ପ୍ରମୂଖ ଖବର
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ତ୍ରିନିଦାଦ-ଟବାଗୋରେ ପ୍ରଧାନମନ୍ତ୍ରୀ; ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କଲେ, ଅଯୋଧ୍ୟାଠୁ ନେଇ ମହାକୁମ୍ଭ ଯାଏ ଶୁଣାଇଲେ ଭାରତର ଗାଥା...

Published By : Ankita S | July 4, 2025 9:29 AM

ନୂଆଦିଲ୍ଲୀ,୦୪/୦୭: ୮ ଦିନିଆ ବିଦେଶ ଗସ୍ତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ ମୋଟ୍ ୫ଟି ଦେଶ ଯାତ୍ରା କରିବେ । ଗୁରୁବାର ଘାନା ଗସ୍ତ ସାରି ତ୍ରିନିଦାଦ-ଟବାଗୋ ଯାତ୍ରା କରି ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଭୁ ଶ୍ରୀରାମ, ଅଯୋଧ୍ୟା ଓ ମହାକୁମ୍ଭ ଯାଏଁ ଭାରତର ବିକାଶ ଗାଥା ଶୁଣାଇଛନ୍ତି ପିଏମ୍ ମୋଦି ।

କୋବାର ନ୍ୟାସନାଲ ସାଇକ୍ଲିଙ୍ଗ ବେଲୋଡ୍ରୋମରେ ସାମୁଦାୟିକ କାର୍ଯ୍ୟକ୍ରମରେ ଭାରତୀୟ ସମୁଦାୟଙ୍କ ସମ୍ବୋଧନ କରି କହିଛନ୍ତି,ମୁଁ ଜାଣିଛି ତ୍ରିନିଦାଦ ଓ ଟବାଗୋରେ ଭାରତୀୟ ସମୁଦାୟଙ୍କ ଯାତ୍ରା ସାହସରେ ଭରି ରହିଛି । ତୁମ ପୂର୍ବଜ କଠିନ ପରିସ୍ଥିତିର ସାମ୍ନା କରିଥିଲେ ହେଲେ ହାରି ନଥିଲେ । ସମସ୍ୟାର ସାମ୍ନା କରିଥିଲେ । ସେ ଗଙ୍ଗା ଓ ଯମୁନାକୁ ପଛରେ ଛାଡି ଦେଲେ ହେଲେ ରାମାୟଣକୁ ସାଙ୍ଗରେ ନେଇଥିଲେ । ମାଟି ଛାଡିଥିଲେ ହେଲେ ଲୁଣ ନୁହେଁ। ସେ କେବଳ ପ୍ରବାସୀ ନୁହଁନ୍ତି ସଭ୍ୟତାର ସନ୍ଦେଶ ବାହକ ଭାରତୀୟ ପ୍ରବାସୀ ।ତ୍ରିନିଦାଦ-ଟବାଗୋକୁ ଭାରତ ସହ ପ୍ରଭୁ ଶ୍ରୀରାମ ଯୋଡ଼ିଛନ୍ତି ।  ଏ ସମ୍ପର୍କ ଆହୁରି ମଜବୁତ ହେବ ।

ପ୍ରଧାନମନ୍ତ୍ରୀ କମଳା ବିହାରର ଝିଅ- ତ୍ରିନିଦାଦ ଏବଂ ଟୋବାଗୋର ଅନେକ ଲୋକ ଭାରତର ମୂଳ ବାସିନ୍ଦା । ପ୍ରଧାନମନ୍ତ୍ରୀ କମଳା ପର୍ସାଦ-ବିସେସରଙ୍କୁ ବିହାରର ଝିଅ । ପ୍ରଧାନମନ୍ତ୍ରୀ କମଳା ଜୀଙ୍କ ପୂର୍ବଜ ବିହାରର ବକ୍ସରରେ ରହୁଥିଲେ । କମଳା ଜୀ ସ୍ୱୟଂ ମଧ୍ୟ ସେଠାକୁ ଯାଇଛନ୍ତି । ଲୋକ ତାଙ୍କୁ ବିହାରର ଝିଅ ମାନନ୍ତି । ଏଠାରେ ଉପସ୍ଥିତ ଅନେକ ଲୋକଙ୍କ ପୂର୍ବଜ ବିହାରରୁ ଆସିଛନ୍ତି ।  ବିହାରର ଭାରତ ସହ ଦୁନିଆର ଗୌରବ ହୋଇଛି । ଲୋକତନ୍ତ୍ର ହେଉ ବା ରାଜନୀତି, କୂଟନୀତି ହେଉ ବା ଉଚ୍ଚ ଶିକ୍ଷା ବିହାର ଅନେକ ବିଷୟରେ ଦୁନିଆକୁ ଦିଶା ଦେଇଛି ।

ଅଧିକ ପଢନ୍ତୁ...ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘାନାର ସର୍ବୋଚ୍ଚ ସମ୍ମାନ, ସମ୍ମାନିତ କଲେ ରାଷ୍ଟ୍ରପତି ଜନ୍‌ ଦ୍ରାମାନି ମହାମା

ଭାରତ ତିଆରି କରିବ ନଜର ସ୍ପେସ୍‌ ଷ୍ଟେସନ୍‌- ପିଏମ୍‌ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି, ଆଉ ଅଳ୍ପ ସମୟ ବାକି ଭାରତୀୟ ଚନ୍ଦ୍ରରେ ପହଞ୍ଚିବେ । ଭାରତର ନିଜର ସ୍ପେସ୍‌ ଷ୍ଟେସନ୍‌ କରିବ । ଏବେ ଆମେ ଖାଲି ତାରା ଗଣିବା ନାହିଁ ଆଦିତ୍ୟ ମିଶନ ରୂପରେ ତାଙ୍କ ପାଖକୁ ଯିବାକୁ ପ୍ରୟାସ କରୁଛୁ । ଆମ ପାଇଁ ଏବେ ଜହ୍ମମାମୁ ବେଶୀ ଦୂର ନୁହେଁ । ଆମେ ପରିଶ୍ରମ କରି ସବୁ ଅସମ୍ଭବକୁ ସମ୍ଭବ କରିବୁ । ତ୍ରିନିଦାଦ ଏବଂ ଟବାଗୋରେ ଥିଲା ପ୍ରବାସୀ ଭାରତୀୟଙ୍କ ଷଷ୍ଠ ପୀଢିଙ୍କୁ ଓସିଆଇ କାର୍ଡ ଦେବାକୁ ଘୋଷଣା କରୁଛି । ତୁମେ କେବଳ ରକ୍ତ ଓ ଉପନାମରେ ଯୋଡି ହୋଇନାହିଁ ନିଜର ହୋଇ ଯୋଡ଼ି ହୋଇଛ । ଭାରତ ତୁମର ସ୍ୱାଗତ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.