ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

'ପାକ୍‌ ମିଛ-ଗୁଜବ ପ୍ରଚାର କରୁଛି', ୬ ଜାଗାରେ ପଶି ମୁହଁତୋଡ଼ ଜବାବ୍ ଦିଆଯାଇଛି: ସେନା

Published By : Ankita S | May 10, 2025 12:14 PM

ନୂଆଦିଲ୍ଲୀ,୧୦/୦୫: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଘମାସନ ଯୁଦ୍ଧକୁ ନେଇ ଆଜି ସେନା ଓ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍‌ମିଟ୍ ହୋଇଛି । ମିଛୁଆ ପାକିସ୍ତାନର ଅସଲ ଚେହେରା ପର୍ଦ୍ଦାଫାସ କରିଛି ଭାରତ । ଫଟୋ ଭିଡିଓ ଦେଖାଇ ଭାରତ ପ୍ରମାଣ ଦେଇଛି । ନୂଆଦିଲ୍ଲୀ ସାଉଥ କ୍ଲବରେ ସାମ୍ପ୍ରତିକ ସ୍ଥିତି ନେଇ ମିଳିତ ପ୍ରେସ୍‌ବ୍ରିଫ୍ ଜାରି ହୋଇଛି । ଏଥିରେ କର୍ଣ୍ଣଲ ସୋଫିଆ କ୍ୟୁରେସି, ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଓ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଉପସ୍ଥିତ ଥିଲେ । ପାକିସ୍ତାନ ଭାରତୀୟ ନାଗରିକ ଓ ଧାର୍ମିକ ସ୍ଥାନକୁ ଟାର୍ଗେଟ କରୁଛି । ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଛି । ପାକିସ୍ତାନର ୪ ଏୟାରବେସ୍‌କୁ ଧ୍ୱଂସ କରାଯାଇଛି ବୋଲି କହିଛନ୍ତି କର୍ଣ୍ଣଲ ସୋଫିଆ କ୍ୟୁରେସି ।

ପ୍ରେସ୍‌ମିଟରେ କର୍ଣ୍ଣଲ ସୋଫିଆ କହିଛନ୍ତି, ''ପାକିସ୍ତାନ ଲଗାତାର ଆଟାକ କରୁଛି । ଗତକାଲି ରାତି ୧ଟା ୪୦ରେ ପାକିସ୍ତାନ ସିରସା ବେସ୍‌କୁ ଟାର୍ଗେଟ କରି ମିସାଇଲ ମାଡ କରିଥିଲା । ପାକିସ୍ତାନ ଭାରତର ସୈନ୍ୟ ଠିକଣାକୁ ଟାର୍ଗେଟ କରୁଛି । ପାକ୍ ପୂରା ବର୍ଡରରେ ଗୁଳିଗୋଳା ବର୍ଷଣ କରୁଛି । ଡ୍ରୋନ୍ ଏବଂ ଫାଇଟର ଜେଟ୍‌ର ବ୍ୟବହାର କରିଛି । ନାଗରିକ ଏବଂ ସୈନ୍ୟ ବେସ୍‌କୁ ଟାର୍ଗେଟ କରୁଛି । ଯାହାର ଜବାବ୍‌ ଦେଇଛି ଭାରତ । ପାକିସ୍ତାନର ଫରୱାର୍ଡ ପୋଷ୍ଟରେ ସେନା ମୁତୟନ ବଢାଇଛି । ଉସକାଇବାକୁ ଏମିତି କରୁଛି ।''

ଅଧିକ ପଢନ୍ତୁ...ଯୁଦ୍ଧ ସ୍ଥିତିରେ ବେଆଇନ ୱାକି-ଟକି ବିକ୍ରି, ୧୩ ଇ-କମର୍ସ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ

କର୍ଣ୍ଣଲ ସୋଫିଆ ଆହୁରି କହିଛନ୍ତି, ''ପାକିସ୍ତାନର ୬ଟି ଏୟାରବେସ୍‌କୁ ଧ୍ୱଂସ କରାଯାଇଛି । ପାକ୍‌ ହାଇସ୍ପିଡ଼ ମିସାଇଲ ବ୍ୟବହାର କରି ପଞ୍ଜାବର ଏୟାରବେସ ସେଷ୍ଟସକୁ ଟାର୍ଗେଟ କରିଥିଲା । ନିନ୍ଦନୀୟ କାମ କରି ଶ୍ରୀନଗର, ଅବନ୍ତିପୁରା ଏବଂ ଉଦ୍ଧମପୁରରେ ବାୟୁ ସେନା ଆଡ୍ଡାରେ ଡାକ୍ତରଖାନା ଓ ସ୍କୁଲ ପରିସରକୁ ଟାର୍ଗେଟ କରିଥିଲା । ପାକିସ୍ତାନର ଉଦ୍ଦେଶ୍ୟ ଓ ମାନସିକତା ଠିକ୍ ନାହିଁ । ପୂର୍ବ ପରି ଶୁକ୍ରବାର ରାତିରେ ମଧ୍ୟରେ ସେ ଆଟାକ୍ କରିଥିଲା । ପାକ୍‌ ନାଗରିକ ବିମାନକୁ ଢାଲ କରୁଛି ।''

S-400 ସୁରକ୍ଷିତ-  ସବୁଥିରେ ଫେଲ୍ ମାରିଥିବା ପାକ୍ ପାଖରେ ଆଉ କିଛି ଚାରା ନାହିଁ । ମିଛ ଓ ଗୁଜବ ପ୍ରଚାର କରୁଛି । ଭାରତର ଏକାଧିକ ଏୟାର ଡିଫେନ୍ସ ସିଷ୍ଟମ ଓ ସୈନ୍ୟ ଠିକଣାକୁ କ୍ଷତି ପହଞ୍ଚାଇଥିବା ମିଛରେ କହୁଛି । କର୍ଣ୍ଣଲ ସୋଫିଆ କ୍ୟୁରେସି ପ୍ରେସ୍‌ମିଟରେ ଫଟୋ ଓ ଭିଜୁଆଲ ଦେଖାଇ ମିଛୁଆ ପାକିସ୍ତାନର ପୋଲ ଖୋଲିଛନ୍ତି । ବାୟୁସେନା ଘାଟି ଓ ଏସ୍‌-୪୦୦କୁ ନଷ୍ଟ କରିଥିବା କହୁଛି । ତାହା ସମ୍ପୂର୍ଣ୍ଣ ମିଛ । ଏସ୍‌-୪୦୦ ସୁରକ୍ଷିତ ଅଛି । ଏୟାରବେସ୍‌ ବି ସୁରକ୍ଷିତ ରହିଥିବା କହିଛନ୍ତି କର୍ଣ୍ଣଲ ସୋଫିଆ କ୍ୟୁରେସି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.