋଇଛି। ଭାରତ ଅପରେସନ ସିନ୍ଦୁର ସମୟରେ ଏହି ବେସରେ ଥିବା PAF ର ଡ୍ରୋନ୍ କମାଣ୍ଡ ସେଣ୍ଟରକୁ ନଷ୍ଟ କରିଦେଇଥିଲା। ପାକିସ୍ତାନ ସେବେ ଠାରୁ ବେସ ମରାମତି କାର୍ଯ୍ୟ କରୁଛି। ବିଶ୍ୱରେ ନିଜର ବିଫଳତାକୁ ଲୁଚାଇବା ପାଇଁ, ପାକିସ୍ତାନ ଏହାକୁ ସବୁଜ କପଡାରେ ଘୋଡାଇ ଦେଇଥିଲା।

ସାଟେଲାଇଟ୍ ଚିତ୍ର କ'ଣ ପ୍ରକାଶ କଲା ?

ଏକ ସାଟେଲାଇଟ୍ ଚିତ୍ର ଉପରେ ଆଧାରିତ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନର ମୁରିଦ୍ ଏୟାରବେସର ମରାମତି ବିଫଳ ହୋଇଛି। ଭାରତ ଯେଉଁ ଏୟାରବେସ ଉପରେ ଆକ୍ରମଣ କରିଥିଲା ତାହା ଗୋଲାପୀ-ଲାଲ ଭଗ୍ନାବଶେଷ ଏବଂ ଖାଲି ମାଟିରେ ଆଚ୍ଛାଦିତ ହୋଇଛି। ଏହା ସୂଚାଇ ଦିଏ ଯେ ପାକିସ୍ତାନ ଏହାକୁ ପୁନଃନିର୍ମାଣ କରିବା ପରିବର୍ତ୍ତେ ଏହାକୁ ଆହୁରି ଭାଙ୍ଗି ଦେଉଛି। ତଥାପି, ପୂର୍ବରୁ କୋଠାଟିକୁ ପାଲ ଦ୍ୱାରା ଘୋଡାଇ ମରାମତି କରାଯାଉଥିଲା।

ପାକିସ୍ତାନ କାହିଁକି ମୁରିଦ ଏୟାରବେସର ମରାମତି କରିବାରେ ବିଫଳ ହେଉଛି ?

ଜଣେ ସାଟେଲାଇଟ୍ ପ୍ରତି ଛବି ବିଶ୍ଳେଷକ X ରେ ଲେଖିଛନ୍ତି କି, "ଛବି ଗୁଡ଼ିକ ଦର୍ଶାଉଛି ଯେ ମୁରିଦ ଏୟାରବେସର କୋଠା, ଯାହା ଉପରେ ଭାରତ ମେ ୨୦୨୫ ରେ ପାକିସ୍ତାନ ସହିତ ସଂଘର୍ଷ ସମୟରେ ଆକ୍ରମଣ କରିଥିଲା, ତାହା ଏବେ ଭାଙ୍ଗି ଦିଆଯାଇଛି। ଆକ୍ରମଣ ପୂର୍ବ ଆକଳନ ଅପେକ୍ଷା ଅଧିକ ଆଭ୍ୟନ୍ତରୀଣ କ୍ଷତି ଘଟାଇପାରେ, ଯାହା ଫଳରେ କୋଠାଟି ମରାମତି ବାହାରେ ରହିଯାଇପାରେ।" ସେ ଆହୁରି ମଧ୍ୟ କହିଛନ୍ତି, "ଏହି ବିକାଶ ସୂଚାଇ ଦେଉଛି ଯେ, ଆକ୍ରମଣର ପ୍ରଭାବ ଛାତ ବାହାରକୁ ଏବଂ କୋଠାର ଆଭ୍ୟନ୍ତରୀଣ ଗଠନର ଗଭୀର ଅଂଶକୁ ବ୍ୟାପି ଥାଇପାରେ।

ଭାରତ କାହିଁକି ମୁରିଦ ଏୟାରବେସ ଉପରେ ଆକ୍ରମଣ କରିଥିଲା ?

ଭାରତୀୟ ବାୟୁସେନା ଦ୍ୱାରା ଆକ୍ରମଣ କରାଯାଇଥିବା ପାକିସ୍ତାନୀ ଏୟାରବେସ ମଧ୍ୟରୁ ଗୋଟିଏ ଥିଲା ମୁରିଦ ଏୟାରବେସ୍ । ଏହି ଆକ୍ରମଣ ପାକିସ୍ତାନୀ ବାୟୁସେନାକୁ ସମ୍ପୂର୍ଣ୍ଣ ଭାବରେ ପଛକୁ ଠେଲି ଦେଇଥିଲା। ଏହା ବ୍ୟତୀତ, ପାକିସ୍ତାନ ଭାରତ ସହିତ ଯୁଦ୍ଧବିରତି ପାଇଁ ନିବେଦନ କରିବା ଆରମ୍ଭ କଲା। ମୁରିଦ ଏୟାରବେସରେ ଭାରତ ଯେଉଁ କୋଠାରେ ଆକ୍ରମଣ କରିଥିଲା ତାହା ପାକିସ୍ତାନୀ ବାୟୁସେନା ଦ୍ୱାରା ମାନବହୀନ ବାୟୁଯାନ (UAV) ପାଇଁ ଏକ କମାଣ୍ଡ-ଏଣ୍ଡ-କଣ୍ଟ୍ରୋଲ ନୋଡ୍ ଭାବରେ କାର୍ଯ୍ୟ କରିଥିଲା ।

ଏହା ସହ ପଢନ୍ତୁ : ଇଣ୍ଡିଗୋର ସିଇଓ ପିଟର ଆଲବର୍ସଙ୍କ ଇସ୍ତଫା, ରାହୁଲ ଭାଟିଆ ନେଲେ ମଧ୍ୟବର୍ତ୍ତୀକାଳୀନ ଦାୟିତ୍ୱ...