ନୂଆଦିଲ୍ଲୀ, ୧୦/୦୫ : ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ଦୁଃଖଦ ଖବର। ଜାମ୍ମୁ କାଶ୍ମୀର ରାଜୌରୀରେ ସରକାରୀ ଅଧିକାରୀଙ୍କ ଘର ଉପରକୁ ପାକିସ୍ତାନ ଆକ୍ରମଣ। ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର ରାଜ କୁମାର ଥାପାଙ୍କ ସମେତ ୨ ମୃତ। ଟ୍ଵିଟ୍ କରି ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। 

ସୂଚନାନୁଯାୟୀ, ଶନିବାର ସକାଳ ପ୍ରାୟ ସାଢେ ୫ଟାରେ ପାକିସ୍ତାନ ରାଜୌରୀରେ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର ରାଜ କୁମାର ଥାପାଙ୍କ ଘରକୁ ଟାର୍ଗେଟ୍ କରି ଗୁଳି ଗୋଳା ବର୍ଷା କରିଥିଲା। ସେହି ସମୟରେ ଥାପା ଘର ଭିତରେ ଥିଲେ। ଏହି ଆକ୍ରମଣରେ ଥାପାଙ୍କ ସମେତ ଜଣେ ମହିଳା ଏବଂ ଜଣେ ଶିଶୁର ମୃତ୍ୟୁ ହୋଇଛି।  

ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏନେଇ ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ରାଜୌରୀରୁ ଦୁଃଖଦ ସମାଚାର। ଜାମ୍ମୁ କାଶ୍ମୀରର ପ୍ରଶାସନିକ ସେବାରେ ସମର୍ପିତ ଜଣେ ଅଧିକାରୀଙ୍କୁ ହରାଇଲୁ। ଗତକାଲି ସେ ଉପମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲା ପରିଦର୍ଶନରେ ଯାଇଥିଲେ। ମୋ ଅଧ୍ୟକ୍ଷତାରେ ହୋଇଥିବା ଏକ ଅନଲାଇନ ବୈଠକରେ ଯୋଗ ଦେଇଥିଲେ। ଆଜି ତାଙ୍କର ସରକାରୀ ବାସଭବନ ଉପରେ ପାକିସ୍ତାନ ଆକ୍ରମଣ କରିଥିଲା। ଏଥିରେ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର ରାଜ କୁମାର ଥାପାଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ଆତ୍ମାକୁ ଶାନ୍ତି ମିଳୁ।

ଏହି ଖବରଟିକୁ ପଢନ୍ତୁ-ସୀମାରେ ସୈନ୍ୟବଳ ଠୁଳ କରୁଛି ପାକିସ୍ତାନ; ଏୟାର ମିସାଇଲ ସିଷ୍ଟମ ସକ୍ରିୟ କଲା ଭାରତ