ନୂଆଦିଲ୍ଲୀ, ୮/୨ : ଟି-୨୦ ବିଶ୍ବକପ ୨୦୨୬, ପ୍ରଥମ ମ୍ୟାଚରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ପାକିସ୍ତାନ । ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ କଷ୍ଟକର ଭାବେ ବିଜୟ ହାସଲ କରିଥିଲା ପଡ଼ୋଶୀ ଦେଶ । ମାତ୍ର ୧୪୮ ରନର ଟାର୍ଗେଟ ରହିଥିବାବେଳେ ପାକିସ୍ତାନ ଶେଷ ଓଭରରେ ଜିତିଥିଲା । ଦଳର ଅଭିଜ୍ଞ ଖେଳାଳି ବାବର ଆଜମଙ୍କ ଉପରେ ଭରସା କରିଥିଲା ମାତ୍ର ସେ ଧିମା ଖେଳିଥିଲେ ୧୮ ବଲରୁ ମାତ୍ର ୧୫ ରନ କରିବାରେ ସକ୍ଷମ ହୋଇଛନ୍ତି । ଯାହାକୁ ନେଇ ପୁଣିଥରେ ସମାଲୋଚନାର ଶିକାର ହୋଇଛନ୍ତି ।
ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ୍ ଅଲ୍ଲୀ କହିଛନ୍ତି କି, ଦୟାକରି ଆମେରିକା ବିପକ୍ଷ ମ୍ୟାଚରେ ତାଙ୍କୁ ପ୍ଲେଇଂ ଇଲେଭେନରେ ନନିଆଯାଉ। ମୁଁ ଭାବୁଛି ତାଙ୍କୁ ନଖେଳେଇଲେ ଭଲ ହେବ । କୋଚଙ୍କ ମୁହଁରେ ବାବରଙ୍କୁ ନେଇ ଯେଉଁ ରାଗ ଦେଖିଛି ମୁଁ ଭାବୁଛି ସେ ବାବରଙ୍କୁ ଆଉ ୪ ନମ୍ବରରେ ଖେଳାଇବେ ନାହିଁ । ବାବର ଦିନିକିଆ ଏବଂ ଟେଷ୍ଟରେ ଭଲ ପ୍ରଦର୍ଶନ କରିବେ । ମାତ୍ର ଟି-୨୦ରେ ତାଙ୍କୁ ୪ ନମ୍ବରରେ ବ୍ୟାଟିଂ ଦେବା ଏକ ଭୁଲ୍ ନିଷ୍ପତ୍ତି । ଏହାସହ ବାବରଙ୍କ ପାକିସ୍ତାନରେ ଭଲ ଟି-୨୦ ଖେଳାଳି ଅଛନ୍ତି । ତାଙ୍କ ପ୍ଲେଇଂ ଇଲେଭେନରେ ସ୍ଥାନ ଦେବା ଦଳ ପାଇଁ ମହଙ୍ଗା ହେଉଛି । ତାଙ୍କ ବଦଳରେ ଶଦାବ ଖାନ, ଫହୀମ, ମହମ୍ମଦ ନଓ୍ବାଜ ଏବଂ ଉସମାନ ଖାନ ପ୍ରମୁଖ ଖେଳିବା ଉଚିତ । ସେପଟେ ସଲମାନ ମଧ୍ୟ ତିନି ନମ୍ବରରେ ଭଲ ପ୍ରଦର୍ଶନ କରୁଥିବାବେଳେ ବାବରଙ୍କ ସ୍ଥାନ ଦଳରେ ନାହିଁ ।
ଏହାସହ ପଢ଼ନ୍ତୁ : SIR ପ୍ରସଙ୍ଗ : ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ଅଖିଳେଶ, କହିଲେ ....
ସେପଟେ ବାବର ଆଜମଙ୍କ କଥା ଯଦି କହିବା ତାହେଲେ ସେ ଲଗାତାର ଫ୍ଲପ୍ ହୋଇ ଆସୁଛନ୍ତି । ବିଗବାସ ଲିଗରେ ସେ ଫ୍ଲପ୍ ହୋଇଥିଲେ । ଯେଉଁଠାରେ ତାଙ୍କୁ ନେଇ ମଧ୍ୟ ବିବାଦ ଦେଖିବାକୁ ମିଳିଥିଲା । ଏପରିକି ଧିମା ବ୍ୟାଟିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ପ୍ରଥମରୁ ସେ ଧିମା ଖେଳିବା ସହ ଆଉଟ୍ ହୋଇଥିବାବେଳେ ଦଳ ଉପରେ ପ୍ରେସର ରହିଥିଲା । ଯଦିଓ ଦଳ ଜିତିଛି ତଥାପି ବାବରଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଅଭିଜ୍ଞ ଖେଳାଳିଙ୍କୁ ଦଳ ସୁଯୋଗ ଦେବ ନାଁ ନାହିଁ । ପରବର୍ତ୍ତୀ ମ୍ୟାଚରେ ପାକିସ୍ତାନ ଆମେରିକାକୁ ଭେଟିବ ।
ଏହାସହ ପଢ଼ନ୍ତୁ : କଂଗ୍ରେସରୁ ନିଲମ୍ବିତ ହେବା ପରେ ରାହୁଲଙ୍କୁ ଏମିତି କହି ସମାଲୋଚନା କଲେ ସିଦ୍ଧୁ