ବ୍ୟୁରୋ ୧୮/୦୭ : ପ୍ରଥମ ଥର ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛି ପାକିସ୍ତାନ । ବିଶ୍ୱ ସୁନ୍ଦରୀ ପାକିସ୍ତାନ- ୨୦୨୬ ଟାଇଟଲ ହାସଲ କରିଥିବା ଅନିକା ମେରାଜ ବିଶ୍ୱ ସୁନ୍ଦରୀ ମଞ୍ଚରେ ପ୍ରଥମ ଥର ଦେଶକୁ ପ୍ରତିନିଧିତ୍ୱ କରିବେ । ଲାହୋର ସ୍ଥିତ ଫାଲେଟିସ ହୋଟେଲରେ ଆୟୋଜିତ ସମାରୋହରେ ମିସ୍ ପାକିସ୍ତାନ ୟୁନିଭର୍ସାଲ-୨୦୨୨ ଡ. ଶଫାକ ଅଖତର ଓ ମିଷ୍ଟର ପାକିସ୍ତାନ ୱର୍ଲଡ ଅତାଉଲ୍ଲା ଗୁଜ୍ଜର ମେରାଜଙ୍କୁ ବିଶ୍ୱ ସୁନ୍ଦରୀ ପାକିସ୍ତାନ- ୨୦୨୬ ମୁକୁଟ ପିନ୍ଧାଇଥିଲେ । ଆସନ୍ତା ଅଗଷ୍ଟ ୯ରୁ ସେପ୍ଟେମ୍ବର ୫ ତାରିଖ ଯାଏ ଭିଏତନାମରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ୱ ସୁନ୍ଦରୀ ମହୋତ୍ସବର ୭୫ତମ ବାର୍ଷିକୀ ଅବସରରେ ମେରାଜ ପାକିସ୍ତାନକୁ ପ୍ରତିନିଧିତ୍ୱ କରିବେ ବୋଲି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଔପଚାରିକ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଘୋଷଣା କରାଯାଇଛି ।
Also Read ;- Ratha yatra 2026: ରଥାରୂଢ଼ ଦିଅଁଙ୍କ ସୁରୁଖୁରୁରେ ଚାଲିଛି ନୀତିକାନ୍ତି, ଆଉ କିଛି ସମୟରେ ବନ୍ଧା ହେବ ଚାରମାଳ
ବାଣିଜ୍ୟ ଓ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ୨୪ ବର୍ଷୀୟା ମେରାଜ ଅଡିଟିଂ ଓ ଆକାଉଣ୍ଟିଂରେ ସ୍ନାତକୋତ୍ତର ଅଧ୍ୟୟନ କରୁଛନ୍ତି । ରାଜ୍ୟ-ଅଧିକୃତ ପବ୍ଲିକ ଆକାଉଣ୍ଟାଣ୍ଟ ହେବା ମେରାଜଙ୍କ ସ୍ୱପ୍ନ । ପାକିସ୍ତାନର ଉଜ୍ୱଳ ଭବିଷ୍ୟତ ନିର୍ମାଣ ଲାଗି ବର୍ତ୍ତମାନ ସେ ଶିଶୁ ଅଧିକାର ଓ ଝିଅଙ୍କ ଶିକ୍ଷା କ୍ଷେତ୍ରରେ କାମ କରୁଛନ୍ତି । ଏହା ପୂର୍ବରୁ ମିସ୍ ଆର୍ଥ, ମିସ୍ ଗ୍ଲୋବାଲ, ମିସ୍ କସ୍ମୋ, ମିସ୍ ଇକୋ ଇଣ୍ଟରନ୍ୟାସନାଲ, ମିସ୍ ଅରା ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।