ନୂଆଦିଲ୍ଲୀ,୧୯।୨: ଭାରତର ଜାତୀୟ ପଶୁ ହେଉଛି ବାଘ। ତା’ର ଶକ୍ତି,ସାହାସ ଓ ଜଙ୍ଗଲରେ ରାଜ୍ କରିବାର କ୍ଷମତା ରହିଛି। ଏହା ଭାରତର ପରିଚୟ। କିନ୍ତୁ ଆଜି ଆମେ ଆପଣଙ୍କୁ ପଡୋଶୀ ଦେଶ ପାକିସ୍ତାନର ଜାତୀୟ ପଶୁ ବିଷୟରେ କହିବାକୁ ଯାଉଛୁ। ଯଦି ଆପଣଙ୍କୁ ଲାଗୁଛି ପାକିସ୍ତାନର ଜାତୀୟ ପଶୁ ବାଘ ଭଳି ଭୟଙ୍କର ହୋଇଥିବ, ତେବେ ତାହା ଡରିବାର କିଛି ନାହିଁ। ଜାଣିବା ପରେ ନିହାତି ହସିବେ।
କାରଣ ପାକିସ୍ତାନର ଜାତୀୟ ପଶୁର ନାଁ ହେଉଛି ‘ମାରଖୋର’। ମାନେ ଏହା ହେଉଛି ‘ଜଙ୍ଗଲି ଛେଳି’ ପ୍ରଜାତିର। ଏହାର ସବୁଠାରୁ ବିଶେଷ ପରିଚୟ ଯେ, ଏହାର ଲମ୍ବା ଏବଂ ବଙ୍କାଳିଆ ଶିଙ୍ଘ ରହିଛି। ଯାହାକି ସମ୍ପୂର୍ଣ୍ଣ ଭିନ୍ନ। ଏହି ପଶୁ ମୁଖ୍ୟ ଭାବରେ ପାକିସ୍ତାନର ପାହାଡି ଅଞ୍ଚଳରେ ମିଳିଥାଏ।
ମାରଖୋରର ନାଁ ଫରାସୀ ଓ ପାସ୍ତୋ ଭାଷାରୁ ଆସିଛି। ‘ମାର’ର ଅର୍ଥ ସାପ ଓ ‘ଖୋର’ର ଅର୍ଥ ଖାଉଥିବା। ‘ମାରଖୋର’ କୁ ପାକିସ୍ତାନର କରେନ୍ସି ଓ କିଛି ପ୍ରତୀକରେ ଏହାର ଫଟୋ ବ୍ୟବହାର ହୋଇଥାଏ।ଏପରିକି ପାକିସ୍ତାନର ଗୁଇନ୍ଦା ଏଜେନ୍ସି ‘ଆଇଏସଆଇ’ ରେ ‘ମାରଖୋର’ ଚିହ୍ନ ରହିଛି।
ଆହୁରି ପଢନ୍ତୁ : ଭାରତର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ସିଲିଗୁଡ଼ି କରିଡରରେ ଭୂତଳ ରେଳ ସୁଡ଼ଙ୍ଗ ନିର୍ମାଣ କରିବାକୁ ଯୋଜନା