ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପାକିସ୍ତାନରେ ପୁଣି ଆତଙ୍କବାଦୀ ଆକ୍ରମଣ, ସେନାର ୪ ଯବାନ ମୃତ...

Published By : Ladu Kishor | February 18, 2025 5:56 PM

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି। ଅଶାନ୍ତ ଉତ୍ତର-ପଶ୍ଚିମ ଅଞ୍ଚଳରେ ପାକିସ୍ତାନ ସେନାର ରିଲିଫ୍ ସାମଗ୍ରୀ ବୋଝେଇ ଟ୍ରକ୍ ଉପରେ ପୂର୍ବରୁ ହୋଇଥିବା ଆକ୍ରମଣର ଜବାବ ଦେଉଥିବା ବେଳେ ଆତଙ୍କବାଦୀ ମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଛନ୍ତି । ଏହି ସମୟରେ ହୋଇଥିବା ଗୁଳିବିନିମୟରେ ଚାରି ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ଦିନ ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି।

ସୋମବାର ଦିନ ଅଶାନ୍ତ ଖୈବର ପଖତୁନଖଓ୍ବା ପ୍ରଦେଶର କୁରମ ଜିଲ୍ଲାରେ ରିଲିଫ୍ ସାମଗ୍ରୀ ବୋଝେଇ ଟ୍ରକ୍ ଉପରେ ହୋଇଥିବା ଆକ୍ରମଣର ଜବାବରେ କର୍ତ୍ତୃପକ୍ଷ ମାନେ ସୁରକ୍ଷାବାହିନୀ ପଠାଇବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଛି। ଟ୍ରକ ଗୁଡ଼ିକ ଉପରେ ହୋଇଥିବା ଆକ୍ରମଣରେ ଜଣେ ଡ୍ରାଇଭର ଏବଂ ଜଣେ ସୁରକ୍ଷା ଅଧିକାରୀ ପ୍ରାଣ ହରାଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ କୁରମରେ ରାତିସାରା ହୋଇଥିବା ଆକ୍ରମଣରେ କିଛି ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଛନ୍ତି। ଗତ କିଛି ମାସ ମଧ୍ୟରେ ଏଠାରେ ସିଆ ଏବଂ ସୁନ୍ନି ଜନଜାତି ମଧ୍ୟରେ ସଂଘର୍ଷରେ ଅତି କମରେ ୧୩୦ ଜଣଙ୍କର ମୃତ୍ୟୁ ହୋଇଛି।

ଅଧିକାରୀ ମାନେ କହିଛନ୍ତି ଯେ କୁରମ୍‌ର ମୁଖ୍ୟ ସହର ପାରାଚିନାରକୁ ଯାଉଥିବା ଅନେକ ଟ୍ରକ୍‌କୁ ଲୁଟ୍ କରାଯାଇ ପୋଡ଼ି ଦିଆଯାଇଥିଲା। ପାରାଚିନାରର ଏକ ହସ୍ପିଟାଲର ଡାକ୍ତର କୈସର ଆବାସ କହିଛନ୍ତି ଯେ, ସେମାନେ ସୋମବାର ରାତିରେ କୁରମରୁ ୪ ଜଣ ସୈନିକଙ୍କ ମୃତଦେହ ପାଇଥିଲେ। ସେହି ସମୟରେ, ଅଧିକାରୀ ମାନେ କହିଛନ୍ତି ଯେ, ଆକ୍ରମଣର ଦୋଷୀ ମାନଙ୍କୁ ଧରିବା ପାଇଁ ଏକ ବଡ଼ ଅଭିଯାନ ଯୋଜନା କରାଯାଉଛି।

ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ଦାୟୀ ହୋଇନାହାଁନ୍ତି, କିନ୍ତୁ ସୁନ୍ନୀ ଆତଙ୍କବାଦୀ ମାନେ ଏହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.