ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡାଇଲଗ ଦୋହରାଇଲେ ପାକ୍‌ ଜେନେରାଲ

Published By : Ankita S | May 23, 2025 10:56 AM

ନୂଆଦିଲ୍ଲୀ,୨୩/୦୫: ଏତେ ସରି ହେଲା ତଥାପି ସୁଧୁରୁନି । ମୁହଁଫୁଟାଣି ଛାଡୁନାହିଁ । ପାକ୍ ସେନାର ଆତଙ୍କୀ ଭାଷା ଶୁଣିବାକୁ ମିଳିଛି । ଭାରତର ପ୍ରଚଣ୍ଡ ପ୍ରହାରରେ ଥରହର ପାକିସ୍ତାନ ଏବେ ବିଳିବିଳଉଛି । ଭାରତ ବିରୋଧରେ ବିଷ ଓଗାଳୁଛନ୍ତି ପାକିସ୍ତାନୀ ସୈନ୍ୟ ପ୍ରବକ୍ତା ଲେପ୍ଟନାଣ୍ଟ ଜେନେରାଲ ଅହମ୍ମଦ ଶରିଫ ଚୌଧୁରୀ । ଭାରତର ସିନ୍ଧୁ ଚୁକ୍ତି ବାତିଲ ପରେ ପାଣି ନ ପାଇଁ ଛଟପଟ ହେଉଛି ପାକିସ୍ତାନ ।ଭାରତକୁ ନେଇ ସେ ଦେଇଥିବା ବୟାନ ଆତଙ୍କବାଦୀ ହାଫିଜ୍ ସଇଦର ଭାଷା ସହ ସମାନ ହୋଇଛି । ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇର ଅନେକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ମାଷ୍ଟରମାଇଣ୍ଡ ହାଫିଜ୍ ସଇଦ ଭାରତ ଓ ଆମେରିକା ବିରୋଧରେ ଉସକାଇବା ପରି ଭାଷଣ ଦେବାର ଇତିହାସ ରହିଛି । ପାକିସ୍ତାନ ସେନାର ପ୍ରୋପାଗେଣ୍ଡା ୱିଙ୍ଗ ଇଣ୍ଟର- ସର୍ଭିସେଜ ପବ୍ଲିକ ରିଲେଶଂସ ଡିଜି (ଆଇଏସପିଆର ଡିଜି) ଅହମ୍ମଦ ଶରିଫ୍ ଚୌଧୁରୀ ଭାରତ ବିରୋଧୀ ବୟାନବାଜି ଦେଇଛନ୍ତି । 

ପାକିସ୍ତାନର ଏକ ବିଶ୍ୱବିଦ୍ୟାଳୟରେ ଭାଷଣ ଦେବା ସମୟରେ ଅହମ୍ମଦ ଶରିଫ୍ କହିଛନ୍ତି, ଯଦି ତୁମେ (ହିନ୍ଦୁସ୍ତାନ) ଆମ ପାଣି ରୋକିବ ତେବେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ ।' ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ନଦୀ ଏବଂ ତାର ଛୋଟ ଶାଖାନଦୀ ସତଲୁଜ, ବ୍ୟାସ, ରାବୀ, ଝେଲମ ଓ ଚେନାବର ପାଣି ଆବଣ୍ଟନ ଚୁକ୍ତିରେ ରହିଛି । ଏହି ଚୁକ୍ତି ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିୟମିତ ରୂପରେ ଆଦାନ ପ୍ରଦାନକୁ ନିଶ୍ଚିନ୍ତ କରିଛି । ବିଶ୍ୱ ବ୍ୟାଙ୍କ ଚୁକ୍ତିରେ ଏହି ମଧ୍ୟସ୍ଥତା ହୋଇଥିଲା ।

ଅଧିକ ପଢନ୍ତୁ...ଇଣ୍ଡିଗୋ ପାଇଲଟର ଅନୁରୋଧକୁ ପାକିସ୍ତାନର ପ୍ରତ୍ୟାଖ୍ୟାନ, ଭାରତୀୟ ବିମାନ କମ୍ପାନୀ ପାଇଁ ଏୟାରସ୍ପେସ୍ ବନ୍ଦ କଲା ପାକ୍

ଗତ ଏପ୍ରିଲ ୨୨ରେ ଜମ୍ମୁକଶ୍ମୀର ପହଲଗାମ ବୈସରନ ଘାଟିରେ ଆତଙ୍କୀ ହମଲା ହୋଇଥିଲା । ଏଥିରେ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଧର୍ମ ପଚାରି ସ୍ତ୍ରୀ ଆଗରେ ସ୍ୱାମୀଙ୍କୁ ଗୁଳି ମାରିଥିଲେ ଆତଙ୍କୀ । ନରସଂହାର କରିଥିଲେ । ଦେଶକୁ ଦୋହଲାଇ ଦେଇଥିଲା ଆତଙ୍କୀ ଆକ୍ରମଣ । ଏହା ପରେ ପାକିସ୍ତାନ ଉପରେ ୱାଟର ଷ୍ଟ୍ରାଇକ୍ କରିଥିଲା । ସନ୍ଧୁ ଜଳ ଚୁକ୍ତି ସ୍ଥଗିତ କରିଥିଲା । ଆକ୍ରମଣର ୧୫ ଦିନ ପରେ ମେ ୬ ମଧ୍ୟରାତ୍ରୀରେ  ଅପରେସନ୍ ସିନ୍ଦୂର ଜରିଆରେ ପ୍ରତିଶୋଧ ନେଇଥିଲା ଭାରତ । ପାକିସ୍ତାନ ଓ ପିଓକେର ୯ ଆତଙ୍କୀ ଆଡ୍ଡାରେ ମିସାଇଲ ମାଡ଼ କରିଥିଲା । ଯେଉଁଥିରେ ୧୦୦ ଆତଙ୍କୀ ସଫା ହୋଇଥିଲେ । ସିନ୍ଧୁ ଚୁକ୍ତି ବାତିଲ ପରେ ସମାନ କଥା କହିଥିଲା ହାଫିଜ୍ ସଇଦ । ଯଦି ଭାରତ ପାଣି ବନ୍ଦ କରିବ ଆମେ ତାଙ୍କ ନିଶ୍ୱାସ ବନ୍ଦ କରିଦେବୁ ବୋଲି କହିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.