ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

‘ଆତଙ୍କବାଦକୁ ଜନ୍ମ ଦିଏ ପାକିସ୍ତାନ, ଏହା କେବେ ଏହାର ପୀଡିତ ହୋଇ ପାରିବ ନାହିଁ’ ଜେନେଭାରେ ଇସଲାମାବାଦର ମିଛକୁ ଧରାପକାଇଲେ ଏହି ଭାରତୀୟ କୂଟନୀତିଜ୍ଞ…

Published By : Prameya | May 22, 2025 11:01 PM

ନୂଆଦିଲ୍ଲୀ: ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି । କହିଛି ଯେ, ଆତଙ୍କବାଦକୁ ପ୍ରୋତ୍ସାହିତ କରିବାରେ ଏହାର ବଡ ଭୂମିକା ରହିଛି । ଜେନେଭାରେ ଥିବା WHO ମୁଖ୍ୟାଳୟରେ ଭାଷଣ ଦେଇ, ଭାରତୀୟ କୂଟନୀତିଜ୍ଞ ଅନୁପମା ସିଂହ ପାକିସ୍ତାନକୁ କଡ଼ା ସମାଲୋଚନା କରି କହିଛନ୍ତି କି, "ପାକିସ୍ତାନ ଆତଙ୍କବାଦକୁ ଜନ୍ମ ଦେଇଥାଏ । ଏହା କେବେ ଏହାର ଶିକାର ହେବାର ଅଭିନୟ କରିପାରିବ ନାହିଁ।"

ଅନୁପମା ସିଂହ ଆହୁରି କହିଛନ୍ତି କି, "ଆମକୁ ଭୁଲିଯିବା ଉଚିତ୍ ନୁହେଁ ଯେ ଆତଙ୍କବାଦର ପ୍ରାୟୋଜକ ଏବଂ ସଂଗଠକ ମାନେ ପାକିସ୍ତାନ ମାଟିରୁ କାର୍ଯ୍ୟ କରନ୍ତି ବୋଲି। ଏହାର ଜବାବରେ, ଭାରତ "ଅପରେସନ୍ ସିନ୍ଦୂର" ଆରମ୍ଭ କରିଥିଲା। ଏହି ଅପରେସନଟି ସଠିକ୍ ଥିଲା ଏବଂ ପାକିସ୍ତାନ ଭିତରେ ଆତଙ୍କବାଦ ଭିତ୍ତିଭୂମି ଉପରେ ଆକ୍ରମଣ କରିଥିଲା। 

ସେ ଆହୁରି ମଧ୍ୟ କହିଛନ୍ତି କି,"ଆମେ ସେମାନଙ୍କ ନାଗରିକ ମାନଙ୍କୁ ଟାର୍ଗେଟ ଏବଂ କ୍ଷତି ନ ପହଞ୍ଚାଇବା ପାଇଁ ପଦକ୍ଷେପ ନେଇଛୁ । ଆମେ କେବଳ ପାକିସ୍ତାନରେ ତାଲିମପ୍ରାପ୍ତ ଆତଙ୍କବାଦୀ ଏବଂ ସେମାନଙ୍କ ଆଡ୍ଡା ଗୁଡ଼ିକୁ ଟାର୍ଗେଟ କରିଥିଲୁ।" 

ଅନୁପମା ସିଂହ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ପାକିସ୍ତାନର ମିଥ୍ୟା ଦାବି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ, ପାକିସ୍ତାନ ଏହି ପ୍ରସଙ୍ଗକୁ ଅନ୍ୟତ୍ର ଫେରାଇବାକୁ ଚେଷ୍ଟା କରୁଛି। ଅନୁପମା ସିଂହ ତାଙ୍କର କଥାକୁ ଦୋହରାଇ କହିଛନ୍ତି କି, "ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହିତ କରେ, ସେ ପୀଡିତ ହେବାର ଅଭିନୟ କରିପାରିବ ନାହିଁ।" ଅନୁପମା ସିଂହଙ୍କ ଏହି ବୟାନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏବେ ଆସନ୍ତୁ ଜାଣିବା ଅନୁପମା ସିଂହ କିଏ ?

ଅନୁପମା ସିଂହ ନଅ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ବୈଦେଶିକ ସେବା (IFS)ରେ ଜଣେ କୂଟନୀତିଜ୍ଞ ଭାବରେ କାର୍ଯ୍ୟ କରୁଛନ୍ତି। IFS ରେ ଯୋଗଦେବା ପୂର୍ବରୁ, ସେ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ KPMG ସହିତ କାର୍ଯ୍ୟ କରିଥିଲେ । ସେଠାରେ ସେ ଜଣେ ପରାମର୍ଶଦାତା ଭାବରେ ଆରମ୍ଭ କରିଥିଲେ ଏବଂ ପରେ ବରିଷ୍ଠ ପରାମର୍ଶଦାତା ପଦବୀକୁ ଉନ୍ନୀତ ହୋଇଥିଲେ । ଅନୁପମା ସିଂହ ୨୦୧୪ ମସିହାରେ ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍‌ରେ ପ୍ରଶାସନ ତାଲିମ ସମାପ୍ତ କରିଥିଲେ। ସେ ୨୦୦୮ ରୁ ୨୦୧୧ ପର୍ଯ୍ୟନ୍ତ CFA ପ୍ରୋଗ୍ରାମ୍ ମଧ୍ୟ କରିଥିଲେ। ଏଥିରେ ସେ କର୍ପୋରେଟ୍ ଫାଇନାନ୍ସ, ମୂଲ୍ୟାୟନ ଏବଂ ପୋର୍ଟଫୋଲିଓ ପରିଚାଳନାରେ ବିଶେଷଜ୍ଞତା ହାସଲ କରିଥିଲେ। ଅନୁପମା ସିଂହ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ ଷ୍ଟଡିଜ୍ ଫ୍ୟାକଲ୍ଟିରୁ ଫାଇନାନ୍ସରେ MBA କରିଛନ୍ତି। ସେ ମୌଲାନା ଆଜାଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ବି.ଟେକ୍ ମଧ୍ୟ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.