ପ୍ରମୂଖ ଖବର
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ

Published By : Prameya | January 17, 2025 1:26 PM

ନୂଆଦିଲ୍ଲୀ, ୧୭/୦୧ : ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଝଟ୍‌କା। ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲାରେ ୧୪ ବର୍ଷ ସଜା ଶୁଣାଇଲେ ପାକିସ୍ତାନର ଏକ ଅଦାଲତ। ଏହି ମାମଲାରେ ଇମରାନଙ୍କ ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ୭ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଏତଦ୍ ବ୍ୟତୀତ ଇମରାନଙ୍କୁ ୧୦ ଲକ୍ଷ ଏବଂ ତାଙ୍କ ପତ୍ନୀଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଏହି ଜରିମାନା ଦେୟ ନହେଲେ ତାହେଲେ ଇମରାନଙ୍କୁ ୬ ମାସ ଏବଂ ବୁଶରାଙ୍କୁ ୩ ମାସ ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। 

ଏହି ଖବରଟିକୁ ପଢନ୍ତୁ-ବହୁ ପ୍ରତୀକ୍ଷିତ ଆର ଜି କର ମାମଲାରେ ଶନିବାର ଆସିବ ରାୟ, ଦୋଷୀ ପାଇଁ ମୃତ୍ୟୁଦଣ୍ଡ ମାଗିଲା ସିବିଆଇ

ସୂଚନାନୁଯାୟୀ, ୨୦୨୩ ଅଗଷ୍ଟ ମାସରୁ ଇମରାନ ଖାନ ରାୱଲପିଣ୍ଡି ଜେଲ୍‌ରେ ବନ୍ଦୀ ଅଛନ୍ତି। ସରକାରୀ ଉପହାର ବିକ୍ରି, ସରକାରୀ ଗୁପ୍ତ ତଥ୍ୟ ଲିକ୍, ଏବଂ ବେଆଇନ ବିବାହ ସହ ଜଡ଼ିତ ତିନୋଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଅଲକାଦିର ଟ୍ରଷ୍ଟ ମାମଲାରେ ପାକିସ୍ତାନୀ ଅଦାଲତ ୨୦୨୪ ଡିସେମ୍ଵର ମାସରେ ରାୟ ସଂରକ୍ଷିତ ରଖିଥିଲେ। ତେବେ ଆଜି ରାୟ ଆସିବା ପରେ ଇମରାନଙ୍କୁ ପୁଣି ଝଟ୍‌କା ଲାଗିଛି। ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ହେପାଜତରେ ନିଆଯାଇଛି। ଅଲକାଦିର ୟୁନିଭରସିଟି ସହ ଜଡ଼ିତ ଏହି ପ୍ରୋଜେକ୍ଟରେ ୧୯୦ ମିଲିୟନ ପାଉଣ୍ଡର ଭ୍ରଷ୍ଟାଚାର ଅଭିଯୋଗ ହୋଇଥିଲା। 

ଇମରାନଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କ ପତ୍ନୀ ବୁଶରା ବିବି ଏବଂ ପିଟିଆଇର କିଛି ନେତାଙ୍କ ସହ ମିଶି ଅଲକାଦିର ୟୁନିଭରସିଟି ପ୍ରୋଜେକ୍ଟ ଟ୍ରଷ୍ଟ ଗଠନ କରିଥିଲେ। ଏହି ବିଶ୍ଵବିଦ୍ୟାଳୟ ପାଇଁ ଇମରାନ ଏବଂ ତାଙ୍କ ପତ୍ନୀ ରେସିଡେନସିଆଲ କମ୍ପ୍ଲେକ୍ସର ଏକ ଜାଗା ବେଆଇନ ଭାବେ ହଡ଼ପ କରି ନେଇଥିଲେ। ଏଥିପାଇଁ ଦୁହେଁ ପାକିସ୍ତାନର ଜଣେ ଧନୀ ବ୍ୟକ୍ତି ମଲିକ ରିୟାଜଙ୍କୁ ଧମକ ଦେଇଥିଲେ। ଏତଦ୍ ବ୍ୟତୀତ ଇମରାନ, ତାଙ୍କ ପତ୍ନୀ ଏବଂ ପିଟିଆଇର କିଛି ନେତାଙ୍କ ବିରୋଧରେ ରାଜକୋଷରୁ ୫୦ ଅରବ ଆତ୍ମସାତ୍ କରିଥିବା ଅଭିଯୋଗ ରହିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.