ପ୍ରମୂଖ ଖବର
  • ୪ ଡିସମିଲ ଜାଗାରୁ କମ ଥିଲେ ଭୂମିହୀନ ଭାବେ ଗଣନା କରାଯିବ: ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

Pakistan: ରାଜସ୍ଥାନ ସୀମା ନିକଟରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଓ ଆର୍ଟିଲାରୀ ସ୍ଥାପନ କଲା ପାକିସ୍ତାନ; ଭାରତ ରଖିଛି ନଜର

Published By : Bijay Swain | May 2, 2025 7:13 PM

Image courtesy: Reuters

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ଏକ ସହଯୋଗୀ ସଂଗଠନ ‘ଦି ରେସିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ) ଦାୟୀ ଥିବା ଅଭିଯୋଗ ହୋଇଛି। ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ଆଶଙ୍କାରେ ପାକିସ୍ତାନ ଗତ ଗୁରୁବାର ରାଜସ୍ଥାନର ଲଙ୍ଗେୱାଲା ଓ ବାରମେର ସେକ୍ଟର ନିକଟରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏବଂ ଆର୍ଟିଲାରୀ ସ୍ଥାପନ କରିଛି ବୋଲି ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ଖବର ଅନୁଯାୟୀ, ପାକିସ୍ତାନ ବାୟୁସେନା ଏପ୍ରିଲ ୨୯ ତାରିଖରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ସାମରିକ ଅଭ୍ୟାସ ଫିଜା-ଏ-ବଦ୍ର, ଲାଲକାର-ଏ-ମୋମିନ ଏବଂ ଜର୍ବ-ଏ-ହୈଦାରୀ ଆରମ୍ଭ କରିଛି। ଏହି ଅଭ୍ୟାସରେ ଏଫ-୧୬, ଜେ-୧୦ ଏବଂ ଜେଏଫ-୧୭ ଭଳି ପ୍ରମୁଖ ଯୁଦ୍ଧ ବିମାନ ସାମିଲ ହୋଇଛନ୍ତି। ଏହା ସହିତ ସାବ ବାୟୁମଣ୍ଡଳ ସତର୍କତା ଓ ନିୟନ୍ତ୍ରଣ ବ୍ୟବସ୍ଥା (ଏଡବ୍ଲ୍ୟୁଏସିଏସ) ମଧ୍ୟ ଏହି ଅଭ୍ୟାସରେ ଅଂଶଗ୍ରହଣ କରିଛି। ପାକିସ୍ତାନ ସେନାର ଷ୍ଟ୍ରାଇକ କୋର୍ପସ ମଧ୍ୟ ନିଜ ଅଞ୍ଚଳରେ ପ୍ରଶିକ୍ଷଣ ଜାରି ରଖିଛି।

ପାହାଲଗାମ ଆକ୍ରମଣ ପରେ ଭାରତ ଏକାଧିକ କୂଟନୈତିକ ଓ ରଣନୀତିକ ପଦକ୍ଷେପ ଗ୍ରହଣ କରିଛି। ଏହା ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ,  ଅଟାରୀ-ୱାଘା ସୀମା ବନ୍ଦ,ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ ଓ ବାୟୁସୀମା ନିଷେଧ ଆଦି ପଦକ୍ଷେପ ଗ୍ରହଣ କରିଥିଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସଶସ୍ତ୍ର ବାହିନୀକୁ “ସମ୍ପୂର୍ଣ୍ଣ ଅପରେସନାଲ ସ୍ୱାଧୀନତା” ମଧ୍ୟ ପ୍ରଦାନ କରିଛନ୍ତି। ଯାହା ଦ୍ୱାରା ସେମାନେ ଆକ୍ରମଣର ସମୟ, ଲକ୍ଷ୍ୟ ଓ ପଦ୍ଧତି ନିଜେ ନିର୍ଦ୍ଧାରଣ କରିପାରିବେ।

ଭାରତ ମଧ୍ୟ ପଛର ପଡିନାହିଁ। ଆରବ ସାଗରରେ ଭାରତୀୟ ନୌସେନା ମଧ୍ୟ ଦୀର୍ଘଦିନ ହେବ ନିଜ ସମରାଭ୍ୟାସ ଜାରି ରଖିଛି। ଏହା ସହ ରାଜସ୍ଥାନରେ ଭାରତୀୟ ବାୟୁସେନା ମଧ୍ୟ ନିଜ ସମରାଭ୍ୟସ ଜାରି ରଖିଛି। ଯେଉଁଥିରେ ସୁଖୋଇ, ମିରାଜ, ରାଫେଲ ଓ ଜାଗୁଆର ଭଳି ବିମାନ ଅଂଶଗ୍ରହଣ କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଚରମ ସ୍ଥିତିରେ ପହଞ୍ଚିଛି। ପାକିସ୍ତାନ ଭାରତର ପ୍ରସ୍ତୁତି ଦେଖି ପିଓକେ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆଗୁଆ ଖାଦ୍ୟ ମହଜୁଦ ରଖିବା ପାଇଁ ନୋଟିସ ଜାରି କରିଥଛିବା ଜଣାପଡିଛି। 

ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଏହି ଆକ୍ରମଣର ତଦନ୍ତ ଆରମ୍ଭ କରିଛି। ବୈସରଣଭ୍ୟାଲି ଏବଂ ଅନନ୍ତନାଗ ଠାରେ ପ୍ରମାଣ ସଂଗ୍ରହ କରୁଛି। ଏନଆଇଏ ମୁଖ୍ୟ ସଦାନନ୍ଦ ଡେଟ ନିଜେ ବୈସାରଣରେ ଆତଙ୍କୀ ଆକ୍ରମଣ ହୋଇଥିବା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହା ସହିତ ଜମ୍ମୁ ଓ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ଏବଂ ପ୍ରାୟ ୫୦ଟି ପାର୍କ ଓ ପର୍ଯ୍ୟଟନ ସ୍ଥଳ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରଖାଯାଇଛି।   

ପାହାଲଗାମ ଆକ୍ରମଣ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଉତ୍ତେଜନାକୁ ଅଧିକ ବୃଦ୍ଧି କରିଛି। ଭାରତର କଡ଼ା ପଦକ୍ଷେପ ଓ ପାକିସ୍ତାନର ସାମରିକ ପ୍ରସ୍ତୁତି ଏକ ବଡ଼ ସଂଘର୍ଷର ଆଶଙ୍କା ସୃଷ୍ଟି କରିଛି। ଅନ୍ତର୍ଜାତୀୟ ସମୁଦାୟ ଏହି ପରିସ୍ଥିତି ଉପରେ ନଜର ରଖିଛି। ତେବେ ଉଭୟ ଦେଶକୁ ସଂଯମ ଅବଲମ୍ବନ କରିବାକୁ ଅନେକ ଦେଶ ଆହ୍ୱାନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.