ପ୍ରମୂଖ ଖବର
  • ମେ ୨୭ରେ କେରଳ ଛୁଇଁବ ମୌସୁମୀ ବାୟୁ ! ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ୧୭ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ : ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଭଦ୍ରକ : ତୋଟା ସାହିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା ଘର
  • ||
  • ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ପ୍ରେସ୍‌ମିଟ୍‌, ସୀମାନ୍ତ ରାଜ୍ୟକୁ ଡ୍ରୋନରେ ଟାଗେର୍ଟ କରୁଛି ପାକ୍
  • ||
  • ସେଲ୍‌ଫି ପ୍ରତିଯୋଗିତାର ବିଜେତାଙ୍କୁ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ
  • ||
  • ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ IPSଙ୍କ ଛୁଟି ବାତିଲ, ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ
  • ||
  • ରାଜଧାନୀରେ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼, ଜଣେ ଗୁରୁତର
  • ||
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ଅସ୍ତ୍ରବିରତି ଉଲ୍ଲଂଘନକୁ ଅସ୍ୱୀକାର କଲା ପାକିସ୍ତାନ; ଆଧିକାରିକ ଘୋଷଣା ଜାରି କଲା ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ

Published By : Bijay Swain | May 11, 2025 3:47 AM

Image courtesy: unionbulletin

ନୂଆଦିଲ୍ଲୀ: ରବିବାର ମଧ୍ୟରାତ୍ରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନିଜ ଦେଶକୁ ସମ୍ବୋଧିତ କରିଛନ୍ତି। ସେ ନିଜ ଦେଶକୁ ସମ୍ବୋଧିତ କରିବାପରେ, ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଭାରତରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନକୁ ଅସ୍ୱୀକାର କରିଛି। ଲବୁଠୁ ବଡ କଥା ହେଉଛି ପାକିସ୍ତାନ ସେନା ନିଜ ଆଢୁ ଅସ୍ତ୍ରବିରତି ଉଲଘଂନ କରିଥିବା ବେଳେ ଏହାର ଅଠା ଭାରତ ମୁଣ୍ଡରେ ବୋଳିବାରେ ଲାଗିଛି। 

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ “ଦେଶ ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ ଅସ୍ତ୍ରବିରତି କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ। ତଥାପି, ଭାରତ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନର ଘଟଣା ଜାରି ରହିଛି। ଯାହାକୁ ପାକିସ୍ତାନ ସେନା ଦାୟିତ୍ୱ ଏବଂ ସଂଯମର ସହିତ ପରିଚାଳନା କରିଛି। ଆମେ ବିଶ୍ୱାସ କରୁ ଯେ ଅସ୍ତ୍ରବିରତିକୁ ସୁଗମ ଭାବରେ କାର୍ଯ୍ୟକାରୀ କରିବାରେ ସମସ୍ୟା ଏବଂ ଯେକୌଣସି ପ୍ରକାରର ବିବାଦର ସମାଧାନ ଆଲୋଚନା ମାଧ୍ୟମରେ ହେବା ଆବଶ୍ୟକ।”

ଅସ୍ତ୍ରବିରତି ଉଲଘଂନକୁ ମାତ୍ର ଚାରି ଘଣ୍ଟା ପୁରି ନଥିବା ବେଳେ ପାକିସ୍ତାନ ନିଜ ଅସଲି ରଙ୍ଗ ଦେଖାଇବା ଆରମ୍ଭ କରିଛି। ପାକିସ୍ତାନ ସୀମା ସେପଟୁ ଭାରତ ଉପରେ ଘନ ଘନ ଡ୍ରୋନ ଓ ମିସାଇଲ ଆକ୍ରମଣ ଜାରି ରଖିଛି। କିନ୍ତୁ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳି ପାକିସ୍ତାନର ଏହି ଉଦ୍ୟମକୁ ପଣ୍ଡ କରିଦେଇଛି। ତେବେ ଏକ ଡ୍ରୋନକୁ ମାରି ଖସାଇବା ସମୟରେ ଏହାର ଭଙ୍ଗାବଶେଷ ଲାଗି ରାଜସ୍ଥାନର ଜଣେ ଜବାନ ସହୀଦ ହୋଇଥିବା ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.