ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ଇଣ୍ଡିଗୋ ପାଇଲଟର ଅନୁରୋଧକୁ ପାକିସ୍ତାନର ପ୍ରତ୍ୟାଖ୍ୟାନ, ଭାରତୀୟ ବିମାନ କମ୍ପାନୀ ପାଇଁ ଏୟାରସ୍ପେସ୍ ବନ୍ଦ କଲା ପାକ୍

Published By : Prameya | May 23, 2025 8:50 AM

ନୂଆଦିଲ୍ଲୀ, ୨୩।୫: ଜରୁରୀ ଅବତରଣ କରିଥିଲା ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ବିମାନ । ପ୍ରତିକୂଳ ପାଗ ଏବଂ କୂଆପଥର ମାଡ଼ ଯୋଗୁଁ ମଝି ଆକାଶରେ ବିମାନ ଟଳମଳ ହୋଇଥିଲା । ବଡ଼ ଦୁର୍ଘଟଣା ହେବାର ଆଶଙ୍କା ମଧ୍ୟ ଥିଲା । ବିମାନରେ ୨୨୭ ଜଣ ଯାତ୍ରୀ ଥିଲେ । ବିମାନ ହଠାତ୍ ଝଡ଼ତୋଫାନର ସମ୍ମୁଖୀନ ହେବାରୁ ଦିଲ୍ଲୀ-ଶ୍ରୀନଗର ବିମାନ ପରିଚାଳନା କରୁଥିବା ଜଣେ ଇଣ୍ଡିଗୋ ପାଇଲଟ୍ ପାକିସ୍ତାନ ଏୟାରସ୍ପେସ୍‌କୁ ବ୍ୟବହାର କରିବା ପାଇଁ ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଅନୁମତି ମାଗିଥିଲେ । ପାକିସ୍ତାନ ଆକାଶପଥ ବ୍ୟବାହର କରି ଝଡ଼ ବର୍ଷାକୁ ଏଡ଼ାଇହେବ ବୋଲି କହିଥିଲେ । କିନ୍ତୁ, ଏ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା ପାକିସ୍ତାନ । ଗୁରୁବାର ଏନେଇ ପିଟିଆଇ ସୂଚନା ଦେଇଛି । ପୂରା ଘଟଣା ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ତଦନ୍ତ କରୁଛି । 

ଏହି ବିମାନରେ ତୃଣମୂଳ କଂଗ୍ରେସ ସାଂସଦ ସାଗରିକା ଘୋଷଙ୍କ ସମେତ ୨୨୦ ରୁ ଅଧିକ ଯାତ୍ରୀ ଥିଲେ । ଅନୁମତି ନ ମିଳିବାରୁ, ବିମାନଟି ଏହାର ଉଡ଼ାଣ ପଥ ବଜାୟ ରଖିଥିଲା । ପାକିସ୍ତାନର ପ୍ରତ୍ୟାଖ୍ୟାନ ପରେ ପାଇଲଟ୍ ଶ୍ରୀନଗର ବିମାନବନ୍ଦରରେ ବିମାନ ଟ୍ରାଫିକ୍ ନିୟନ୍ତ୍ରଣକୁ 'ଜରୁରୀକାଳୀନ' ସୂଚନା ଦେଇଥିଲେ । କ୍ୟାବିନ କ୍ରୁ ନିର୍ଦ୍ଧାରିତ ପ୍ରୋଟୋକଲ ପାଳନ କରିଥିଲେ ଏବଂ ବୁଧବାର ବିମାନଟି ଶ୍ରୀନଗରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷର ଜଣେ ଅଧିକାରୀ କହିଛନ୍ତି ଯେ, ବିମାନଟି ସନ୍ଧ୍ୟା ୬ଟା ୩୦ରେ ଶ୍ରୀନଗରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ବିମାନ ଅବତରଣ କରିବା ପରେ ବିମାନବନ୍ଦର ଦଳ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ବର୍ତ୍ତମାନ ବିମାନର ଆବଶ୍ୟକୀୟ ଯାଞ୍ଚ ହେବା ପରେ ରକ୍ଷଣାବେକ୍ଷଣ ଦାୟିତ୍ୱ ବୁଝାଯିବ ।

୨୨ ଏପ୍ରିଲ୍ ୨୦୨୫ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣପେ ଅତି କମ୍‌ରେ ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅପରେସନ୍‌ ସିନ୍ଦୂର ଜରିଆରେ ଯାହାର ପଲଟା ଜବାବ ଦେଇଥିଲା ଭାରତ । ଯାହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଇଛି ଉତ୍ତେଜନା । ଯାହା ପରେ ପାକିସ୍ତାନ ଭାରତୀୟ ବିମାନ କମ୍ପାନୀ ପାଇଁ ତାର ଏୟାରସ୍ପେସ୍ ବନ୍ଦ କରିଦେଇଛି । ଏହାର ପ୍ରତି ଜବାବରେ ଭାରତ ମଧ୍ୟ ପାକିସ୍ତାନୀ ବିମାନ କମ୍ପାନୀ ପାଇଁ ତାର ଏୟାରସ୍ପେସ୍ ବନ୍ଦ କରିଦେଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.