ପ୍ରମୂଖ ଖବର
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଖୋଲିଲା ଇସଲାମବାଦର ପୋଲ୍ : ପାକିସ୍ତାନରେ ଜିମ୍ କରୁଛି ମୁମ୍ଵାଇ ଆଟାକ୍‌ର ମାଷ୍ଟରମାଇଣ୍ଡ୍, ଭିଡିଓ ଭାଇରାଲ୍

Published By : Rasmita Pradhan | November 16, 2024 12:33 PM

ନୂଆଦିଲ୍ଲୀ, ୧୬/୧୧ : ଧରାପଡ଼ିଲା ପାକିସ୍ତାନର ଚାଲାକି। ଖୋଲିଲା ପାକ୍‌ର ପୋଲ୍। ଖୁଲମ ଖୁଲା ମିଛ କହୁଛି ପଡୋଶୀ ଦେଶ। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନଙ୍କୁ ଶରଣ ଦେଉଛି ପାକିସ୍ତାନ। ସାମ୍ନାକୁ ଆସିଲାମୁମ୍ବାଇ ଆଟାକ୍‌ର ମାଷ୍ଟରମାଇଣ୍ଡ୍ ଜକିଉରେହମାନ ଲଖୱିର ଭିଡିଓ। ଲଖୱି ପାକିସ୍ତାନରେ ଜିମ୍ କରୁଥିବା ବେଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ଲଖୱି ଡ୍ୟାନ୍ସ କ୍ଲାସରେ ଭାଗ ନେବା ସହ ଜିମ୍‌ରେ କସରତ କରୁଥିବା ଦେଖିବାକୁ ମିଳିଛି।  

ଲଖୱି ତାର ଲୁକ୍ ବଦଳାଇ ଦେଇଛି ବୋଲି ବହୁ ଗଣମାଧ୍ୟମ ରିପୋର୍ଟ ଦାବି କରୁଛନ୍ତି। ତେବେ ଏହି ଭାଇରାଲ୍ ଭିଡିଓରେ ସ୍ଥାନ ଏବଂ ତାରିଖ ବିଷୟରେ କିଛି ସ୍ପଷ୍ଟ ଲେଖାଯାଇ ନାହିଁ। ଏହା ପୂର୍ବରୁ ଲଖୱିକୁ ଇସଲାମବାଦର ଏକ କୋର୍ଟ ପରିସରେ ଲାଗିଥିବା କ୍ୟାମେରାରେ ଚିହ୍ନଟ କରାଯାଇଥିଲା। ସେହି ସମୟରେ ସେ ଲମ୍ବା ଦାଢି ରଖିଥିବା ଦେଖିବାକୁ ମିଳିଥିଲା। 

୨୦୦୮ ମୁମ୍ଵାଇ ଆକ୍ରମଣରେ ପ୍ରାୟ ୧୬୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଜକିଉରେହମାନ ଲଖୱି ମାଷ୍ଟରମାଇଣ୍ଡ୍ ବୋଲି ଭାରତ ଏବଂ ଆମେରିକା ଅଭିଯୋଗ କରିଥିଲେ। ପାକିସ୍ତାନ ଏହି ଅଭିଯୋଗକୁ ଖଣ୍ଡନ କରିଆସୁଥିଲା। ହେଲେ ଆର୍ଥିକ ସଙ୍କଟ ଏବଂ ଏଫଏଟିଏଫ୍‌ର ଗ୍ରେ ଲିଷ୍ଟ କରିବା ପରେ ପାକିସ୍ତାନ ଲଖୱିକୁ ଜେଲ ପଠାଇବାକୁ ବାଧ୍ୟ ହୋଇଥିଲା। ଏହାବାଦ୍ ମଧ୍ୟ ଲଖୱିକୁ ବହୁ ଥର ପାକିସ୍ତାନର ସଡ଼କରେ ଖୁଲମଖୁଲା ବୁଲୁଥିବାର ଦେଖିବାକୁ ମିଳିଥିଲା। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.