ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ

Published By : Rasmita Pradhan | May 10, 2025 8:07 AM

ନୂଆଦିଲ୍ଲୀ, ୧୦/୦୫ : ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ଦୁଃଖଦ ଖବର। ଜାମ୍ମୁ କାଶ୍ମୀର ରାଜୌରୀରେ ସରକାରୀ ଅଧିକାରୀଙ୍କ ଘର ଉପରକୁ ପାକିସ୍ତାନ ଆକ୍ରମଣ। ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର ରାଜ କୁମାର ଥାପାଙ୍କ ସମେତ ୨ ମୃତ। ଟ୍ଵିଟ୍ କରି ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। 

ସୂଚନାନୁଯାୟୀ, ଶନିବାର ସକାଳ ପ୍ରାୟ ସାଢେ ୫ଟାରେ ପାକିସ୍ତାନ ରାଜୌରୀରେ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର ରାଜ କୁମାର ଥାପାଙ୍କ ଘରକୁ ଟାର୍ଗେଟ୍ କରି ଗୁଳି ଗୋଳା ବର୍ଷା କରିଥିଲା। ସେହି ସମୟରେ ଥାପା ଘର ଭିତରେ ଥିଲେ। ଏହି ଆକ୍ରମଣରେ ଥାପାଙ୍କ ସମେତ ଜଣେ ମହିଳା ଏବଂ ଜଣେ ଶିଶୁର ମୃତ୍ୟୁ ହୋଇଛି।  

ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏନେଇ ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ରାଜୌରୀରୁ ଦୁଃଖଦ ସମାଚାର। ଜାମ୍ମୁ କାଶ୍ମୀରର ପ୍ରଶାସନିକ ସେବାରେ ସମର୍ପିତ ଜଣେ ଅଧିକାରୀଙ୍କୁ ହରାଇଲୁ। ଗତକାଲି ସେ ଉପମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲା ପରିଦର୍ଶନରେ ଯାଇଥିଲେ। ମୋ ଅଧ୍ୟକ୍ଷତାରେ ହୋଇଥିବା ଏକ ଅନଲାଇନ ବୈଠକରେ ଯୋଗ ଦେଇଥିଲେ। ଆଜି ତାଙ୍କର ସରକାରୀ ବାସଭବନ ଉପରେ ପାକିସ୍ତାନ ଆକ୍ରମଣ କରିଥିଲା। ଏଥିରେ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର ରାଜ କୁମାର ଥାପାଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ଆତ୍ମାକୁ ଶାନ୍ତି ମିଳୁ।

ଏହି ଖବରଟିକୁ ପଢନ୍ତୁ-ସୀମାରେ ସୈନ୍ୟବଳ ଠୁଳ କରୁଛି ପାକିସ୍ତାନ; ଏୟାର ମିସାଇଲ ସିଷ୍ଟମ ସକ୍ରିୟ କଲା ଭାରତ





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.