ନୂଆଦିଲ୍ଲୀ,୨୯/୧୨; 'ଅପେରେସନ୍ ସିନ୍ଦୂର'ରେ ଭାରତ ଦେଇଥିବା ଜଖମକୁ ମାନୁଛି ଆତଙ୍କୀସ୍ଥାନ । ସିନ୍ଦୂର ପ୍ରହାରରେ ଏତେ ସରି ହେବା ପରେ ବି ମୁହଁ ଫୁଟାଣି ଛାଡୁନାହିଁ । ନିକଟରେ ଚିର ପ୍ରତିନ୍ଦ୍ବନ୍ଦୀ ଦେଶ ଉପ-ପ୍ରଧାନମନ୍ତ୍ରୀ ଇଶାକ ଡାର ଆକ୍ରମଣ କଥା ସ୍ୱୀକାର କରିଛନ୍ତି । କେଉଁ ଦୁଇ ଦେଶ ଭାରତ ସହ କଥା ହେବାକୁ ଉଚ୍ଛା କରଥିବା ତାହା କହିଛନ୍ତି । ଭାରତ ସଫା ସଫା କହି ସାରିଛି କି ଦୁନିଆର କୌଣସି ନେତା ଭାରତକୁ ସିଜଫାୟର କରିବାକୁ କହିନଥିଲେ । ପହଲଗାମ ଆତଙ୍କବାଦୀ ହମଲା ଜବାବରେ ଭାରତୀୟ ସେନା ମେ ୭ରେ 'ଅପେରେସନ୍ ସିନ୍ଦୂର' କରିଥିଲା ।
କେଉଁ ୨ ଦେଶ ଆସିଥିଲେ ଆଗକୁ- ଉପ-ପ୍ରଧାନମନ୍ତ୍ରୀ ଇଶାକ ଡାର ଦାବି କରିଛନ୍ତି କି, ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ସଉଦି ଆରବ ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସର ବିନ ଫରହାନ ଭାରତ ସହିତ କଥା ହେବାକୁ ଇଚ୍ଛା ବ୍ୟକ୍ତି କରିଥିଲେ । ମେ ୧୦ରେ ରୁବିଓଙ୍କ ପକ୍ଷରୁ ସକାଳ ୮ଟା ୧୭ ମିନିଟରେ ଫୋନ ଆସଥିଲା । ଭାରତ ସିଜଫାୟର ପାଇଁ ରାଜି ହୋଇଥିବା କହିଥିଲେ । ହେଲେ କଣ ପାକିସ୍ତାନ ମାନିବ । ମୁଁ କହିଥିଲି ଆମେ କେବେ ବି ଯୁଦ୍ଧ ଚାହୁଁନା ।
ଭାରତର ପକ୍ଷ- ପୂର୍ବରୁ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ କହିଥିଲେ ଭାରତ କେବେ ବି ମଧ୍ୟସ୍ଥତା ସ୍ୱୀକାର କରିନାହିଁ । ଅଲ ଜଜିରା ଅନୁସାରେ, ପିଏମ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କହିଥିଲେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିଜଫାୟର ଦୁଇ ଦେଶର ଆଲୋଚନା ପରେ ହୋଇଛି । ଆମେରିକା ମଧ୍ୟସ୍ଥତାରେ ନୁହେଁ । ବିକ୍ରମ ମିସ୍ତ୍ରୀ କହିଥିଲେ କି, ପିଏମ୍ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସଫା ସଫା କହିଥିଲେ ଏହି ଅବଧିରେ ଭାରତ ଏବଂ ଆମେରିକା ବାଣିଜ୍ୟିତ ଚୁକ୍ତି କିମ୍ବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକାର ମଧ୍ୟସ୍ଥାତା ନେଇ କୌଣସି ଆଲୋଚନା ହୋଇନାହିଁ ।
'ଅପେରେସନ୍ ସିନ୍ଦୂର'- ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇ 'ଅପେରେସନ୍ ସିନ୍ଦୂର' ଲଞ୍ଚ କରିଥିଲା ଭାରତୀୟ ସେନା । ମେ ୬ ଏବଂ ୭ ବିଳମ୍ବିତ ରାତିରେ 'ଅପେରେସନ୍ ସିନ୍ଦୂର'ରେ ଏୟାରଷ୍ଟ୍ରାଇକ୍ କରିଥିଲା । ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କୀ ଠିକଣାରେ ଆଟାକ୍ କରିଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ମେ ୧୦ରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ରୋକିବା ପରେ ସହମତି ହୋଇଥିଲା । ସଂଘର୍ଷରେ ରୋକ ଲାଗିଥିଲା ।