ନୂଆଦିଲ୍ଲୀ,୧୩/୦୨; ବିଚରା ପାକିସ୍ତାନର ବେଳ ଖରାପ ପଡିଛି । କ୍ରିକେଟରେ ଭାରତ ବିପକ୍ଷ ବୟକଟରୁ ଓହରିବା ପରେ ପୁଣି ବେଜିତ୍ ହୋଇଛି । ଅଷ୍ଟ୍ରେଲିଆ କାନବେରାରେ ବେଜିତ୍ ହୋଇଛି ପାକିସ୍ତାନ ହକି ଟିମ୍ । ହୋଟେଲ ବିଲ ଦେଇ ନପାରିବାରୁ ହକି ପ୍ଲେୟାରଙ୍କୁ ରାସ୍ତାରେ ଛିଡ଼ା ହେବାକୁ ପଡିଛି । ଘଣ୍ଟା ଘଣ୍ଟା ଧରି ରାସ୍ତରେ ଛିଡା ହୋଇଥିଲେ ପାକ୍ ପ୍ଲେୟାର । ଏଫଆଇଏଚ ହକି ପ୍ରୋ ଲିଗ୍ରେ ଅଷ୍ଟ୍ରେଲିଆରେ ପାକିସ୍ତାନ ପ୍ଲେୟାରଙ୍କର ଏହିପରି ଦଶା ଦେଖିବାକୁ ମିଳିଥିଲା ।
ସୂତ୍ର ଅନୁସାରେ, ଦଳ ଏବଂ ଅଧିକାରୀମାନଙ୍କୁ ଏକ ଚାରି ତାରକା ହୋଟେଲରେ ବୁକ୍ କରାଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ନିଶ୍ଚିତ କରାଯାଇଥିଲା ଯେ ପାକିସ୍ତାନ ହକି ଫେଡେରେସନ ଏବଂ ପାକିସ୍ତାନ ସ୍ପୋର୍ଟ୍ସ ବୋର୍ଡ ଆଗୁଆ ଦେୟ ଦେଇଛନ୍ତି । ତଥାପି, ଖେଳାଳିମାନେ କାନବେରାରେ ପହଞ୍ଚିବା ପରେ ହୋଟେଲ ପରିଚାଳନା ସ୍ପଷ୍ଟ ଭାବରେ କହି ଦେଇଥିଲା, "ବୁକିଂ ନାହିଁ, ପେମେଣ୍ଟ ନାହିଁ । ମୁଖ୍ୟ ପ୍ରଶିକ୍ଷକ ତାହିର ଜମାନ ପାକିସ୍ତାନର ଅଧିକାରୀମାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସମୟର ପାର୍ଥକ୍ୟ ଏବଂ ଅର୍ଥର ଅଭାବ ଯୋଗୁଁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । ଦୀର୍ଘ ସମୟ ଧରି ପ୍ରୟାସ ପରେ ହୋଟଲ ମିଳିଥିଲା ।
ପାକିସ୍ତାନର ଏହି ଗସ୍ତରେ ଦଳ ନିୟମିତ ପରିଚାଳନା ବିନା ଯାତ୍ରା କରୁଛି । ଏକ ବିବାଦ ପରେ ପୂର୍ବତନ ଅଲିମ୍ପଆନ ଅଞ୍ଜୁମ ସଇଦଙ୍କୁ ହଟାଇ ଦିଆଯାଇଥିଲା । ଏକ ଅଭିଯୋଗ ଅନୁସାରେ ସେ ବିମାନର ଧ୍ରୁମପାନ ଏବଂ ବିମାନବନ୍ଦର ସୁରକ୍ଷାକର୍ମୀଙ୍କ ସହ କଥିତ ଝଗଡ଼ା ଯୋଗୁଁ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା । ଏଥର ତାଙ୍କୁ ଦଳ ସହିତ ପଠାଯାଇ ନାହିଁ । ପୂର୍ବରୁ ଖେଳାଳିଙ୍କ ଦୈନିକ ଭତ୍ତା ୧୧୫ ଆମେରିକୀୟ ଡଲାର ସ୍ଥିର କରାଯାଇଥିଲା, କିନ୍ତୁ ସାମ୍ପ୍ରତିକ ଘଟଣାଗୁଡ଼ିକ ଏହି ପ୍ରଶ୍ନ ଉଠାଇଛି ଯେ କେବଳ ଭତ୍ତା ବୃଦ୍ଧି କରିବା ଦ୍ୱାରା ସିଷ୍ଟମର ଚ୍ରୁଟି ଘୋଡାଇ ହୋଇପାରିବ କି ?
ଏହା ବି ପଢନ୍ତୁ...୧୯ ବର୍ଷ ପରେ ହାରିଲା ଅଷ୍ଟ୍ରେଲିଆ, ୨୩ ରନରେ ହରାଇଲା ଜିମ୍ବାଓ୍ବେ
ହକି ପାକିସ୍ତାନର ଜାତୀୟ ଖେଳ କିନ୍ତୁ ପରିସ୍ଥିତି ଏପରି ଯେ ଦଳ ବିଦେଶରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି । କାନବେରାରେ ସ୍ଥାନୀୟ ପାକିସ୍ତାନୀ ସମ୍ପ୍ରଦାୟର କିଛି ସଦସ୍ୟଙ୍କୁ ସାହାଯ୍ୟ କରିବାକୁ ପଡିଛି । କେବେ ଅଲମ୍ପିକ୍ ଏବଂ ବିଶ୍ୱ ହକିରେ ରାଜ କରୁଥିବା ପାକିସ୍ତାନ ପ୍ରଶାସନିକ ଅବବ୍ୟସ୍ଥା, ଅର୍ଥିକ ସଂଙ୍କଟ ଏବଂ ଆଭ୍ୟନ୍ତରୀଣ କଳହ ସହ ସଂଘର୍ଷ କରୁଛି । ପ୍ରସଙ୍ଗ କେବଳ ବିଜୟ କି ପରାଜୟ ନୁହେଁ ଏହା ଖେଳାଳିମାନଙ୍କୁ ପଡିଆ ଅପେକ୍ଷା ରାସ୍ତାରେ ବୁଲିବାକୁ ବାଧ୍ୟ କରିଛି ।