ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଚିକାଗୋର ନାଇଟ୍ କ୍ଲବରେ ଆଖିବୁଜା ଗୁଳିମାଡ଼, ୪ ମୃତ

Published By : Anindita Ratha | July 4, 2025 8:50 AM

ନୂଆଦିଲ୍ଲୀ,୦୪/୦୭: ଆମେରିକା ଚିକାଗୋର ରିଭର ନର୍ଥ ଅଞ୍ଚଳର ଏକ ନାଇଟ୍ କ୍ଲବରେ ଆଖିବୁଜା ଗୁଳିମାଡ଼। ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଚିକାଗୋ ପୁଲିସ ଅନୁଯାୟୀ,  ଚିକାଗୋରେ ଜଣେ ରାପରଙ୍କ ଆଲବମ୍ ରିଲିଜ୍ ପାର୍ଟି ପରେ ଆର୍ଟିଷ୍ଟ ଲାଉଞ୍ଜ ନାଇଟ୍ କ୍ଲବ୍ ରୁ ବାହାରିଥିଲେ । ଏହି ସମୟ ଭିଡ଼ ଉପରେ କେହି ଗୁଳି ଚଳାଇଥିଲା। ଏହି ଘଟଣାରେ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି ୧୪ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ନାଇଟ୍ କ୍ଲବ୍ ବାହାରେ ଗୁଳିକାଣ୍ଡ ହେବା ପରେ କ୍ଲବ୍ ବାହାରେ ଜମା ହୋଇଥିବା ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିଥିଲେ  । ସେପଟେ ରେଷ୍ଟୁରାଣ୍ଟ ବାହାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଗୁଳିଚାଳନା ଘଟଣା ସୂଚନା ଦେଇ ପୁଲିସ କହିଛି, ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟ ବାହାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଗୁଳିଚାଳନା କରିଥିଲେ ଏବଂ ତୁରନ୍ତ ସେଠାରୁ ଫେରାର୍ ହୋଇଯାଇଥିଲେ । ବର୍ତ୍ତମାନ ସୁଦ୍ଧା କାହାକୁ ଅଟକ ରଖାଯାଇ ନାହିଁ । ଘଟଣାର ତଦନ୍ତ ଚାଲିଛି, ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.