ନୂଆଦିଲ୍ଲୀ, ୧୬/୨ : ବାରମ୍ବାର ଭାରତଠାରୁ ପରାଜୟ ପାକିସ୍ତାନର ଚିନ୍ତାର କାରଣ । ପଡ଼ୋଶୀ ଦେଶ ସହ ନିଜ ଦେଶର ଫ୍ରାନ୍ସ ମଧ୍ୟ କରୁଛନ୍ତି ଗାଳି । ସଂଘର୍ଷ ନୁହେଁ ଆତ୍ମସମର୍ପଣ ଭଳି ଖେଳୁଛି ପାକିସ୍ତାନ । ଯାହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି । ନିଜ ଦେଶରେ ପୂର୍ବତନ କ୍ରିକେଟରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ମଧ୍ୟ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ନିଜ ଜ୍ବାଇଁ ସାହିନ୍ ଆଫ୍ରିଦଙ୍କୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରହାରକୁ ନେଇ ବର୍ଷିଛନ୍ତି ସାହିଦ୍ ଆଫ୍ରିଦ୍ । ସେ କହିଛନ୍ତି କି, ସାହିନ୍, ବାବର ଏବଂ ଶଦାବଙ୍କ ଭଳି ଖେଳାଳିଙ୍କୁ ଦଳରୁ ବାହାର କର ।

ପାକିସ୍ତାନର ଫ୍ୟାନ୍ସମାନେ ଏବେ ବିଭିନ୍ନ ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ନିଜ ଦେଶର ଖେଳାଳିଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଭାରତ ବିପକ୍ଷ ମ୍ୟାଚକୁ ବର୍ଜନ କରିବା ନିଷ୍ପତ୍ତି ଠିକ୍ ଥିଲା ବୋଲି ମଧ୍ୟ ସମର୍ଥନ କରିଛନ୍ତି । ୟୁଜର୍ସମାନେ କହିଛନ୍ତି କି, ଏଭଳି ପରାଜୟ ଅପେକ୍ଷା ବୟକଟ୍ ନିଷ୍ପତ୍ତି ବହୁ ଗୁଣରେ ଭଲ ଥିଲା । ବାଂଲାଦେଶ ସପକ୍ଷରେ ବାହାଥିଲେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଥାନ୍ତା । କିନ୍ତୁ ଏଭଳି ପରାଜୟ ଅଧିକ ଦୁଃଖ ଦେଉଛି ।

ସେପଟେ ଆଉଜଣେ ୟୁଜର୍ସ ଲେଖିଛନ୍ତି କି, ଆଫଗାନିସ୍ତାନ ଆମଠାରୁ ଅଧିକ ଭଲ ଖେଳୁଛି । ଆମେ ସେମାନଙ୍କୁ ସପୋର୍ଟ କରିବା ଭଲ । କେବଳ ଏତିକି ନୁହେଁ ପାକିସ୍ତାନର ବୋର୍ଡ ସଭାପତି ହମ୍ମଦ ନକଭିଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି । ଏହାସହ ଆପଗାନିସ୍ତାନକୁ ପ୍ରଂଶସା କରିଛନ୍ତି । ଏପରିକି ଅନେକ ପାକିସ୍ତାନ ଫ୍ୟାନ୍ସ ଭାରତକୁ ମଧ୍ୟ ସମର୍ଥନ ଜଣାଇଛନ୍ତି ।

ପୂର୍ବତନ ପାକିସ୍ତାନୀ ଅଧିନାୟକ ଜାଭେଦ ମିଆଁଦାଦ କହିଛନ୍ତି କି, ବଡ଼ ମ୍ୟାଚରେ ଖେଳାଳିଙ୍କୁ ଉଚିତ୍ ମନୋଭାବ ଦେଖାଇବାକୁ ପଡ଼େ ଯାହାକି ଆମ ଖେଳାଳିଙ୍କ ପାଖରେ ନାହିଁ । ବାବରଙ୍କୁ ସର୍ବଦା ସମର୍ଥନ ଜଣାଇ ଆସୁଥିବା ମହମ୍ମଦ ୟୁସୁଫ୍ କହିଛନ୍ତି କି, ଏହି ମ୍ୟାଚ ପରେ ଏହା ସ୍ପଷ୍ଠ ଯେ ବାବର ଏବଂ ସାହିନଙ୍କ ଟି-୨୦ କ୍ୟାରିୟର ଶେଷ ହେବା ଉଚିତ୍ । ସେପଟେ ସୋଏବ ଅଖତର ଗଣମାଧ୍ୟମରେ ବାବରଙ୍କ ମଜାକ୍ ଉଡ଼ାଇଛନ୍ତି । ସପୁରଷ୍ଟାର ବନାଯାଇଥିବା ବାବର ନିଜର ୧୫-୨୦ ବର୍ଷ କ୍ୟାରିୟରରେ କୌଣସି ମ୍ୟାଚ ଜିତାଇ ନାହାନ୍ତି । ଆମ ସମୟରେ ଭାରତକୁ କଡ଼ା ଟକ୍କର ଦେଉଥିଲୁ ଆଉ ମ୍ୟାଚ ଜିତୁଥିଲୁ । କିନ୍ତୁ ଏବେ ଭାରତକୁ ହରାଇବାକୁ ସ୍ବପ୍ନରେ ମଧ୍ୟ ଭାବିପାରୁନାହାନ୍ତି । ସେପଟେ ଲତିଫ୍ କହିଛନ୍ତି କି, ପୂର୍ବ ମ୍ୟାଚରେ ଆମେ ଭଲ ପ୍ରଦର୍ଶନ କରିଛୁ କିନ୍ତୁ ଭାରତ ବିପକ୍ଷରେ ରଣନୀତି ଭୁଲ୍ ହୋଇଗଲା ।

​​​​​​​ଏହାସହ ପଢ଼ନ୍ତୁ : ଜାଣନ୍ତୁ ଆଗକୁ କେବେ ହେବ ଭାରତ –ପାକିସ୍ତାନ ମୁକାବିଲା ?