ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପହଲଗାମ ପ୍ରତିଶୋଧ ନେବ ବିସିସିଆଇ; ଏସିଆ କପ୍‌ରୁ ବିଦା ହେବ ପାକିସ୍ତାନ ! ଏହି କ୍ରିକେଟରଙ୍କ ଦାବି

Published By : Ankita S | May 3, 2025 3:02 PM

ନୂଆଦିଲ୍ଲୀ,୦୩/୦୫: ପହଲଗାମ ହମଲା ପରେ ଆକ୍ସନମୁଡରେ ଭାରତ । ୱାଟର, ଡିଜିଟାଲ ପରେ ଏବେ କ୍ରିକେଟିଂ ଷ୍ଟ୍ରାଇକ୍ ହେବାକୁ ଯାଉଛି । ପାକିସ୍ତାନ ଉପରେ ବଦଲା ନେବ ବିସିସିଆଇ । ଏସିଆ କପରୁ ବିଦା ହେବ ପାକିସ୍ତାନ କ୍ରିକେଟ ଟିମ୍ । ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ଏମିତି କିଛି ଦାବି କରିଛନ୍ତି ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ବିଗିଡିଛି । ପାକିସ୍ତାନୀ କ୍ରିକେଟର ଭାରତ ବିରୋଧରେ ବିବାଦୀୟ ବୟାନ ଦେଉଛନ୍ତି । ଯାହା ଦେଶକୁ ମହଙ୍ଗା ପଡିପାରେ । ପୂର୍ବରୁ ଭାରତ ସରକାର ପାକିସ୍ତାନ ଉପରେ ଆକ୍ସନ ନେଇଛନ୍ତି  । ଏବେ ବିସିସିଆଇ ଆଉ ଏକ ଆକ୍ସନ ନେଇପାରେ । ଏସିଆ କପରୁ ପାକିସ୍ତାନ ବିଦା ହୋଇପାରେ । ଚଳିତବର୍ଷ ଡିସେମ୍ବରରେ ଟି୨୦ ଫର୍ମାଟ ଏସିଆ କପ ଅନୁଷ୍ଠିତ ହେବ । ଭାରତ ଆୟୋଜକ ହେବ । ଏଥିରୁ ପାକିସ୍ତାନ କ୍ରିକେଟ୍ ଟିମ୍‌କୁ ସ୍ଥାନ ମିଳି ନପାରେ । ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଏମିତି କିଛି ଦାବି କରିଛନ୍ତି । ସେ କହିଛନ୍ତି କି, ପହଲଗାମ ହମଲା ପରେ ଏକାଧିକ ଜିନିଷ ପରିବର୍ତ୍ତନ ହୋଇଛି । ଏମିତି ସ୍ଥିତିରେ ଏବେ ପାକିସ୍ତାନ ଏସିଆ କପ୍‌ରେ ଅଂଶଗ୍ରହଣ କରିବା ଅସମ୍ଭବ ଲାଗୁଛି । ବିସିସିଆଇ ସବୁବେଳେ ଭାରତ ସରକାରଙ୍କ କଥାକୁ ପାଳନ କରିଆସିଛି । ଏସିଆ କପରେ ମଧ୍ୟ ଏମିତି କିଛି ଦେଖିବାକୁ ମିଳିପାରେ ।

ଅଧିକ ପଢନ୍ତୁ...Pahalgam Terror attack: ପାକିସ୍ତାନ ସହ ଆଉ ଖେଳିବନି ଭାରତ, ICCକୁ BCCIର ଚିଠି

ଭାଙ୍ଗି ପାରେ ଏସିସି- ସୁନୀଲ ଗାଭାସ୍କର ପାକିସ୍ତାନକୁ ଏସିଆ କପରୁ ବିଦା କରିବା ନେଇ ଏସିଆନ କ୍ରିକେଟ କାଉନସିଲ (ଏସିସି)କୁ ଭଙ୍ଗା ଯାଇପାରେ ବୋଲି କହିଛନ୍ତି । ଅର୍ଥାତ ଏସିସି ପାଇଁ ଭବିଷ୍ୟତରେ ବିପଦରେ ରହିଥିବା କହିଛନ୍ତି । ଯଦି ପରିସ୍ଥିତିରେ ସୁଧାର ନ ଆସେ ତେବେ ସେମାନଙ୍କର ଅସ୍ତିତ୍ୱ ରହିବ ନାହିଁ । ପାକିସ୍ତାନ ସ୍ଥାନରେ କେବଳ ୩ ରୁ ୪ ଦେଶ ମଧ୍ୟରେ ଏସିଆ କପ ଟୁର୍ଣ୍ଣାମେଣ୍ଟ ହୋଇପାରେ ।

ବିସିସିଆର ବର୍ତ୍ତମାନ ଚିନ୍ତା ଏସିଆ କପକୁ ନେଇ ରହିଛି ଯାହା ଡ଼ିସେମ୍ବରରେ ହେବ । ଭାରତ ଆୟୋଜକ ରହିବ । ଯେଉଁଥିରେ ଭାରତ ଓ ପାକିସ୍ତାନ ମଧ୍ୟରେ ୨ଟି ମ୍ୟାଚ ହେବାର ସମ୍ଭାବନା ରହିଛି । ଦୁଇ ଦେଶ ଗ୍ରୁପ ଏ ରେ ରହିଛନ୍ତି । ଭାରତ ଆୟେଜକ ଥିଲେ ବି ପାକିସ୍ତାନ ସହ ମ୍ୟାଚ ନ୍ୟୁଟ୍ରାଲ ଭେନ୍ୟୁରେ ହେବା ନେଇ ସମ୍ଭାବନା ରହିଛି । ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଓ ଭାରତକୁ ଗୋଟିଏ ଗ୍ରୁପରେ ରଖା ନଯିବା ଆଇସିସିକୁ ପୂର୍ବରୁ ଚିଠି ଲେଖିଥିଲା ବିସିସିଆଇ । 

ଏବେ ଦେଖିବାକୁ ବାକି ରହିଲା କି  ଭାରତ ଓ ପାକିସ୍ତାନ ଏସିଆ କପରେ ଗୋଟିଏ ଗ୍ରୁପରେ ରହୁଛନ୍ତି ନା ନାହିଁ । ଏହା ଉପରେ ନେଇ ବଡ ନିଷ୍ପତ୍ତି ଆସିପାରେ କାରଣ ଏବେ ଯାଏ ଟୁର୍ଣ୍ଣାମେଣ୍ଟ ସୂଚୀ ଜାରି ହୋଇନାହିଁ । ମେ ସୁଦ୍ଧା ଏସିଆ କପ କ୍ରୀଡ଼ାସୂଚୀ ପ୍ରକାଶ ପାଇବ । ତେବେ ବିସିସିସିଆଇ ଓ ପିସିବି ମଧ୍ୟରେ କଣ ତାଳମେଳ ରହୁଛି ତାହା ସମୟ କହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.