ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

Pahalgam Terror attack: ପାକିସ୍ତାନ ସହ ଆଉ ଖେଳିବନି ଭାରତ, ICCକୁ BCCIର ଚିଠି

Published By : Ankita S | April 25, 2025 1:53 PM

ନୂଆଦିଲ୍ଲୀ,୨୫/୦୪: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତୀୟ କ୍ରିକେଟ ଟିମ୍ ପାକିସ୍ତାନ ସହିତ ଏବେ କୌଣସି ମ୍ୟାଚ ଖେଳିବ ନାହିଁ । ଦୁଇ ଦଳ କେବେଳ ଆଇସିସି ଓ ଏସିସି ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ଭେଟିଥାନ୍ତି । ପାକ୍ ସହ ଭାରତ କୌଣସି ଦ୍ୱିପାକ୍ଷିକ ସିରଜ ଖେଳେ ନାହିଁ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ବିସିସିଆଇ ଆକ୍ସନ ମୁଡରେ ଆସିଛି । ଆଇସିସି ଟୁର୍ଣ୍ଣାମେଣ୍ଟକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ପାକିସ୍ତାନ ସହ ମ୍ୟାଚକୁ ନେଇ ଆଇସିସିକୁ ଏକ ଚିଠି ଲେଖିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ  ଯେଉଁଥିରେ ଏସିଆ କପ୍‌କୁ ନେଇ ଏକ ଖବର ଆସିଛି ।

ମିଡିଆ ରିପୋର୍ଟ ଅନୁସାରେ, ପାକିସ୍ତାନ ସହ ଭାରତ କୌଣସି ବି ମ୍ୟାଚ ଖେଳିବାକୁ ଚାହୁଁନାହିଁ । ଅତିବେଶୀରେ ଗ୍ରୁପ ଷ୍ଟେଜରେ ତ ବିଲକୁଲ ବି ନୁହେଁ । ଦୁଇ ଦେଶ କେବେଳ ଆଇସିସି ଓ ଏସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେଉଥିଲେ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଆଉ କୌଣସି ମ୍ୟାଚ ହୋଇନପାରେ । ଗୋଟିଏ ଗ୍ରୁପରେ ଦୁଇ ଦେଶକୁ ନରଖିବାକୁ ଆଇସିସିକୁ ଚିଠି ଲେଖିଛି ବିସିସିଆଇ ।

ଅଧିକ ପଢନ୍ତୁ...ମହିଳା ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜ: ଶ୍ରୀଲଙ୍କାରେ ଭାରତୀୟ ମହିଳା ଟିମ୍, ୨୭ରେ ସିଂହଳୀ ଟିମ୍‌କୁ ଭେଟିବେ

ଏସିଆ କପରେ କଣ ହେବ? ଆସନ୍ତା ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ଆଇସିସି ଟୁର୍ଣ୍ଣାମେଣ୍ଟ ୨୦୨୬ ଖେଳାଯିବ । ଭାରତ ଓ ଶ୍ରୀଲଙ୍କା ଟି-ଟ୍ବେଣ୍ଟି ବିଶ୍ୱକପ ଆୟୋଜକ ଦେଶ ହେବେ । ମାତ୍ର ବିସିସିଆର ବର୍ତ୍ତମାନ ଚିନ୍ତା ଏସିଆ କପକୁ ନେଇ ରହିଛି ଯାହା ଡ଼ିସେମ୍ବରରେ ହେବ । ଭାରତ ଆୟୋଜକ ରହିବ । ଯେଉଁଥିରେ ଭାରତ ଓ ପାକିସ୍ତାନ ମଧ୍ୟରେ ୨ଟି ମ୍ୟାଚ ହେବାର ସମ୍ଭାବନା ରହିଛି । ଦୁଇ ଦେଶ ଗ୍ରୁପ ଏ ରେ ରହିଛନ୍ତି । ଭାରତ ଆୟେଜକ ଥିଲେ ବି ପାକିସ୍ତାନ ସହ ମ୍ୟାଚ ନ୍ୟୁଟ୍ରାଲ ଭେନ୍ୟୁରେ ହେବା ନେଇ ସମ୍ଭାବନା ରହିଛି ।

ଏବେ ଦେଖିବାକୁ ବାକି ରହିଲା କି  ଭାରତ ଓ ପାକିସ୍ତାନ ଏସିଆ କପରେ ଗୋଟିଏ ଗ୍ରୁପରେ ରହୁଛନ୍ତି ନା ନାହିଁ । ଏହା ଉପରେ ନେଇ ବଡ ନିଷ୍ପତ୍ତି ଆସିପାରେ କାରଣ ଏବେ ଯାଏ ଟୁର୍ଣ୍ଣାମେଣ୍ଟ ସୂଚୀ ଜାରି ହୋଇନାହିଁ । ମେ ସୁଦ୍ଧା ଏସିଆ କପ କ୍ରୀଡ଼ାସୂଚୀ ପ୍ରକାଶ ପାଇବ । ତେବେ ବିସିସିସିଆଇ ଓ ପିସିବି ମଧ୍ୟରେ କଣ ତାଳମେଳ ରହୁଛି ତାହା ସମୟ କହିବ । ଯଦି ଆଲୋଚନା ସକାରତ୍ମକ ନ ହୁଏ ତେବେ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇପାରେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.