ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପାକିସ୍ତାନରେ ପ୍ରଦୂଷଣ କାରଣରୁ ଲାଗିଲା ୩ଦିନର ଲକ୍ ଡାଉନ୍ : AQI ୨୦୦୦ ପାର୍, ସ୍କୁଲ କଲେଜ ରହିବ ବନ୍ଦ

Published By : Prameya | November 18, 2024 7:16 PM

ଇସଲାମାବାଦ : ଦିଲ୍ଲୀ –ଏନସିଆରରେ ପ୍ରଦୂଷଣ ସଂଘାତିକ ସ୍ଥିତିରେ। ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ବିଷାକ୍ତ ବାୟୁ ଗତ ସବୁ ରେକର୍ଡ ଭାଙ୍ଗି ଦେଇଛି। ପାକିସ୍ତାନର ପଞ୍ଜାବ ସରକାର ଲଗାତାର ପ୍ରତିବନ୍ଧକ ଲାଗୁ କରିଛନ୍ତି। ଏହା ସତ୍ତ୍ୱେ ଏକ୍ୟୁଆଇର ସ୍ତର ବିପଜ୍ଜନକ ସ୍ଥିତିରେ ରହିଛି। ଅନେକ ଅଞ୍ଚଳରେ ଏକ୍ୟୁଆଇ ୨୦୦୦କୁ ଅତିକ୍ରମ କରି ସାରିଛି। ଏଥିଯୋଗୁଁ ପାକିସ୍ତାନର ଦୁଇଟି ସହରରେ ଲକ୍‌ଡାଇନ୍‌ ଲଗାଇ ଦିଆ ଯାଇଛି। 

ପାକିସ୍ତାନର ଲାହୋର ଓ ମୁଲତାନ ସହରର ଶୁକ୍ରବାର , ଶନିବାର ଓ ରବିବାରରେ ସଂପୂର୍ଣ୍ଣ ରୂପେ ଲକ୍‌ ଡାଇନ୍ ଘୋଷଣା କରାଯାଇଛି। ସେପଟେ ଏହାର ଆଗାମୀ ୩ଦିନ ଏକ୍ୟୁଆଇ ଉପରେ ନଜର ରଖାଯିବ। ଯଦି ବାୟୁର ସ୍ଥିତି ଖରାପ ଶ୍ରେଣୀରେ ଆସେ ତ ଲକ୍‌ଡାଉନ୍‌କୁ ଜାରି ରଖାଯିବ। ପାକିସ୍ତାନର ପଞ୍ଜାବରେ ପ୍ରଦୂଷଣରେ ସ୍ଥିତି କିଭଳି ଭାବେ ବିଗିଡି ଯାଇଛି ଏହାର ଅନ୍ଦାଜ ଏଥିରୁ କରି ହୁଏ କି , ଗତ ଏକ ସପ୍ତାହରେ ୬ ଲକ୍ଷରୁ ଅଧିକ ଲୋକେ ଶ୍ୱାସ ଜନିତ ରୋଗରେ ପୀଡ଼ିତ ହୋଇଛି। ଏଥିରେ ୬୫ହଜାର ଲୋକଙ୍କ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି। ଲାହୋର ଓ ମୁଲତାନ ସମେତ ଅନେକ ସହରରେ ପାରାମେଡିକାଲ ଷ୍ଟାଫ୍‌ଙ୍କ ଛୁଟି ରଦ୍ଦ ହୋଇଛି। ଲୋକଙ୍କ ସମସ୍ୟାକୁ ଦେଖି ଓପିଡ଼ି ମଧ୍ୟ ରାତିରେ ୮ଟା ଯାଏ ଖୋଲା ଯାଉଛି।

ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ସରକାର ପୂର୍ବରୁ ହିଁ ଅନେକ ପ୍ରତିବନ୍ଧକ ଲଗା ସରିଛି। ଏଠାରେ ମ୍ୟାରେଜ୍‌ ହଲ୍‌ ଓ ରେଷ୍ଟୁରାଣ୍ଟକୁ ବନ୍ଦ କରି ଦିଆ ଯାଇଛି। ଏହାସହ ଅନେକ ଦୋକାନକୁ ମଧ୍ୟ ସିଲ୍‌ କରି ଦିଆ ଯାଇଛି। ପ୍ରଦୂଷଣ ପ୍ରସାରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉଛି। ସ୍କୁଲ ଓ କଲେଜ ମଧ୍ୟ ବନ୍ଦ କରି ଦିଆ ଯାଇଛି। ପ୍ରାଇଭେଟ୍‌ ଅଫିସରରେ ମଧ୍ୟ ୫୦ ପ୍ରତିଶତର କ୍ଷମତାରେ ଖୋଲା ଯାଉଛି। ପ୍ରଦୂଷଣକୁ ଲଗାମ ଲଗାଇବା ପାଇଁ ପାକିସ୍ତାନରେ କିଛି ସହରରେ ଆର୍ଟିଫିସିଆଲ ବର୍ଷା କରାଇବାକୁ ଚେଷ୍ଟା ହେଉଛି। 

ଏଆରୱାଇ ନ୍ୟୁଜ୍‌ ମୁତାବିକ , ଲାହୋରର ହସ୍ପିଟାଲ ଶୁଖିଲା କାଶ , ନିଶ୍ୱାସ ନେବାରେ ସମସ୍ୟା , ନିମୋନିଆ ଓ ଛାତି ସଂକ୍ରମଣରେ ପୀଡ଼ିତ ରୋଗୀଙ୍କ ଦ୍ୱାରା ଭର୍ତ୍ତି ହୋଇଛି। ପ୍ରମୁଖ ହସ୍ପିଟାଲ ଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ଖୁବ୍‌ ଅଧିକ ରହିଛି। ଯେମିତି ମେୟୋ ହସ୍ପିଟାଲରେ ୪ହଜାରରୁ ଅଧିକ , ଜିନ୍ନା ହସ୍ପିଟାଲରେ ୩୫୦୦ ଓ ଅନ୍ୟ ହସ୍ପିଟାଲ ଗୁଡ଼ିକରେ ଦୁଇ ହଜାରରୁ ଅଧିକ ଚିକିତ୍ସା ପାଇଁ ପହଞ୍ଚିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.