ନୂଆଦିଲ୍ଲୀ: ଲିଗ୍ ପର୍ଯ୍ୟାୟରୁ ବିଦା ହୋଇଛି ପାକିସ୍ତାନୀ ମହିଳା ଟିମ୍ । ଟି-୨୦ ବିଶ୍ବକପର ଲିଗ୍ ପର୍ଯ୍ୟାୟରେ ଭାରତ,ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକାଠାରୁ ହାରିଛି ପାକିସ୍ତାନ । ତିନି ମ୍ୟାଚ ପରାଜୟ ପରେ ବାଦ୍ ପଡ଼ିଛି । ବିଦା ହେବା ପରେ ପାକିସ୍ତାନ ଟିମର ଖେଳାଳିଙ୍କ ସହ ମୁଖ୍ୟ ପ୍ରଶିକ୍ଷକ ଓ୍ବାହାବ ରିଆଜଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ସୋସିଆଲ ମିଡିଆରେ କରାଯାଉଛି ଟ୍ରୋଲ । ନିଜ ଦେଶର ଫ୍ୟାନ୍ସମାନେ କରୁଛନ୍ତି ଟ୍ରୋଲ୍ । ଯାହାର ଭିଡିଓ ସବୁ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
ଟୁର୍ଣ୍ଣାମେଣ୍ଟ ସମୟରେ କରାଯାଇଥିବା ମେନାରଞ୍ଜନ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ କରାଯାଇ ଟ୍ରୋଲ୍ କରି ସମାଲୋଚନା କରାଯାଉଛି । ପୂର୍ବତନ ପାକିସ୍ତାନର ଅଧିନାୟକ ଲତିଫ କହିଛନ୍ତି କି, ଆମର ମହିଳା ଦଳ ପ୍ରଗତି କରୁନାହିଁ । ପାକିସ୍ତାନ ମହିଳା ଦଳ ଦୀର୍ଘଦିନ ଧରି ଖେଳି ଆସୁଛି ତଥାପି ଆଇସିସି ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି । ଦଳର ପ୍ରଗତି ହେଉନଥିବାବେଳେ ସମର୍ଥନ କରିବାକୁ ଇଛା ହେଉନି ।
ଏକ ଭିଡିଓରେ ବରିଷ୍ଠ ଖେଳାଳି ଆଲିଆ ରିଆଜଙ୍କୁ ଟ୍ରୋଲ୍ କରାଯାଉଛି । ଭିଡିଓରେ ଦେଖିବାକୁ ମିଳିଛି କି, ସେ ତାଙ୍କ ସ୍ବାମୀ ଅଲ୍ଲି ୟୁନୁସଙ୍କ ସହ ଏକ ରେଷ୍ଟୁରାଣ୍ଟରେ ନଜର ଆସିଛନ୍ତି । ପୂର୍ବତନ ପାକିସ୍ତାନ କ୍ରିକେଟର ଓ୍ବାକର ୟୁନୁସଙ୍କ ସାନ ଭାଇ ହେଉଛନ୍ତି ଅଲ୍ଲି ୟୁନୁସ । ଯାହାକୁ ନେଇ ପୂର୍ବତନ ମହିଳା ଦଳର ପ୍ରଶିକ୍ଷକ କବୀର ଖାନ କହିଛନ୍ତି କି, ଏମାନେ ସୁବିଧା କିମ୍ବା ଅନ୍ତର୍ଜାତୀୟ ପ୍ରଦର୍ଶନର ଅଭାବ ନାହିଁ । ଏହାସହ ସେ କହିଛନ୍ତି କି, ଆମର ଖେଳାଳିମାନେ ମାନସିକ ଚାପକୁ ସମ୍ଭାଳିବା ପାଇଁ ମାନସିକ ଭାବେ ଦୃଢ଼ ନୁହଁନ୍ତି । ଯଦି ଆପଣମାନେ ଏଭଳି ଖେଳ ଜାରି ରଖନ୍ତି ତାହେଲେ ପାକିସ୍ତାନ ମହିଳା କ୍ରିକେଟ କେବେ ମଧ୍ୟ ପ୍ରଗତି କରିପାରିବ ନାହିଁ ।